ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ ବିରୋଧକରି ପୋଷ୍ଟର ଲାଗିଛି। ମାଓବାଦୀ ବିରୋଧୀ ସଙ୍ଗଠନ ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ(ଏଏନ୍‌ପିପିଏଫ୍‌) ଏହି ପୋଷ୍ଟର ଲଗାଇଛି। ମାଓବାଦୀଙ୍କୁ ନିର୍ବାଚନଠାରୁ ଦୂରରେ ରହିବା ସହ ବିକାଶମୂଳକ କାର୍ଯ୍ୟରେ ବାଧକ ନ ସାଜିବାକୁ ଏଥିରେ କୁହାଯାଇଛି। ସ୍ବାଭିମାନ ଅଞ୍ଚଳ ମାଓବାଦୀଙ୍କ ପୈତୃକ ସମ୍ପତ୍ତି ନୁହେଁ ଯେ, ସେମାନେ ଯାହା ଚାହିଁବେ ସେଇଆ ହେବ। ଗଣତନ୍ତ୍ର ବିରୋଧୀ ମାଓବାଦୀ ରାଜନୀତିରୁ ଦୂରରେ ରୁହ ନଚେତ୍‌ ପରିଣାମ ଭୟଙ୍କର ହେବ ବୋଲି ଏହି ପୋଷ୍ଟରରେ କଡ଼ା ଚେତାବନୀ ଦେଇଛି ଏଏନ୍‌ପିପିଏଫ୍‌। ସ୍ବାଭିମାନ ଅଞ୍ଚଳର ଭୋଟରଙ୍କୁ ନିର୍ଭୟରେ ମତଦାନ ପାଇଁ ସଙ୍ଗଠନ ଉତ୍ସାହିତ କରିଛି। ମାଓବାଦୀଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ସେମାନଙ୍କୁ ପୂର୍ବରୁ ଉଚିତ ଜବାବ ଦେଇଛୁ। ମାଓବାଦୀମାନେ ନିଜକୁ ନ ସୁଧାରିଲେ ସେମାନଙ୍କୁ ସମୂଳେ ନାଶ କରାଯିବ। ସିପିଆଇ ମାଓବାଦୀ ମୁର୍ଦ୍ଦାବାଦ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଭୟରେ ଦୌଡ଼ି ପଳାଉଥିବା ବେଳେ ଜୀବନଗଲା

ବରଗଡ଼ ଅଫିସ୍‌,୭।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଏକ ନିଛାଟିଆ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ...

କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି।...

ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ । ଚଳିତ ବଜେଟ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତ...

୩ ଦଳ ମଧ୍ୟରେ ଜୋର୍‌ଦାର ଲଢ଼େଇ

ବିଞ୍ଝାରପୁର,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକ ୨୬ ନମ୍ବର ଜୋନ୍‌ରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର...

‘ମିରର ମେଜ୍‌’ରେ ବାଟବଣା

କଟକ ଅଫିସ, ୨।୮:ଲୋକଙ୍କ ମନୋରଞ୍ଜନ ପାଇଁ କଟକସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ‘ମିରର ମେଜ୍‌’। ଏହା ଭୁଲ ଭୁଲେୟା ସଦୃଶ। ଏଥିମଧ୍ୟରେ ଲୋକେ...

ଲାଗି ରହିଛି ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୬।୮(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ...

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି...

ବୈତରଣୀ କୂଳରୁ ମିଳିଲା ୧୨୦୦ବର୍ଷ ତଳର ପ୍ରାଚୀନ ବୁଦ୍ଧ ମୂର୍ତ୍ତି

ଭଣ୍ଡାରିପୋଖରୀ, ୨୮।୯ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମସ୍ଥିତ ବୈତରଣୀ ନଦୀକୂଳରୁ ଦୁଇଟି ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଛି।...

Advertisement
Archives

Model This Week