ପ୍ରବଞ୍ଚନାର ଭିନ୍ନରୂପ

ବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ର ଏକ କବିତାଂଶ ହେଲା
ଚଉକିଦାର ଗୋବରା ଭୋଇ – ଚିଲମଟାଣି ରାତିଟା ଶୋଇ। ସକାଳୁ କହେ ଚୋରକୁ କାଲି ବୁଲାଇ ଦେଲି ଭୁଆଁଟି – ଛୋଟ ମୋର ଗାଁଟି। ଭୁଆଁ ବୁଲାଇବାର ଅର୍ଥ ପ୍ରବଞ୍ଚନାର ଏକ ପ୍ରାୟୋଜିତ ପ୍ରୟାସ। ବାସ୍ତବରେ ଗୋବରା ଚୋରକୁ ଭୁଆଁ ବୁଲାଇବା ପରିବର୍ତ୍ତେ ଗ୍ରାମବାସୀଙ୍କୁ ମିଥ୍ୟା ଦ୍ୱାରା ଭ୍ରମିତ କରିବାରେ ସଫଳ ହେଉଥିଲା। ମିଥ୍ୟା ସଫଳତାକୁ ଆମେ ଏତେ ସୁନ୍ଦର ଭାବେ ଲୋକ ସମକ୍ଷରେ ଉପସ୍ଥାପନା କରୁ ଯଦ୍ଦ୍ବାରା ତାହା ମିଛ ସତ୍ୟର ରୂପ ନେଇ ତଡ଼ିତ ବେଗରେ ସଂଚରିତ ହୋଇଯାଏ। ଗୋବରା ଭୋଇ ରାତିରେ ଗଞ୍ଜେଇ ସେବନ କରି ଶୋଇଯାଏ ଓ ନିଶାନ୍ତେ ଅତି ସୁନ୍ଦରଭାବେ ତା’ର ବୀରତ୍ୱର ଗାଥା ଗ୍ରାମବାସୀଙ୍କ ସମ୍ମୁଖରେ ବଖାଣେ ଯେ ସେ କିପରି ଚୋରକୁ କୌଶଳରେ ଗ୍ରାମରୁ ବିତାଡ଼ିତ କରିବାରେ ସକ୍ଷମ ହେଲା। ଲୋକେ ତା’ କଥାକୁ କେବଳ ବିଶ୍ୱାସ କରନ୍ତି ନାହିଁ; ବରଂ ତା’ ଯୋଗୁ ଲୋକଙ୍କ ଧନଜୀବନ ସୁରକ୍ଷିତ ରହୁଥିବାରୁ ତା’ ଉପରେ ଅଜାଡ଼ି ଦିଅନ୍ତି ଅସୁମାରି ପ୍ରଶଂସା। ଏହି ଉପସ୍ଥାପନାର ତାତ୍ପର୍ଯ୍ୟ ଏହି ଯେ ଆମ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ରଙ୍ଗବୋଳା ମିଥ୍ୟା ଆଢୁଆଳରେ ସତ୍ୟତା ନିଜର ସତ୍ତା ହରାଏ।
ଏ ସମ୍ବନ୍ଧରେ ଏକ ସତ୍ୟ ଘଟଣାର ଅବତାରଣା ପ୍ରାସଙ୍ଗିକ ମନେହୁଏ। ବହୁବର୍ଷ ତଳେ ଆମ ଅଞ୍ଚଳରେ ବର୍ଷ ଅନାବୃଷ୍ଟି ଯୋଗୁ ଗଜାମରୁଡ଼ିରେ ଚାଷୀକୁଳ ଚିନ୍ତାରେ ଥାଆନ୍ତି। ଗ୍ରାମର ଭାଗବତ ଟୁଙ୍ଗିରେ ଚାଷୀମାନେ ବସି ସମ୍ଭାବ୍ୟ ଦୁର୍ଦ୍ଦିନ କଥା ଆଲୋଚନା କରୁଥାନ୍ତି। ଏହି ସମୟରେ ଜଣେ ଯୋଗୀ କେନ୍ଦରା ବଜାଇ ଗୀତଗାଇ ଭିକ୍ଷା ଯାଚନା କରୁଥାଏ। ଯୋଗୀକୁ ଦେଖି ଜଣେ ଯୁବଚାଷୀ ଉତ୍‌କ୍ଷିପ୍ତ ସ୍ବରରେ କହିଲା- ଆରେ ବର୍ଷା ତ ନାହିଁ। ଏସନ ଚାଷ ଉଜୁଡ଼ିବାକୁ ବସିଲାଣି। ଆମ ପିଲାଏ କ’ଣ ଖାଇବେ – କେମିତି ବଞ୍ଚତ୍ବେ ସେ ଚିନ୍ତା ଆମକୁ ଘାରିଛି। ଏପରି ସମୟରେ ତୁ ଭିକ ମାଗୁଛୁ। ଯଥାଶୀଘ୍ର ଏ ଗାଁ ଛାଡ଼ି ଚାଲିଯା। ଯୋଗୀ ପାଟିରୁ ବାହାରି ଆସିଲା- ଦେଖ ଆଜି କେମିତି ବର୍ଷା ହେଉଛି। ଯୋଗୀ ଭାବିଥିଲା ଗ୍ରାମଲୋକେ ଖୁସି ହୋଇ ତାକୁ ଛାଡ଼ିଦେବେ। ମାତ୍ର ଯୁବକମାନେ ଯୋଗୀକୁ ନେଇ ଭାଗବତ ଟୁଙ୍ଗିରେ ବନ୍ଦୀକରି ରଖିଲେ। ଯୋଗୀପୁଅ ବିଚରା ଭଗବାନଙ୍କୁ ଡାକୁଥାଏ। ଏପରି କଥା କାହିଁକି ତା’ ତୁଣ୍ଡକୁ ଆସିଲା। କିନ୍ତୁ ସନ୍ଧ୍ୟା ସୁଦ୍ଧା ପ୍ରବଳ ବର୍ଷା ହେଲା । ଯୋଗୀଙ୍କ ପ୍ରଶଂସାରେ ତମାମ ଗାଁ ଶତମୁଖ। ପରେ ଭାଗବତ ଟୁଙ୍ଗି ଆଶ୍ରମର ରୂପ ନେଲା ଓ ଯୋଗୀ ବନିଗଲେ ବାବା। ଆମେ ଏହାକୁ କ’ଣ କହିବା ଆମତ୍ରକ୍ଷା ପାଇଁ ପ୍ରବଞ୍ଚନାର ସହାୟତା ନା ସଂଯୋଗ। ସେ ଯାହା ହେଉ ଲୋକେ ବାବାଙ୍କୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ବାବା ନିଜ ମନ୍ଦକାମନାରେ ବଶୀଭୂତ ହୋଇ ସମୟ ସୁବିଧା ଦେଖି ଗ୍ରାମର କନ୍ୟାଟିଏ ଧରି ଅନ୍ତର୍ଦ୍ଧାନ ହୋଇଗଲେ। ସେଦିନ ସେ ଭବିଷ୍ୟବାଣୀ ନ ଥିଲା ବାବାଙ୍କର ଦୈବୀ ସାଧନାର ଫଳ। ବରଂ ଏହାକୁ ଏକ ପ୍ରବଞ୍ଚନା କହିବା ଅଧିକ ସମୀଚୀନ ହେବ।
ଭାରତବର୍ଷ ମୁନିଋଷିଙ୍କର ଦେଶ। ଆମ ଉକତ୍ଳ ମଧ୍ୟ କେଉଁ ଗୁଣରେ କମ୍‌ ନୁହେଁ। ବହୁ ଜ୍ଞାନୀ, ଗୁଣୀ, ସାଧୁସନ୍ଥ ଛୁଟି ଆସିଛନ୍ତି ଏଠାକୁ। ସେମାନେ ଲଭିଛନ୍ତି ସିଦ୍ଧି ଓ ବିଦ୍‌ବତ୍ତା। ଆଜି କିନ୍ତୁ ସେ ସମୟ ନାହିଁ। ପ୍ରକୃତ ସାଧୁ ନୀରବି ଯାଇଛନ୍ତି ଓ ତାଙ୍କ ସ୍ଥାନରେ ପ୍ରବଞ୍ଚକ ଭଣ୍ଡ ସାଧୁଙ୍କର ଆବିର୍ଭାବ ଘଟିଛି। ବାବା ନକଲିକୁ ଭକ୍ତ ନକଲି। ଦୁଇ ନକଲିଙ୍କର ମିଳନରେ ମୁଖରିତ ହୁଏ ଆଶ୍ରମ । ବାବା କିନ୍ତୁ ତଥାକଥିତ ଭକ୍ତଙ୍କର ଏ ଅସହାୟତାର ଫାଇଦା ଉଠାନ୍ତି। ବିପୁଳ ସମ୍ପତ୍ତି ଆହରଣ ସହ ନିଜକୁ ସ୍ବର୍ଗାଧିପତି ମନେକରନ୍ତି। ମନୁ ସଂହିତା କହନ୍ତି-
