ଦୂରେଇବା ପ୍ଲାଷ୍ଟିକ ଓ ମୂର୍ତ୍ତି ରଙ୍ଗ

ସମ୍ପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ ମୂର୍ତ୍ତି ତିଆରି ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ହେଉଛି। ଏହା ସମସ୍ତଙ୍କ ପାଇଁ ଘାତକ। ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଦଶହରା, ଦୀପାବଳି ପଛକୁ ପଛ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହୋଇଥାଏ। ଆଉ ଏହି ମୂର୍ତ୍ତିରେ ବ୍ୟବହାର କରାଯାଉଥିବା ରାସାୟନିକ ରଙ୍ଗ ଜଳ ସମ୍ପଦକୁ ପ୍ରଦୂଷିତ କରିଥାଏ। ଦୁଃଖର କଥା ହେଉଛି ଆମେ ସମସ୍ତେ ସଚେତନ ନ ହେଉନାହଁୁ। ସାଧାରଣତଃ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରିରେ ପ୍ରଥମେ ପ୍ରାଇମର ଓ ପରେ ୱାଟର ସଲ୍ୟୁବଲ ରଙ୍ଗ ଏବଂ ଶେଷରେ ସେଡ଼ିଂ ଦେବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଥାଏ। ପରବର୍ତ୍ତୀ ସମୟରେ ଏହା ଯେଉଁ ଉଦ୍‌ବେଗଜନକ ସମସ୍ୟା ସୃଷ୍ଟି କରିଥାଏ ତାହା ଶିଳ୍ପୀମାନେ ବୁଝୁଥିଲେ ବି ପେଟପାଟଣାକୁ ନେଇ ସେମାନେ ନାଚାର। ଦ୍ୱିତୀୟ କଥା ଏହି ବ୍ୟବହୃତ ରଙ୍ଗରେ ମ୍ୟାଗ୍ନେସିୟମ, ମୋଲିବଡେନମ୍‌ ଏବଂ ସିଲିକନ୍‌ ଭଳି ଭାଗ ରହୁଛି, ଯାହା ନଦୀ, ପୋଖରୀରେ ମିଶି ଜଳକୁ ପ୍ରଦୂଷିତ କରୁଛି। ମ୍ୟାଗ୍ନେସିୟମ୍‌ ଜଳର ଶୁଦ୍ଧତାରେ ପ୍ରଭାବ ପକାଉଥିବା ବେଳେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ପାଣିରେ ଲୁଣି ପରିମାଣ ବୃଦ୍ଧି କରିଥାଏ। ରଙ୍ଗରେ ମର୍କ୍ୟୁରି’ ରାସାୟନିକ ଭାଗ ରହିଲେ ଏହା ଅନେକ ଅଜଣା ରୋଗକୁ ଡାକି ଆଣିଥାଏ। ଯାହା ଜାପାନରେ ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଜାପାନର ‘ମିନମାତା’ ଅଞ୍ଚଳରେ ପାଣିରେ କୌଣସି କାରଣରୁ ମକ୍ୟୁରି ଭାଗ ରହିଯାଇଥିବାରୁ ଏଭଳି ଅଘଟଣ ଘଟିଥିଲା। ସେହିପରି ଉକ୍ତ ରାସାୟନିକ ରଙ୍ଗ ମାଛ ତଥା ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ରଙ୍ଗରେ ରହୁଥିବା ଆର୍ସେନିକ୍‌ ଏବଂ ଲିଡ୍‌ ଭଳି ରାସାୟନିକ ପଦାର୍ଥ ମଧ୍ୟ ବିପଦର କାରଣ ହୋଇପାରେ। ସୂଚନାଯୋଗ୍ୟ ଅହମ୍ମଦାବାଦରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବ୍ୟବହୃତ ମୂର୍ତ୍ତି ଉପରେ କଟକଣା ଲଗାଯାଇଥିବାବେଳେ ଓଡ଼ିଶାରେ ଏହା ଉପରେ ଲଗାମ ନାହିଁ। ଦିନ ଥିଲା ମୂର୍ତ୍ତି ତିଆରିରେ ପ୍ରାଚୀନ ପଦ୍ଧତିର