ଜଳସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ବେଖାତିର

ନୂଆପଡ଼ା,୨୬ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ତିଖାଳିଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ୍‌ ବିସ୍ଥାପିତ ନାମରେ କେଳେଙ୍କାରି ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କୋମନା ବ୍ଲକ ବେଲଗଁା, ହରିପୁର, ଲମ୍ବିପାଣି, କାଳିମାଟି, ରଜନା ଓ ବୋଡେନ ବ୍ଲକର ଦରଗଁାର ମୋଟ ୪୫ ଜଣ ବିସ୍ଥାପିତ ନାମରେ ୧ କୋଟି ୮୨ ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ୍‌ ଅଭିଯୋଗ ହୋଇଛି। ୨୦୨୨ରେ ଜଳସମ୍ପଦ ବିଭାଗ ଚିଠି ସଂଖ୍ୟା ୧୮୪୧୪ରେ ପୁନର୍ବାସ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ତଥା ଜଳ ସମ୍ପଦ ବିଭାଗର ତକତ୍ାଳୀନ ଅତିରିକ୍ତ ଶାସନ ସଚିବ ଆଲୋକ କର ଏହାର ତଦନ୍ତ କରିବାକୁ ତକତ୍ାଳୀନ ଖଡିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଏକକିତା ନକଲ ନୂଆପଡା ଜିଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ନିର୍ଦ୍ଦେଶକୁ ୩ବର୍ଷ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ବେଖାତିର କରୁଥିବା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚ ୧ରେ ଜିଲାପାଳଙ୍କ ଚିଠିସଂଖ୍ୟା ୫୦ରେ ଉପଜିଲାପାଳଙ୍କୁ ୧୫ ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏ ତଦନ୍ତ ରିପୋର୍ଟ ମିଳିନାହିଁ। ମୃତବ୍ୟକ୍ତି ଓ ଅଜଣାବ୍ୟକ୍ତିଙ୍କ ନାମରେ ଥଇଥାନ ରାଶି ଆତ୍ମସାତ୍‌ ଅଭିଯୋଗ ହୋଇଛି। ଚଳିତ ବିଧାନସଭାର ପ୍ରଥମ ଦିନରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିସ୍ଥାପିତଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। ବିସ୍ଥାପିତମାନେ କ୍ଷତିପୂରଣ ପାଇ ନାହାନ୍ତି। ରାଜ୍ୟ ସରକାର ସୋସିଆଲ ଅଡିଟ କରିବେ କି ବୋଲି ମୁଖ୍ୟମନ୍ତ୍ରୀଙ୍କଠାରେ ବିଧାୟକ ପ୍ରଶ୍ନ କରିଥିଲେ। ଗତ ୧୯ ତାରିଖରେ ଜଳସମ୍ପଦ ବିଭାଗ ଚିଠିସଂଖ୍ୟା ୨୬୬୨୬ରେ ନୂଆପଡା ଜିଲାପାଳ, ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଜଳସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ ତଥା ଅନୁଶାସନ ସଚିବ ସତ୍ୟଜିତ ସାହୁ ରିପୋର୍ଟ ମାଗିଛନ୍ତି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସ୍ଥାପିତମାନେ ଦାବି କରିଛନ୍ତି ା ଏ ସଂକ୍ରାନ୍ତରେ ନୂଆପଡା ଉପଜିଲାପାଳ ସୁର୍ମି ସୋରେନଙ୍କୁ ପଚାରିବାରୁ ପୂର୍ବରୁ ଅଭିଯୋଗ ଆସିଥିଲା। ମୁଁ ଯୋଗଦାନ କରିବା ଦିନଠାରୁ ସେ ପ୍ରକାର ଅଭିଯୋଗ ଆସି ନାହିଁ ା କ’ଣ ହୋଇଛି ତଦନ୍ତ କଲା ପରେ ଜଣାପଡିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?