ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ ପ୍ରାୟ ୩୫-୪୦ ପ୍ରତିଶତ ବୃଦ୍ଧି ଘଟିଛି । ନ୍ୟାସନାଲ୍ ଏଗ୍ କୋ-ଅର୍ଡିନେସନ୍ କମିଟି (NECC) ଅନୁଯାୟୀ, ପୋଲଟ୍ରି ଫାର୍ମରୁ ବାହାରୁଥିବା ଗୋଟିଏ ଅଣ୍ଡାର ମୂଲ୍ୟ ପ୍ରାୟ ୭ ଟଙ୍କାରେ ପହଞ୍ଚିଥିବା ବେଳେ ଖୁଚୁରା ବଜାରରେ ଏହା ୮.୫୦ ରୁ ୯ ଟଙ୍କାରେ ବିକ୍ରି ହେଉଛି।

ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି କୁକୁଡ଼ା ଦାନା (ପୋଲଟ୍ରି ଫିଡ୍)ର ବର୍ଦ୍ଧିତ ଖର୍ଚ୍ଚ । କୁକୁଡ଼ା ଦାନା ପ୍ରସ୍ତୁତିରେ ମକା ହେଉଛି ମୁଖ୍ୟ କଞ୍ଚାମାଲ। ପେଟ୍ରୋଲରେ ଇଥାନଲ୍ ମିଶ୍ରଣ (E20) ନୀତି ଯୋଗୁଁ ଇଥାନଲ୍ ଉତ୍ପାଦନ ପାଇଁ ମକାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି। ESY 2025-26 ରେ ଇଥାନୋଲ୍ ଉତ୍ପାଦନ ପାଇଁ ପ୍ରାୟ ୧୨୫.୭୮ ଲକ୍ଷ ଟନ୍ ମକା ବ୍ୟବହାର ହେବାର ଆକଳନ କରାଯାଇଛି।

ଦେଶ ଭିତରେ ମକାର ବର୍ଦ୍ଧିତ ଚାହିଦା ଯୋଗୁଁ ଭାରତକୁ ମକା ଆମଦାନୀ କରିବାକୁ ପଡ଼ିଛି । ୨୦୨୪ରେ ଭାରତ ମିଆଁମାର ଏବଂ ୟୁକ୍ରେନରୁ ପ୍ରାୟ ୮.୯ ଲକ୍ଷ ଟନ୍ ମକା ଆମଦାନୀ କରିଥିଲା। ପୂର୍ବରୁ ମକା ରପ୍ତାନି କରୁଥିବା ଭାରତରେ ଏବେ ଇଥାନୋଲ୍ ଓ ପୋଲଟ୍ରି ଶିଳ୍ପ ଯୋଗୁଁ ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଛି । ଯଦିଓ ୨୦୨୪-୨୫ରେ ଦେଶରେ ମକା ଉତ୍ପାଦନ ୪.୩୪ କୋଟି ଟନ୍ ରହିଛି, ତଥାପି ଚାହିଦା ଅଧିକ ରହିଛି। ଶୀତଦିନେ ସାଧାରଣତଃ ଅଣ୍ଡାର ଚାହିଦା ବୃଦ୍ଧି ପାଇଥାଏ। ଯଦି ମକା ଏବଂ କୁକୁଡ଼ା ଦାନାର ମୂଲ୍ୟ ଏହିପରି ଉଚ୍ଚ ରହେ, ତେବେ ଆଗାମୀ ଦିନରେ ଅଣ୍ଡା ଦର ଆହୁରି ବଢ଼ିବା ସମ୍ଭାବନା ରହିଛି। ତେବେ କେବଳ ଇଥାନଲ୍ ନୁହେଁ, ବରଂ ପାଣିପାଗ, ଅନ୍ୟାନ୍ୟ ଦାନା ଖର୍ଚ୍ଚ ଏବଂ ବଜାର ଯୋଗାଣ ମଧ୍ୟ ଅଣ୍ଡାର ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ କରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri