ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ ମାଧ୍ୟରେ କମ୍ପାନୀ ୧୦୬ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ ଲକ୍ଷ୍ୟ ରଖିଛି। କିନ୍ତୁ ଭାରତରେ ଇଣ୍ଟରନେଟ୍‌ ବ୍ୟବସାୟରେ ଏଲନ ମସ୍କଙ୍କ ସ୍ପେଶ୍‌ ଏକ୍ସ ଅଧୀନସ୍ଥ ଷ୍ଟାରଲିଙ୍କ୍‌ କମ୍ପାନୀ ପ୍ରବେଶ କରିବା ନେଇ ଗତ କିଛିଦିନ ହେଲା ଚାଲିଥିବା ବିବାଦ ଆହୁରି ତେଜିଥିଲାବେଳେ ଜିଓ ଆଇପିଓ ଇସ୍ୟୁ କରିବା ପୂର୍ବରୁ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିଛନ୍ତି ମସ୍କ। ଜିଓ ଭାରତରେ ସୁଲଭ ମୂଲ୍ୟରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦେଉଥିବା ଦାବି କରୁଥିଲାବେଳେ ରିଲାଏନ୍ସ ଜିଓ ସହ ମୁକାବିଲା କରିବା ଏବଂ ସୁଲଭ ମୂଲ୍ୟରେ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ଷ୍ଟାରଲିଙ୍କ ପ୍ରସ୍ତୁତ ଅଛି ବୋଲି ମସ୍କ କହିଛନ୍ତି। ଅନ୍ୟପକ୍ଷରେ ସ୍ପେସଏକ୍ସ ମାଲିକାନାରେ ଥିବା ଷ୍ଟାରଲିଙ୍କ୍‌ ଭଳି ରିଲାଏନ୍ସ ଜିଓ ମଧ୍ୟ ନିଜସ୍ବ ସାଟେଲାଇଟ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ନେଇଥିବା କୁହାଯାଇଛି। ଏଥିପାଇଁ କେବଳ ଚୂଡ଼ାନ୍ତ ସୁରକ୍ଷା ମଞ୍ଜୁରୀକୁ ଅପେକ୍ଷା କରାଯାଇଛି।
ସୁଲଭ ଏବଂ ଶସ୍ତା ଡାଟାକୁ ନେଇ ଏବେ ଇଣ୍ଟରନେଟ୍‌ ବଜାରରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଥିଲା ବେଳେ ଭାରତରେ ଯଦି ଷ୍ଟାରଲିଙ୍କ୍‌ ପ୍ରବେଶ କରେ ତେବେ ପ୍ରତିଦ୍ୱନ୍ଦ୍ୱିତା ଆହୁରି ବଢିବ ବୋଲି କୁହାଯାଉଛି। କେବଳ ଇଣ୍ଟରନେଟ୍‌ ନୁହେଁ ସ୍ପେସଏକ୍ସ ଏବେ ମୋବାଇଲ ବଜାରରେ ମଧ୍ୟ ପ୍ରବେଶ କରିବାକୁ ଯୋଜନା କରୁଛି। ମସ୍କ କହିଛନ୍ତି, ବ୍ୟବସାୟିକ ପ୍ରତିଯୋଗିତା ଦ୍ୱାରା ଭାରତରେ ସାଧାରଣ ନାଗରିକମାନେ ଅଧିକ ବିକଳ୍ପ ପାଇ ଉପକୃତ ହେବେ। ଅମ୍ବାନୀଙ୍କ ଲାଭ ହୁଏତ କମିଯାଇପାରେ, କିନ୍ତୁ ତାଙ୍କ ବ୍ୟବସାୟ ବନ୍ଦ ହେବ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ସୋମବାର ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ RBIର ଛୁଟିଦିନ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଯଦି ଆପଣ ସୋମବାର, ୧୨ ଅକ୍ଟୋବର ୨୦୨୬ ଦିନ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?