ମନ୍ୟନ୍ତେ ବୈପାପକୃତୋ ନ କଷ୍ଠିପତ୍ଶ୍ୟତୀତିନଃ
ତାଂସ୍ତୁ ଦେବାଃ ପ୍ରପଶ୍ୟନ୍ତି ସ୍ବ ସ୍ୟୈବାନ୍ତର ପୁରୁଷ ସଃ।ା (୮ମ ଅଧ୍ୟାୟ ୫ମ ଶ୍ଲୋକ)
ଅର୍ଥାତ୍‌- ପାପକାରୀମାନେ ମନେକରନ୍ତି ଯେ ସେମାନଙ୍କୁ କେହି ଦେଖୁନାହିଁ। ମାତ୍ର ତାଙ୍କୁ ଦେବତାମାନେ ଓ ଆପଣା ଶରୀରସ୍ଥିତ ପୁରୁଷ ଦେଖନ୍ତି।
ଏବେ ଆସନ୍ତୁ ଜାଣିବା ଭବିଷ୍ୟବାଣୀ ମାଧ୍ୟମରେ ଜନମାନସକୁ ପ୍ରଭାବିତ ଓ ଭ୍ରମିତ କରୁଥିବା କତିପୟ ଜ୍ୟୋତିଷ ବିଶାରଦଙ୍କୁ। ଜ୍ୟୋତିଷଶାସ୍ତ୍ର ଏକ ଶାସ୍ତ୍ରଗତ ବିଦ୍ୟା। କିନ୍ତୁ ଏହି ବିଦ୍ୟାକୁ ଠିକ୍‌ଭାବେ ବୋଧଗମ୍ୟ କରିବା ଓ ଠିକ୍‌ ନିରୂପଣ କରିବାରେ ଦେଖାଦିଏ ବିରାଟ ଅସମାନତା। ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ପଞ୍ଜିକାରେ ତିଥି ନିରୂପଣ କରିବାରେ ଦେଖାଦିଏ ଅସମାନତା ଓ ଘୋର ଅମେଳ। ଏପରି କି କୌଣସି ଏକ ତିଥି ନିରୂପଣରେ ଅମେଳ ଯୋଗୁ କିଛି ଜ୍ୟୋତିର୍ବିଦ୍‌ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ପ୍ରତ୍ୟହ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେଉଥିବା ରାଶିଫଳ ବିଚାରକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ଗୋଟିଏ ନିର୍ଦ୍ଦିଷ୍ଟ ରାଶିର ରାଶିଫଳ ଗୋଟିଏ ଖବରକାଗଜରେ ଅତ୍ୟନ୍ତ ଶୁଭଫଳର ସୂଚନା ଦିଆଯାଉଥିବା ବେଳେ ଅନ୍ୟ ଖବରକାଗଜରେ ଏହା ଅଶୁଭ ବୋଲି ଦର୍ଶାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା – ଏବର୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସମସ୍ତ ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ବିଜୁ ଜନତା ଦଳ ବହୁମତ ଏପରି କି ଦୁଇ/ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲକରି ପୁନର୍ବାର ଓଡ଼ିଶାରେ ଶାସନ କରିବ। ଅବଶ୍ୟ କେତେକ ଜ୍ୟୋତିଷ ଆକଳନ କରିଥିଲେ ଯେ ବିଜେଡିର ସଂଖ୍ୟା କିଛି କମିବ କିନ୍ତୁ ଶାସନଗାଦି ଅଳଂକୃତ କରିବାରେ ଏହା ଆଦୌ ବାଧକ ହେବନାହିଁ। କିନ୍ତୁ ଫଳ କ’ଣ ହେଲା ଆମେ ଦେଖିଲୁ। ସେହିପରି ଭାଜପା କେନ୍ଦ୍ରରେ ଏକକ ସଂଖ୍ୟା ଗରିଷ୍ଠତାର ପ୍ରାକ୍‌ ସୂଚନା ମଧ୍ୟ ଭୁଲ୍‌ ସାବ୍ୟସ୍ତ ହୋଇଛି। ଭାଜପାକୁ ଏକାକୀ ୨୪୦ ଆସନରେ ସୀମିତ ରହିବାକୁ ହୋଇଛି। ଏପରି କି ସାମାଜିକ ଗଣ ମାଧ୍ୟମରେ ବୁଥ୍‌ ବାହୁଡ଼ା (ଏକ୍‌ଜିଟ୍‌ ପୋଲ) ଆକଳନ ମଧ୍ୟ ଠିକ୍‌ ହେଲାନାହିଁ।
ଏ ସବୁ ଦେଖି ଶୁଣି ସାଧାରଣ ମଣିଷ ମନରେ ପ୍ରଶ୍ନ ଉଠେ ସେ କାହାକୁ ବିଶ୍ୱାସ କରିବ ? ସତ୍ୟତା ତା’ର ସତ୍ତା ହରାଇଲାଣି। ସାମାଜିକ ଗଣମାଧ୍ୟମରେ ଯେପରି କମ୍ପାନୀମାନେ ତାଙ୍କ ଉପତ୍ାଦିତ ସାମଗ୍ରୀକୁ ଶ୍ରେଷ୍ଠତା ଦେଇ ଅନ୍ୟ ଉପତ୍ାଦଗୁଡ଼ିକୁ ଉପେକ୍ଷା କରୁଛନ୍ତି, ଏହା ଦ୍ୱାରା ସାଧାରଣ ଗ୍ରାହକଟି ମାନସିକ ଦ୍ୱିଧା ମଧ୍ୟକୁ ଠେଲି ହୋଇଯାଉଛି। ଘରେ ଘରେ ଦ୍ରବ୍ୟ କିଣାକୁ ନେଇ ଭିନ୍ନ ମତ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ‘ଗରିବୀ ହଟାଓ’ର ସ୍ଲୋଗାନ ଦେଶବାସୀ ଶୁଣି ଆସୁଛନ୍ତି। ତଥାପି ଗରିବୀ ହଟୁନାହିଁ। ପ୍ରତି ନିର୍ବାଚନରେ ଗରିବୀ କଲ୍ୟାଣ ସବୁଦଳର ପ୍ରମୁଖ ଇସ୍ତାହାର। କିନ୍ତୁ ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ତା’ର ଭାଗ୍ୟକୁ ଆଦରି ପଡ଼ିରହିଛି। ଏହା କ’ଣ ପ୍ରବଞ୍ଚନା ନୁହେଁ ?

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର,
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?