Posted inଖେଳ

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୫ମ ଥରପାଇଁ ଚାମ୍ପିୟନ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ବର୍ଷ ଏହାକୁ ଆହୁରି ଭଲଭାବେ ଭାରତରେ ଆୟୋଜନ କରିବାକୁ ଚିନ୍ତା କରୁଛି। ଏଥିପାଇଁ ମେଗା ନିଲାମ ପ୍ରକ୍ରିୟା ହେବା ସହ ୨୦୨୧ ଆଇପିଏଲକୁ ୯ ଦଳବିଶିଷ୍ଟ କରାଯିବାକୁ ଯୋଜନା ରହିଛି। ଆସନ୍ତା ୨-୩ ସପ୍ତାହ ମଧ୍ୟରେ ଆଇପିଏଲ ଗଭର୍ନିଂ କାଉନସିଲ୍‌ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଆଇପିଏଲର ୧୪ତମ ସଂସ୍କରଣକୁ ଦୃଷ୍ଟିରେ ରଖି ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁଥିବା ମେଗା ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ବିସିସିଆଇ ଜଣାଇ ଦେଇଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି। ”ଆନୁଷ୍ଠାନିକଭାବେ ପ୍ରକାଶ କରାଯାଇ ନ ଥିଲେ ହେଁ ଆଉ କିଛିମାସ ପରେ ହେବାକୁଥିବା ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ଆମକୁ ଜଣାଇ ଦେଇଛି। ଫଳରେ ବିସିସିଆଇ ଏଥିପାଇଁ ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଆଉ ଏକ ନୂଆ ଦଳ ଆସିବାକୁ ଥିବାରୁ ମେଗା ନିଲାମ ପ୍ରକ୍ରିୟା ହେବା ସ୍ବାଭାବିକ ବୋଲି ଜଣେ ଫ୍ରାଞ୍ଚାଇଜ୍‌ ମାଲିକ ଏକ ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି।
ଆସନ୍ତା ଆଇପିଏଲ୍‌ରେ ୯ମ ଫ୍ରାଞ୍ଚାଇଜ୍‌ ଆକର୍ଷଣରେ ରହିବ। ଏହି ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଭିତ୍ତିକ ହେବ ଏବଂ ଏହାର ଘରୋଇ ପଡ଼ିଆ ସର୍ଦ୍ଦାର ପଟେଲ ଷ୍ଟାଡିୟମ (ମେଟେରା) ହେବା ସମ୍ଭାବନା ରହିଛି। ମେଗା ନିଲାମ ପ୍ରକ୍ରିୟାରେ ଏକ ଫ୍ରାଞ୍ଚାଇଜ୍‌ ଅତି ବେଶିରେ ୩ ଜଣ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିପାରିବେ। ରାଇଟ୍‌ ଟୁ ମ୍ୟାଚ(ଆରଟିଏମ୍‌) କାର୍ଡ ପ୍ରୟୋଗ କରି ଆଉ ୨ ଜଣ ଖେଳାଳିଙ୍କୁ ସେମାନେ ନେଇ ପାରିବେ। ଆଗାମୀ ନିଲାମ ପ୍ରକ୍ରିୟାରେ ଏହି ନିୟମ ବଳବତ୍ତର ରହିବ କିମ୍ବା ନୂଆ ନିୟମରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ”ବର୍ତ୍ତମାନ ସ୍ଥିତିରେ ନୂଆ ଫ୍ରାଞ୍ଚାଇଜ୍‌ ଆସିଲେ ଖେଳାଳି ଅପରିବର୍ତ୍ତିତ ରଖିବା ନୀତି ଲାଗୁ ହେବା ଉଚିତ। ସବୁ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଦେବା ବୁଦ୍ଧିମାନର କାର୍ଯ୍ୟ ହେବନାହିଁ। ତାରକା ଖେଳାଳିଙ୍କ ବ୍ରାଣ୍ଡ ଭାଲ୍ୟୁ ସହିତ ଦଳଗୁଡ଼ିକୁ ସାଲିସ କରିବାକୁ ପଡ଼ିବ“ ବୋଲି ଆଉ ଜଣେ ଫ୍ରାଞ୍ଚାଇଜ୍‌ ଅଫିସିଆଲ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ମେଗା ନିଲାମ ପ୍ରକ୍ରିୟା ହେଲେ ଚେନ୍ନାଇ ସୁପରକିଙ୍ଗ୍ସ ପରି ଦଳକୁ ଆଶ୍ୱସ୍ତି ମିଳିବ। ଆଇପିଏଲ-୨୦୨୦ରେ ବିପର୍ଯ୍ୟୟ ପରେ ଦଳ ପୁନର୍ଗଠିତ ହେବା ସମ୍ପର୍କରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୂଚନା ଦେଇଥିଲେ। ଏ କ୍ଷେତ୍ରରେ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ସେ ପ୍ରକାଶ କରିଥିଲେ। କେବଳ ଚେନ୍ନାଇ ନୁହେଁ , ରାଜସ୍ଥାନ ରୟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, ସନ୍‌ରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଆସନ୍ତା ସିଜନ ପାଇଁ ବିସିସିଆଇର ମେଗା ନିଲାମ ପ୍ରକ୍ରିୟାକୁ ସ୍ବାଗତ କରିବେ ବୋଲି କହିଛନ୍ତି। ମେଗା ନିଲାମ ପ୍ରକ୍ରିୟା ହେଲେ ବିସିସିଆଇକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ। କାରଣ ଏହାକୁ ଜାନୁୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ସାରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ରବି ବିଷ୍ଣୋଇ ଏକ ନମ୍ବର ଟି୨୦ ବୋଲର, ସୂର୍ଯ୍ୟଙ୍କ ଚମକ କାଏମ

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ୪-୧ରେ ଏହି ସିରିଜ ଜିତିଛି। ତେବେ...

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମଥର ପାଇଁ ଏମିତି ଢଙ୍ଗରେ ଆଉଟ୍‌ ହେଲେ ବାଂଲାଦେଶ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଢାକା,୬।୧୧:ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଚାଲିଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ...

ସଚିନ-କୋହଲିଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ,୬।୧୨: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ନିମନ୍ତ୍ରଣ  ପଠାଯାଇଛି।  ପ୍ରଥମ ଥର ପାଇଁ କ୍ରିକେଟ...

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି...

ମୁଁ କୋହଲିଙ୍କୁ ଅଧିନାୟିକତ୍ୱ ପଦରୁ ହଟାଇନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧୨:ଟି-୨୦ ବିଶ୍ୱକପ ୨୦୨୧ର ସମୟ ଭାରତୀୟ କ୍ରିକେଟ ପାଇଁ ବହୁତ ଖରାପ ଥିଲା। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ତତ୍କାଳୀନ ସଭାପତି ସୌରଭ...

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦...

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ୧୦୦ଟି ଅନ୍ତର୍ଜାତୀୟ ଶତକର ସଚିନ ତେନ୍ଦୁଲକରଙ୍କ ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri