Posted inଖେଳ

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୫ମ ଥରପାଇଁ ଚାମ୍ପିୟନ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ବର୍ଷ ଏହାକୁ ଆହୁରି ଭଲଭାବେ ଭାରତରେ ଆୟୋଜନ କରିବାକୁ ଚିନ୍ତା କରୁଛି। ଏଥିପାଇଁ ମେଗା ନିଲାମ ପ୍ରକ୍ରିୟା ହେବା ସହ ୨୦୨୧ ଆଇପିଏଲକୁ ୯ ଦଳବିଶିଷ୍ଟ କରାଯିବାକୁ ଯୋଜନା ରହିଛି। ଆସନ୍ତା ୨-୩ ସପ୍ତାହ ମଧ୍ୟରେ ଆଇପିଏଲ ଗଭର୍ନିଂ କାଉନସିଲ୍‌ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଆଇପିଏଲର ୧୪ତମ ସଂସ୍କରଣକୁ ଦୃଷ୍ଟିରେ ରଖି ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁଥିବା ମେଗା ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ବିସିସିଆଇ ଜଣାଇ ଦେଇଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି। ”ଆନୁଷ୍ଠାନିକଭାବେ ପ୍ରକାଶ କରାଯାଇ ନ ଥିଲେ ହେଁ ଆଉ କିଛିମାସ ପରେ ହେବାକୁଥିବା ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ଆମକୁ ଜଣାଇ ଦେଇଛି। ଫଳରେ ବିସିସିଆଇ ଏଥିପାଇଁ ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଆଉ ଏକ ନୂଆ ଦଳ ଆସିବାକୁ ଥିବାରୁ ମେଗା ନିଲାମ ପ୍ରକ୍ରିୟା ହେବା ସ୍ବାଭାବିକ ବୋଲି ଜଣେ ଫ୍ରାଞ୍ଚାଇଜ୍‌ ମାଲିକ ଏକ ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି।
ଆସନ୍ତା ଆଇପିଏଲ୍‌ରେ ୯ମ ଫ୍ରାଞ୍ଚାଇଜ୍‌ ଆକର୍ଷଣରେ ରହିବ। ଏହି ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଭିତ୍ତିକ ହେବ ଏବଂ ଏହାର ଘରୋଇ ପଡ଼ିଆ ସର୍ଦ୍ଦାର ପଟେଲ ଷ୍ଟାଡିୟମ (ମେଟେରା) ହେବା ସମ୍ଭାବନା ରହିଛି। ମେଗା ନିଲାମ ପ୍ରକ୍ରିୟାରେ ଏକ ଫ୍ରାଞ୍ଚାଇଜ୍‌ ଅତି ବେଶିରେ ୩ ଜଣ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିପାରିବେ। ରାଇଟ୍‌ ଟୁ ମ୍ୟାଚ(ଆରଟିଏମ୍‌) କାର୍ଡ ପ୍ରୟୋଗ କରି ଆଉ ୨ ଜଣ ଖେଳାଳିଙ୍କୁ ସେମାନେ ନେଇ ପାରିବେ। ଆଗାମୀ ନିଲାମ ପ୍ରକ୍ରିୟାରେ ଏହି ନିୟମ ବଳବତ୍ତର ରହିବ କିମ୍ବା ନୂଆ ନିୟମରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ”ବର୍ତ୍ତମାନ ସ୍ଥିତିରେ ନୂଆ ଫ୍ରାଞ୍ଚାଇଜ୍‌ ଆସିଲେ ଖେଳାଳି ଅପରିବର୍ତ୍ତିତ ରଖିବା ନୀତି ଲାଗୁ ହେବା ଉଚିତ। ସବୁ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଦେବା ବୁଦ୍ଧିମାନର କାର୍ଯ୍ୟ ହେବନାହିଁ। ତାରକା ଖେଳାଳିଙ୍କ ବ୍ରାଣ୍ଡ ଭାଲ୍ୟୁ ସହିତ ଦଳଗୁଡ଼ିକୁ ସାଲିସ କରିବାକୁ ପଡ଼ିବ“ ବୋଲି ଆଉ ଜଣେ ଫ୍ରାଞ୍ଚାଇଜ୍‌ ଅଫିସିଆଲ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ମେଗା ନିଲାମ ପ୍ରକ୍ରିୟା ହେଲେ ଚେନ୍ନାଇ ସୁପରକିଙ୍ଗ୍ସ ପରି ଦଳକୁ ଆଶ୍ୱସ୍ତି ମିଳିବ। ଆଇପିଏଲ-୨୦୨୦ରେ ବିପର୍ଯ୍ୟୟ ପରେ ଦଳ ପୁନର୍ଗଠିତ ହେବା ସମ୍ପର୍କରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୂଚନା ଦେଇଥିଲେ। ଏ କ୍ଷେତ୍ରରେ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ସେ ପ୍ରକାଶ କରିଥିଲେ। କେବଳ ଚେନ୍ନାଇ ନୁହେଁ , ରାଜସ୍ଥାନ ରୟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, ସନ୍‌ରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଆସନ୍ତା ସିଜନ ପାଇଁ ବିସିସିଆଇର ମେଗା ନିଲାମ ପ୍ରକ୍ରିୟାକୁ ସ୍ବାଗତ କରିବେ ବୋଲି କହିଛନ୍ତି। ମେଗା ନିଲାମ ପ୍ରକ୍ରିୟା ହେଲେ ବିସିସିଆଇକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ। କାରଣ ଏହାକୁ ଜାନୁୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ସାରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri