ସଂକୀର୍ତ୍ତନରେ ଅଶ୍ଳୀଳତା ବନ୍ଦ ହେଉ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ସଂକୀର୍ତ୍ତନ ଭାବଭକ୍ତି ଏବଂ ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ। କିନ୍ତୁ ସଂକୀର୍ତ୍ତନରେ ଅଶ୍ଳୀଳ ଓ ଦ୍ୱିଅର୍ଥ ବୋଧକ ସଙ୍ଗୀତ ପରିବେଷଣ କରାଯାଉଛି। ଏହା ସମାଜ ଉପରେ କୁପ୍ରଭାବ ପକାଉଛି। ଫଳରେ ଏଥିରେ କଟକଣା ଲଗାଯିବା ଦାବିରେ ବୁଧବାର ବରଗଡ଼ ଜିଲା ସଂକୀର୍ତ୍ତନ ପରିଷଦର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ପରିଷଦ ପକ୍ଷରୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ବରଗଡ଼ ଜିଲାର ସଂକୀର୍ତ୍ତନ ମଣ୍ଡଳୀ ଗୁଡ଼ିକର ପ୍ରତିନିଧିମାନେ ସ୍ଥାନୀୟ ଗାନ୍ଧିଛକରେ ସମବେତ ହୋଇଥିଲେ। ପାରମ୍ପାରିକ ସଂକୀର୍ତ୍ତନ ତାଳରେ ଏକ ଶୋଭାଯାତ୍ରାରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହରିନାମ ସଂକୀର୍ତ୍ତନ ଧ୍ୱନିରେ ଜିଲାପାଳଙ୍କ କାର୍ଯ୍ୟାଳୟ କମ୍ପି ଉଠିଥିଲା। ପରେ ଜିଲାପାଳ ଗୋୟଲଙ୍କ ପାଖରେ ପହଞ୍ଚତ୍ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ସଂକୀର୍ତ୍ତନରେ ଅପସଂସ୍କୃତି ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ସମ୍ପ୍ରତି କିଛି ସଂକୀର୍ତ୍ତନ ମଣ୍ଡଳୀ ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ଶସ୍ତା ଲୋକପ୍ରିୟତା ପାଇଁ ସଂକୀର୍ତ୍ତନକୁ ବ୍ୟବସାୟିକଭାବେ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ, ସଂକୀର୍ତ୍ତନ ଆଳରେ ଅଶ୍ଳୀଳ ନୃତ୍ୟ, ଦ୍ୱିଅର୍ଥବୋଧକ ଗୀତ, ବାଦ୍ୟ କୀର୍ତ୍ତନ ନାମରେ କାୟାବିସ୍ତାର କରି ଚାଲୁଛନ୍ତି। ଏହା ସମାଜ ଉପରେ ଯଥେଷ୍ଟ କୁପ୍ରଭାବ ପକାଉଛି, ଫଳରେ ଏଭଳି ଅପସଂସ୍କୃତିକୁ ତୁରନ୍ତ ବନ୍ଦ କରିବାକୁ ସଂକୀର୍ତ୍ତନ ପରିଷଦ ଦାବି କରିଛି। ଜିଲା ସଂକୀର୍ତ୍ତନ ପରିଷଦର ସଭାପତି ପ୍ରମୋଦ କୁମାର ଦାଶ, ସମ୍ପାଦକ ଜୟଦେବ ପଣ୍ଡା, ସଫେଦ ସାହୁ, ଶିବରଞ୍ଜନ ଭୋଇ, ଲଲିତ ମୋହନ ପଣ୍ଡା, ରାମଚନ୍ଦ୍ର ସାହୁ, ନିଲ ଦେବତା, ମୀନକେତନ ମେହେର, ଗୌର ସାହୁ, ଗୋରାଚାନ୍ଦ ସାହୁ, ସୌମିତ୍ରୀ ଦାଶ, ଥଣ୍ଡାରାମ ପଟେଲ, ତାରାଚାନ୍ଦ ପଟେଲ, ହେମସାଗର ପଟେଲ, ନାରାୟଣ ବାବା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri