ପ୍ରାକୃତିକ ବନ୍ଧନକୁ ଗୁରୁତ୍ୱ

ଜନସଂଖ୍ୟା ଅନୁଯାୟୀ ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ରହିଛି। ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ଆମ ଦେଶରେ ରୁହନ୍ତି। କିନ୍ତୁ ଆମ ପାଖରେ ବୈଶ୍ବିକ ଭୂମିର ମାତ୍ର ୨.୪ ପ୍ରତିଶତ ଭୂମି ସହ ୨ ପ୍ରତିଶତ ଜଙ୍ଗଲ ଏବଂ କେବଳ ଚାରି ପ୍ରତିଶତ ବିଶୁଦ୍ଧ ଜଳ ଉପଲବ୍ଧ ଅଛି। ଭବିଷ୍ୟତରେ ଜନସଂଖ୍ୟାର ଚାପ ବଢ଼ିବା ସହ ଏହି ଉତ୍ସଗୁଡ଼ିକ ଆହୁରି ହ୍ରାସ ପାଇବ। ବର୍ତ୍ତମାନ ଯେଉଁ ହାରରେ ଆମେ ପ୍ରାକୃତିକ ସମ୍ପଦ ବ୍ୟବହାର କରୁଛୁ, ୨୦୩୦ ସୁଦ୍ଧା ଆମକୁ ୨୫ ଗୁଣରୁ ଅଧିକ ପ୍ରାକୃତିକ ସମ୍ପଦ ଆବଶ୍ୟକ ପଡ଼ିବ।
ସମ୍ପ୍ରତି ପରିବେଶ ଉପରେ ବିପଦ ମାଡ଼ି ଚାଲିଛି। ଅର୍ଥଶାସ୍ତ୍ର ଏବଂ ଶାନ୍ତି ସଂସ୍ଥାନ (ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସ୍‌)ର ସୂଚନା ଅନୁଯାୟୀ, ଯଦି ଖାଦ୍ୟ ସୁରକ୍ଷା ପ୍ରତି ୨୫ ପ୍ରତିଶତ ବିପଦ ରହିବ, ତେବେ ଦେଶରେ ବିବାଦ ତଥା ସଂଘର୍ଷର ଆଶଙ୍କା ୩୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇବ। ଯଦି ସମ ପରିମାଣରେ ଜଳର ଅଭାବ ଦେଖାଦେବ, ତେବେ ବିବାଦୀୟ ପରିସ୍ଥିତି ୧୮ ପ୍ରତିଶତକୁ ବୃଦ୍ଧି ପାଇବ। ଜୈବ ବିବିଧତା ଦୃଷ୍ଟିରୁ ଆମ ଦେଶରେ ଥିବା ଚାରୋଟି ହଟ୍‌ସ୍ପଟ୍‌ର ୯୦ ପ୍ରତିଶତ କ୍ଷେତ୍ର ହ୍ରାସ ପାଇଛି। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତକୁ ପ୍ରତିବର୍ଷ ହାରାହାରି ୭ ବିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡୁଛି; ଯେଉଁଥିପାଇଁ ବିଗତ ୫ ବର୍ଷରେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ଭାରତର ମାନ୍ୟତା ହ୍ରାସ ପାଇଛି। ୨୦୨୨ରେ ଭାରତ ୧୨୧ତମ ସ୍ଥାନରେ ଥିଲା। ୨୦୨୪ରେ ଅବଶ୍ୟ ଏଥିରେ ସାମାନ୍ୟତମ ଉନ୍ନତି ଘଟିଛି। ଭାରତ ରହିଛି ୧୧୨ତମ ସ୍ଥାନରେ, ଯାହା ଅନ୍ୟ ବିକାଶଶୀଳ ରାଷ୍ଟ୍ରଙ୍କ ତୁଳନାରେ ନଗନ୍ୟ।
ଏଭଳି ସ୍ଥିତିରେ ପ୍ରାକୃତିକ ବନ୍ଧନ ପାଇଁ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି। ବାସ୍ତବରେ ଏହି ପ୍ରାକୃତିକ ବନ୍ଧନ କ’ଣ ? ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତିରୁ ଯାହା ନେଇଛୁ କିମ୍ବା ନେଉଛୁ, ତାହାକୁ ସେହି ଅନୁପାତରେ ଆମେ ପ୍ରକୃତିକୁ ଫେରାଇଦେବା ଉଚିତ, ଏହି ପ୍ରତିବଦ୍ଧତା ହିଁ ହେଉଛି ପ୍ରାକୃତିକ ବନ୍ଧନ। ଯଦି ଆମେ ପ୍ରକୃତିକୁ ଏସବୁ ଫେରାଇବା ନାହିଁ ଅବା ପରିଶୋଧ କରିବା ନାହିଁ, ତେବେ ପ୍ରକୃତି ନିକଟରେ ଋଣୀ ହୋଇଯିବା। ପ୍ରକୃତି ଆମ ଜୀବନର ଆଧାର, କିନ୍ତୁ ଏହାର ଋଣ ପରିଶୋଧ କରିବାକୁ ଭୁଲି ଯାଉଛୁ। ଆକଳନ କହୁଛି, ଭାରତରେ ଜଳବାୟୁ ବିପର୍ଯ୍ୟୟ ହେତୁ ୨୦୫୦ ସୁଦ୍ଧା ୪.୫କୋଟି ଭାରତୀୟ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ବାଧ୍ୟହେବେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଚରମ ପାଣିପାଗଜନିତ ଘଟଣାର ପରିଣାମ ସ୍ବରୂପ ସ୍ଥାନାନ୍ତର ହେଉଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ସଂଖ୍ୟାର ୩ ଗୁଣ ବଢ଼ିଯିବ। ବିଶ୍ୱ ଜଳବାୟୁ ବିପଦ ସୂଚକାଙ୍କ ୨୦୨୧, ଅନୁସନ୍ଧାନ ଗୋଷ୍ଠୀ ଜର୍ମାନୱାଚ୍‌ର ବାର୍ଷିକ ସୂଚକାଙ୍କ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ଶୀର୍ଷ ୧୦ଟି ଦେଶଙ୍କ ମଧ୍ୟରେ ଭାରତକୁ ସ୍ଥାନିତ କରିଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବିଶ୍ବର ତାପମାତ୍ରା କ୍ରମାଗତ ବୃଦ୍ଧି ଘଟୁଛି। ଅଦିନିଆ ବୃଷ୍ଟି ତଥା ଅପବୃଷ୍ଚିର ହାର ବଢ଼ି ଚାଲିଛି। ଏହି କାରଣରୁ ୨୦୩୫ ପର୍ଯ୍ୟନ୍ତ ଖାଦ୍ୟର ମୂଲ୍ୟ ବାର୍ଷିକ ୩.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ।
ବଢ଼ିଚାଲିଥିବା ବୈଶ୍ବିକ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ମୁକୁଳିବା ପାଇଁ ରାଜନୈତିକ ଦଳଗୁଡ଼ିକ ପାଖରେ କି କି ଯୋଜନା ରହିଛି? ଏହି ସ୍ପର୍ଶକାତର ବିଷୟ କୌଣସି ନିର୍ବାଚନରେ ଆଲୋଚନାର ପ୍ରସଙ୍ଗ ମଧ୍ୟ ପାଲଟି ନାହିଁ। ଯଦି ଠିକ୍‌ ଭାବରେ ଦେଖାଯିବ ନିର୍ବାଚନ ମଧ୍ୟ ପରିବେଶୀୟ ଦୃଷ୍ଟିକୋଣରୁ କ୍ଷତିକାରକ। ସେଥିପାଇଁ ଦେଶର ଗଣତାନ୍ତ୍ରିକ ସଂରଚନାକୁ ସବୁଜ ଗଣତନ୍ତ୍ର ଅଧୀନରେ ଅନ୍ତର୍ଭୁକ୍ତ କରିପାରିନାହୁଁ। ଜଳବାୟୁ ପରିବର୍ତ୍ତନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶରେ ଏକ ସବୁଜିମାସମ୍ପନ୍ନ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ମନେହୁଏ। ଏଥିସହ ବଢ଼ିଚାଲିଥିବା ପ୍ରାକୃତିକ ସମ୍ପଦର ଶୋଷଣ ବନ୍ଦହେବା ଉଚିତ। ନଚେତ୍‌ ପରିବେଶର ବିନାଶ ମୂଲ୍ୟରେ ଚାଲିଥିବା ବିକାଶ ଶେଷରେ ଆମକୁ ଧ୍ୱଂସ ଆଡ଼କୁ ନେଇଯିବ। ତେଣୁ ବେଳହୁଁ ସତର୍କ ରହିବା ସହ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଆବଶ୍ୟକ।

ଈପ୍ସିତା ମହାନ୍ତି
ବୈପାରିଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?