ପ୍ରାକୃତିକ ରଙ୍ଗର ବହୁଳ ବ୍ୟବହାର କରାଯାଉଥିଲା। ଗାଁ ଗଣ୍ଡାର କଇଁଆ ଅଠା, ବିଭିନ୍ନ ପ୍ରକାର ବଣଜ ଓ ଗ୍ରାମ୍ୟ ଅଞ୍ଚଳର ଫୁଲ, ଶଙ୍ଖଚିହ୍ନ, ଶିଠା ଫଳ ଆଦି ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମତଃ ସେହି ଜିନିଷଗୁଡ଼ିକ ଆଉ ବଜାରରେ ଉପଲବ୍ଧ ହେଉନି, ଦ୍ୱିତୀୟତଃ ତାକୁ ଖୋଜିବା ଅପେକ୍ଷା ଟଙ୍କା ଧରି ବଜାରରୁ ଲୋକଙ୍କୁ ଆଖି ଖୋସିହେଲା ଭଳି ରଙ୍ଗ କିଣିିବାକୁ କାରିଗରମାନେ ପଛାଉ ନାହାନ୍ତି।
ସବୁଜ ବିପ୍ଳବ ନାମରେ ବର୍ତ୍ତମାନ ପ୍ରଗତି ପଥରେ ସମସ୍ତେ ଆଗେଇ ଚାଲିଥିଲେ ବି ଏହି ପ୍ରଦୂଷଣକୁ କେହି ଗୁରୁତ୍ୱ ଦେଉନାହାନ୍ତି। ବଡ଼ କଥା ହେଉଛି ଜଳ ଆମ ଜୀବନର ପ୍ରମୁଖ ଉତ୍ସ ହୋଇଥିବା ବେଳେ ଏହାର ସୁରକ୍ଷା ଦାୟିତ୍ୱ ଆମ କର୍ତ୍ତବ୍ୟ। ରାସାୟନିକ ରଙ୍ଗ ନଦୀ ନାଳକୁ ପ୍ରଦୂଷିତ କରୁଥିବାବେଳେ ଏହାର ଜଳକୁ ଯେଉଁମାନେ ପିଇଥାନ୍ତି, ଗାଧୋଇଥାନ୍ତି ସେମାନେ ରୋଗାକ୍ରାନ୍ତ ହେଉଥିବା ଲକ୍ଷ୍ୟ କରାଯାଉଛି। ସେହିପରି ଗୋରୁମାନେ ଏହାକୁ ପିଇବା ଦ୍ୱାରା ସେମାନଙ୍କ ଶରୀର ସ୍ବାଭାବିକ ଭାବେ ଅସୁସ୍ଥ ହୋଇଥାଏ। କେବଳ ସେତିକି ନୁହେଁ ଚାଷ କ୍ଷେତକୁ ମଧ୍ୟ ଏହି ରାସାୟନିକ ରଙ୍ଗର ପାଣି ଅନେକାଂଶରେ ପ୍ରଭାବିତ କରିଥାଏ ବୋଲି କୃଷିବିଜ୍ଞାନୀମାନେ ମତ ଦିଅନ୍ତି। ଏସବୁ ଜାଣି ମଧ୍ୟ ଆମ୍ଭେମାନେ ରାସାୟନିକ ପ୍ରଦୂଷଣକୁ ନେଇ ସାମାନ୍ୟତମ ଚିନ୍ତା କରୁନାହୁଁ। ମୂର୍ତ୍ତିରେ ବ୍ୟବହୃତ ରଙ୍ଗର ମାନକୁ ନେଇ ଅନେକ ସମୟରେ ଅଦାଲତ ନିର୍ଦ୍ଦେଶାବଳୀ ଦେଉଥିଲେ ବି ଏହାକୁ କେହି ଖାତିର କରୁନାହାନ୍ତି କିମ୍ବା ସେପରି କୌଣସି ସଚେତନତା ସୃଷ୍ଟି ହେଉ ନ ଥିବାରୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଉଛି। ଏହାକୁ ନେଇ ଲୋକମାନଙ୍କ ଭିତରେ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର ହେଉନାହିଁ। ଦଶହରାର ପାର୍ବଣ ଆନନ୍ଦ ମା’ଦୁର୍ଗତିନାଶିନୀ ଦୁର୍ଗାଙ୍କ ଆଶୀର୍ବାଦରୁ ଆରମ୍ଭ ହୋଇଥାଏ। ଧରାପୃଷ୍ଠରେ ମାଆଙ୍କ ଆଗମନୀ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଚଳିତ ବର୍ଷ ପାର୍ବଣରୁ ପ୍ଲାଷ୍ଟିକ ବର୍ଜନ କରାଯିବା ଦରକାର। ଏହାସହ ମୂର୍ତ୍ତି ପ୍ରସ୍ତୁତିରେ ରାସାୟନିକ ରଙ୍ଗର ବ୍ୟାପକ ପ୍ରୟୋଗ ବନ୍ଦ କରାଯିବା ଆବଶ୍ୟକ।

ଅଭୟ କୁମାର ଦାସ

ଗୋତରା, ମାହାଙ୍ଗା, କଟକ
ମୋ: ୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?