୨ଜଣଙ୍କ ଜୀବନ ନେଲା ହାତୀ

ଅନୁଗୋଳ, ୨୧।୬ (ଅମିତ କୁମାର ସାମଲ): ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ମଙ୍ଗଳବାର ୨ ଜଣଙ୍କ ଜୀବନ ନେଇଛି ହାତୀ। ମୃତକ ହେଲେ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ(୬୫) ଓ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପ୍ରଧାନ(୫୫)। ଏହି ଘଟଣା ଜଣାପଡ଼ିବା ପରେ ସାନକନ୍ତକୁଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବନ କର୍ମଚାରୀମାନଙ୍କୁ ଟଣାଓଟରା କରିଥିଲେ। ଘଟଣାସ୍ଥଳରେ ବନ୍ତଳା ଥାନା ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପ୍ରକାଶ ଯେ, ନିକଟସ୍ଥ ଜଙ୍ଗଲରୁ ଚାଲିଆସିଥିବା ଏକ ଦନ୍ତା ହାତୀ ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଥମେ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସଙ୍କୁ ଆକ୍ରମଣ କରିଥିଲା। ଶ୍ରୀନିବାସ ଗାଁ ନିକଟ ବାଉଁଶ ବୁଦାରୁ ବାଉଁଶ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏହି ଘଟଣାର ପ୍ରାୟ ଅଧଘଣ୍ଟା ପରେ ଉକ୍ତ ହାତୀ ସାନକନ୍ତକୁଳ ଗ୍ରାମରୁ ଅଢ଼େଇ କିଲୋମିଟର ଦୂର ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମରେ ପଶି ବାଉଁଶ ବାଡ଼ ଦେଉଥିବା ଅରୁଣଙ୍କୁ ଆକ୍ରମଣ କରିଥିଲା। ଖବରପାଇ ବନ ବିଭାଗ ଅରୁଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ହାତୀ ଆକ୍ରମଣ ଘଟଣାକୁ ନେଇ ସାନକନ୍ତକୁଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକମାନେ ବନ କର୍ମଚାରୀଙ୍କୁ ଟଣାଓଟରା ସହ ଅଟକ ରଖିଥିଲେ। ବନ୍ତଳା ଥାନା ଅଧିକାରୀ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏ ନେଇ ବନ୍ତଳା ବନାଞ୍ଚଳ ଅଧିକାରୀ ନିଳଦ୍ରୀନାଥ ସାହୁ କହିଛନ୍ତି, ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାନକନ୍ତକୁଳ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଟା କାର୍ଯ୍ୟାଳୟରେ ଯୁବକଂଗ୍ରେସର ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨ା୧୧: କେତେଜଣ ଦଳୀୟ ନେତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ମେଟା ହଟାଇ ଦେଇଥିବାରୁ ଏହା ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ମୁମ୍ୱାଇ, ହାଇଦ୍ରାବାଦ, ଗୁରୁଗ୍ରାମ ଆଦି ବିଭିନ୍ନ ସ୍ଥାନରେ…

ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ଘର ହେବ ସଂଗ୍ରହାଳୟ; ମାଲିକ ସୁଖଦେବ ସିଂହ କାଙ୍ଗ କଲେ ବଡ଼ ଘୋଷଣା

ଇଟାଲୀ,୨୧ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘରକୁ ନେଇ ଇଟାଲୀରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ଇଟାଲୀରେ ରହୁଥିବା ଶିଖ୍ ବ୍ୟବସାୟୀ ସୁଖଦେବ ସିଂହ…

ୟେମେନ୍‌ରେ ଏୟାରଷ୍ଟ୍ରାଇକ୍‌: ୪୧ ମୃତ

ସାନା/ ରିୟାଦ,୨୧ା୧୧: ସାଉଦି ଆରବ ଗତ ୨୪ ଘଣ୍ଟା ମଧ୍ୟରେ ୟେମେନ୍‌ର ବିଭିନ୍ନ ସ୍ଥାନରେ କରିଥିବା ଏୟାରଷ୍ଟ୍ରାଇକ୍‌ରେ ୧୧ ପିଲା ଓ ୭ ମହିଳାଙ୍କ ସମେତ ଅନୂ୍ୟନ…

ତାମିଲନାଡୁରେ ଚାଞ୍ଚଲ୍ୟ: ଟ୍ରେନ୍‌ରେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା

ଚେନ୍ନାଇ,୨୧ା୧୧: ତାମିଲନାଡୁର କନ୍ୟାକୁମାରୀ ଜିଲା ଅନ୍ତର୍ଗତ ନାଗେରକଏଲ ରେଲ୍‌ଓ୍ବେ ୟାର୍ଡରେ ଗତ ୧୩ ତାରିଖରେ ଏକ ଅବ୍ୟବହୃତ ଟ୍ରେନ୍‌ ବଗିରୁ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତଦେହ…

ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: କୋଟିଆର ତଳ ଗଞ୍ଜେଇପଦର ପାଇଁ ଆନ୍ଧ୍ରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ପ୍ରାର୍ଥୀ

ପଟ୍ଟାଙ୍ଗି,୨୧।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ…

‘ଅକ୍ୱାନ’ ବର୍ଷାରେ ଉଜୁଡ଼ି ଗଲା ପାଚିଲା ଧାନ, ଚିନ୍ତାରେ ଚାଷୀ

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳର ଶହ ଶହ ଏକର ପାଚିଲା ଧାନ…

ବାଳିଆ ମାଛ ଧରିବାକୁ ପକାଇଥିଲେ ବନିସୀ, ଲାଗିଲା ସାଢ଼େ ଚାରି ଫୁଟିଆ କୁମ୍ଭୀର: ଚିକିତ୍ସା ପରେ ଉଦ୍ଧାର କଲା…

ଆଳି,୨୧।୧୧(ବନମାଳୀ ସେନାପତି ): ନଦୀରେ ମାଛ ଧରିବା ପାଇଁ ପକାଯାଇଥିବା ବନିସୀ କଣ୍ଟାରେ ମାଛ ବଦଳରେ ଲାଗିଛି ଏକ ସାଢ଼େ ଚାରି ଫୁଟିଆ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା…

Kartik Purnima 2026: ସ୍ନାନ-ଦାନଠାରୁ ଆରମ୍ଭ କରି ଦୀପଦାନ ପର୍ଯ୍ୟନ୍ତ, ଏହି ଦିନ ନିଶ୍ଚୟ କରନ୍ତୁ ଏହି ୫ଟି ଶୁଭ କାର୍ଯ୍ୟ!

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ। ସ୍ନାନ, ଦାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?