Posted inଜାତୀୟ

ଖାତାରେ ଅଢ଼େଇ କୋଟି, ଦେଉଛନ୍ତି ଦେଢ଼ କୋଟି

ନୂଆଦିଲ୍ଲୀ,୧୪।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଏବଂ ଅପିଲ୍‌’କୁ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହା ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କୁହାଯାଉଛି। ଟିକସ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଏହା କମାଇବା ସହ ଟିକସଦାତାଙ୍କ ଚାର୍ଟର ଏକ ମୁକ୍ତ ଏବଂ ସ୍ବଚ୍ଛ ଟିକସ ପରିବେଶ ଗଠନ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ ପ୍ଲାଟ୍‌ଫର୍ମ’କୁ ଭିଡିଓ କନ୍‌ଫରେନ୍ସ ଯୋଗେ ଶୁଭାରମ୍ଭ କରି ମୋଦି କହିଛନ୍ତି ଯେ, ଦେଶର ୧.୫ କୋଟି ଲୋକ ପ୍ରକୃତ ପକ୍ଷେ ଟିକସ ଦେଉଛନ୍ତି। କିନ୍ତୁ ଖାତାରେ କରଦାତାଙ୍କ ସଂଖ୍ୟା ୨.୫ କୋଟି ରହିଛି। ୧୩୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ଦେଖିଲେ ଟିକସଦାତାଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌। ସଚ୍ଚୋଟ ଭାବେ ଲୋକମାନେ ଟିକସ ପ୍ରଦାନ କରିବା ସହ ଦେଶ ଗଠନରେ ନିଜର ଯୋଗଦାନ ରଖିପାରିବେ।
ନୂଆ ବ୍ୟବସ୍ଥା ସମ୍ପର୍କରେ ମତ ରଖି ମୋଦି କହିଛନ୍ତି, ଟାକ୍ସପେୟର ଚାର୍ଟର ଏବଂ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସଦ୍ୟତମ ପର୍ଯ୍ୟାୟ ଭାବେ ଉଭାହୋଇଛି। ଏହାଦ୍ୱାରା ଟିକସ ଅନୁପାଳନ ବ୍ୟବସ୍ଥା ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରାଯିବାକୁ ଯୋଜନା ରଖାଯାଇଛି। ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଆଣିବା ଲାଗି ସରକାର ଏଭଳି ଏକ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେହିଭଳି ଫେସ୍‌ଲେସ୍‌ ଅପିଲ୍‌ ସେପ୍ଟେମ୍ବର ୨୫ଠାରୁ କାର୍ଯ୍ୟକାରୀ କରାଇବାକୁ ଯୋଜନା ରଖାଯାଇଛି। ଟିକସ ସିଷ୍ଟମ ଫେସ୍‌ଲେସ୍‌ ହୋଇଥିବା ବେଳେ ଏହା ଟିକସଦାତାଙ୍କୁ ନିର୍ଭୟ ଏବଂ ବ୍ୟବସ୍ଥିତ ଢଙ୍ଗରେ ସେବା ଯୋଗାଇବାର ପ୍ରତିଶ୍ରୁତି ଦେଉଛି।
ଗତ କିଛି ବର୍ଷରେ ଟିକସଦାତାଙ୍କ ସଂଖ୍ୟା ୨.୫ କୋଟିକୁ ବୃଦ୍ଧି ଘଟିଛି। ମାତ୍ର ପ୍ରକୃତ ପକ୍ଷେ ୧.୫ କୋଟି ଲୋକ ଟିକସ ପ୍ରଦାନ କରୁଛନ୍ତି। ଯେଉଁମାନେ ଟିକସ ପ୍ରଦାନ କରିବାକୁ ସକ୍ଷମ ସେମାନେ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି ଟିକସ ପ୍ରଦାନ ସହ ଦେଶ ଗଠନରେ ଭାଗିଦାରୀ ହୁଅନ୍ତୁ ବୋଲି ମୋଦି ଆହ୍ବାନ ଜଣାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସରକାର ବାଧ୍ୟବାଧ୍ୟକତା ସହ ବିଭିନ୍ନ ଅର୍ଥନୈତିକ ସଂସ୍କାର ହାତକୁ ନେଇଛନ୍ତି। ହେଲେ ଏହାଦ୍ୱାରା ଆଖିଦୃଶିଆ ସଫଳତା ମିଳିପାରିନାହିଁ। ବର୍ତ୍ତମାନ ସଂସ୍କାର ଧାରା ନିରନ୍ତର ହେଉଛି। ଦେଶରେ ଇଂରେଜ ଶାସନ ସମୟରୁ ଟିକସ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଏଥିରେ ବର୍ତ୍ତମାନ ବିଭିନ୍ନ ଢାଞ୍ଚାଗତ ସଂସ୍କାର ପ୍ରକ୍ରିୟା ହାତକୁ ନିଆଯାଉଛି। ବିଗତ ଦିନଗୁଡିକରେ ଟିକସ ନିୟମରେ ଜଟିଳତା ଯୋଗୁ ଲୋକମାନେ ଅନୁପାଳନରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିଲେ। ଏହାକୁ ଧ୍ୟାନରେ ରଖି ସରକାର ନିୟମକୁ କୋହଳ କରିବା ସହ ଟିକସଦାତାଙ୍କୁ ଖୁସି କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି।
ମୋଦି ପୁଣି କହିଛନ୍ତି , ସରକାର ‘ବିବାଦ ସେ ବିଶ୍ୱାସ ସ୍କିମ୍‌’ ଆଣିଛନ୍ତି। ଏହା ଦ୍ୱାରା କୋର୍ଟ ବାହାରେ ଅନେକ ମାମଲା ସମାଧାନ ହୋଇପାରୁଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରାୟ ୩ ଲକ୍ଷ ମାମଲା ସମାଧାନ କରାଯାଇଛି। ସାମଗ୍ରୀ ଓ ସେବା ଟିକସ ମିଶ୍ରଣ ଦ୍ୱାରା ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଟିକସ ଏହା ମଧ୍ୟରେ ବିଲୀନ ହୋଇଛି। ଟିକସ ବ୍ୟବସ୍ଥାକୁ ନିରନ୍ତର, ଫେସ୍‌ଲେସ୍‌ ଏବଂ କଷ୍ଟଶୂନ୍ୟ କରାଯାଇଛି। ଟିକସ ସ୍ଲାବ୍‌ରେ ପରିବର୍ତ୍ତନ, କର୍ପୋରେଟ ଟିକସ ହ୍ରାସ, ଅପହଞ୍ଚ ଇଲାକାକୁ ବ୍ୟାଙ୍କ ସେବା ଯୋଗାଣ ଉପରେ ସରକାର କାର୍ଯ୍ୟକ୍ରମ ତ୍ୱରାନ୍ବିତ କରୁଛନ୍ତି। ୨୦୨୦-୨୧ ବଜେଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଟାକ୍ସପେୟର୍ସ ଚାର୍ଟର ସମ୍ପର୍କରେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?