ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିପାରନ୍ତି ଏଲନ ମସ୍କ

ୱାଶିଂଟନ,୮ ।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଏକ ନମ୍ବରରେ ଥିବା ଏଲନ ମସ୍କ ଏବେ ଏହାକୁ ହରାଇ ପାରନ୍ତି ବୋଲି କୁହାଯାଉଛି । ଫୋର୍ବସ ଦ୍ୱାରା ଧନୀ ବ୍ୟକ୍ତିଙ୍କ ତାଲିକା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ନୂଆ ମୁଖ୍ୟ ଏଲନ ମସ୍କ ବୁଧବାର ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ ହରାଇବାକୁ ଯାଉଥିବା କୁହାଯାଉଛି । ଫୋର୍ବସର ରିୟଲ ଟାଇମ ବିଲେନିୟର୍ସର ଲିଷ୍ଟରେ ଟେଲସାର ସିଇଓ ଏଲନ ମସ୍କ କିଛି ସମୟ ପାଇଁ ଏହି ତାଲିକାରେ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏଲନ ମସ୍କଙ୍କୁ ଫ୍ରାନ୍ସର ୭୩ ବର୍ଷୀୟ ଅରବପତି ବର୍ନାର୍ଡ ଅରନଲ୍ଟ କଡା ଟକ୍କର ଦେଇଛନ୍ତି । ଏହାସହ ଲକ୍‌ଜରି ବ୍ରାଣ୍ଡ ଲୁଇସ ବୁଇଟନର ମୂଳ କମ୍ପାନୀ ଏଲଭିଏମଏଚର ମାଲିକ ବର୍ନାର୍ଡ ଅରନଲ୍ଟ ବିଶ୍ୱର ସବୁଠାରୁ ଧନୀ ଅବପତି ତାଲିକାରେ ଆଗକୁ ଚାଲିଯାଇଛନ୍ତି ।
ଫୋର୍ବସର ରିୟଲ ଟାଇମ ଇଣ୍ଡେକ୍ସ ଅନୁଯାୟୀ, ବୁଧବାର କିଛି ସମୟ ପାଇଁ ଏଲନ ମସ୍କ ଫୋର୍ବସର ‘ରିୟଲ-ଟାଇମ ବିଲେନିୟର୍ସ’ ତାଲିକାର ଦ୍ୱିତୀୟ ସ୍ଥାନକୁ ଚାଲି ଆସିଥିଲେ । ଟୁଇଟର ଓ ଟେଲସାର ସିଇଓଙ୍କୁ ଅରନଲ୍ଟ ପଛରେ ପକାଇଦେଇଥିଲେ । ଫୋର୍ବସ ଏବେ ମସ୍କଙ୍କ ସମ୍ପତ୍ତି ୧୮୪.୯ ଅରବ ଡଲାର ବୋଲି ଦର୍ଶାଇଛି ଓ ଅରନଲ୍ଟଙ୍କ ସମ୍ପତ୍ତି ୧୮୪.୭ ଅରବ ଡଲାର ବୋଲି ଦର୍ଶାଇଛି । ଏହି ଅଙ୍କକୁ ଦେଖିଲେ ଉଭୟ ଅରବ ପତିଙ୍କ ନେଟୱର୍ଥରେ ସାମାନ୍ୟ ଫରକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ

ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ...

ରଶ୍‌ଡିଙ୍କ ଆକ୍ରମଣକାରୀ ପୁରସ୍କୃତ

ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍‌ମାନ ରଶ୍‌ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି।...

ଟୁଇଟର ପଲିସିରେ ହୋଇନାହିଁ କୌଣସି ପରିବର୍ତ୍ତନ, ଟୁଇଟ କରି ନିଜେ ସୂଚନା ଦେଲେ ମସ୍କ

ୱାଶିଂଟନ,୨୯ ।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉପରେ ଏବେ ଟେଲସାର ସିଇଓ ଏଲନ ମସ୍କଙ୍କ୍‌ର ମାଲିକାନା ଆସିଯାଇଛି । ଏହି ସଫଳତା ପରେ ଏଲନ...

ଭାରତର ବୈଦେଶିକ ନୀତି ନିରପେକ୍ଷ

ମସ୍କୋ,୨୯ା୧୦(ପି.ଟି.): ଭାରତ ସହ ରୁଷିଆର ସମ୍ପର୍କ ସ୍ବତନ୍ତ୍ର। ଦୁଇଦେଶ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ରୁଷିଆ...

ଯୁଦ୍ଧ ଘୋଷଣା ପରେ ରାଜଧାନୀରେ ପ୍ରଚଣ୍ଡ ବିସ୍ଫୋରଣ

କ୍ୱିଭ(ୟୁକ୍ରେନ),୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ଦେଶର ଉପକୂଳବର୍ତ୍ତୀ କିଛି ସହରରେ ପ୍ରଚଣ୍ଡ...

ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଲେ କୁଆଁରୀ ମା’: କୁକୁର ରକ୍ଷା କଲା ଜୀବନ

ବ୍ୟାଙ୍କକ,୧୯।୫: ଥାଇଲାଣ୍ଡରେ ଜଣେ ୧୫ ବର୍ଷୀୟା କୁଆଁରୀ ମା’ ଲୋକ ଲଜ୍ୱାକୁ ଡରି ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଇଛନ୍ତି। ତେବେ ପୋଷା...

ଦୁଇ ଟ୍ରେନ ଧକ୍କ, ୫୭ ଆହତ…

ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭...

ଭୟଙ୍କର ହେବ ଆଗାମୀ ମହାମାରୀ

ଲଣ୍ଡନ, ୭ା୧୨: ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ କୋଭିଡ୍‌-୧୯ଠାରୁ ଅଧିକ ଭୟଙ୍କର ହୋଇପାରେ। କରୋନା ଅପେକ୍ଷା ଏହା ବେଶି ସଂକ୍ରାମକ ଓ ଘାତକ ହୋଇପାରେ। କୋଭିଡ୍‌...

Advertisement
Archives

Model This Week