Posted inଖେଳ

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ ସ୍ଥାନରେ ଥିବା ଇକ୍ୱେଡର ଲାଗି ଏହା ସର୍ବବୃହତ୍‌ ବିଜୟ। ଏହି ବିଜୟ ସହ ଇକ୍ୱେଡର ବିଶ୍ୱକପ୍‌ ଇତିହାସରେ ଦ୍ୱିତୀୟ ଥର ପାଇଁ ନକ୍‌ଆଉଟ୍‌ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ପୂର୍ବରୁ ୨୦୦୬ ସଂସ୍କରଣରେ ଦଳ ରାଉଣ୍ଡ ଅଫ୍‌-୧୬ରୁ ବିଦାୟ ନେଇଥିଲା।

ଷ୍ଟାଡିୟମରେ ୮୦,୬୬୩ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍‌ ଆରମ୍ଭ ହେବାର ଦୁଇ ମିନିଟ୍‌ ମଧ୍ୟରେ ଗୋଲପୋଷ୍ଟ ସାମ୍ନାରେ ଫ୍ଲୋରିଆନ ଓ୍ବିର୍ଜଙ୍କଠାରୁ ପାଇଥିବା ପାସକୁ ଲେରୟ ସେନ ଗୋଲରେ ପରିଣତ କରିଥିଲେ। ଫଳରେ ଜର୍ମାନୀ ୧-୦ ଗୋଲର ଅଗ୍ରଣୀ ହାସଲ କରିଥିଲା। ଏହାର ୭ ମିନିଟ୍‌ ପରେ ଇକ୍ୱେଡର ପାଇଁ ନିଲସନ ଅଙ୍ଗୁଲୋ ବକ୍ସ ବାହାରୁ ଏକ ଚମତ୍କାର ଗୋଲ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୧ ଗୋଲରେ ବରାବର ଭାବେ ଶେଷ ହୋଇଥିଲା।

ଦ୍ୱିତୀୟାର୍ଦ୍ଧର ୭୭ତମ ମିନିଟ୍‌ରେ ଇକ୍ୱେଡରକୁ ମିଳିଥିବା ଏକ କର୍ନର କିକ୍‌ରୁ ପ୍ଲାଟା ଜର୍ମାନୀର ୪୦ ବର୍ଷୀୟ କିମ୍ବଦନ୍ତୀ ଗୋଲକିପର ମାନୁଏଲ ନେଉରଙ୍କ ସାମ୍ନାରୁ ଗୋଲ କରିଥିଲେ। ଏହି ପରାଜୟ ସହ ୪ ଥରର ଚାମ୍ପିୟନ ଜର୍ମାନୀର ଗତ ୧୧ ମ୍ୟାଚ୍‌ ଧରି ଚାଲି ଆସୁଥିବା ବିଜୟ ଧାରାରେ ବ୍ରେକ ଲାଗିଛି।

ଅନ୍ୟପକ୍ଷରେ ଗତ ୨୨ ମ୍ୟାଚ୍‌ରେ ମାତ୍ର ଥରେ ପରାଜିତ ହୋଇଥିବା ଇକ୍ୱେଡର ଗ୍ରୁପ୍‌-ଇ’ରେ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଏହି ଦଳ ମଙ୍ଗଳବାର ମେକ୍ସିକୋ ସିଟିରେ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ମେକ୍ସିକୋକୁ ଭେଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?