ପରାଗ ଓ ପାକ

ପରାଗ ଓ ଗ୍ରହଣ ଏହି ଦୁଇଟି ମହାଜାଗତିକ ଘଟଣା ଘଟିବା ସମୟରେ ଉପବାସ ବା ଲଘୁପାକ(ଅଳ୍ପ ଜାଳରେ ସିଝୁଥିବା ଖାଦ୍ୟ)ଭୋଜନ କରିବା ନା ଗୁରୁପାକ (ଅଧିକ ଜାଳ ଆବଶ୍ୟକ କରୁଥିବା ଖାଦ୍ୟ) ଭୋଜନ କରିବା, ୟାକୁ ନେଇ ବହୁ ସମୟରେ ବିତର୍କ ଓ ଖଣ୍ଡଯୁଦ୍ଧ ଚାଲୁଛି। ଯଦିଓ ଏ ସମୟରେ ଭୋଜନ ନିଷେଧ ନୁହେଁ ବରଂ ପାକ ନିଷେଧ କଥା କୁହାଯାଇଛି। ଆମ ଶାସ୍ତ୍ରରେ ବର୍ଣ୍ଣିତ ପାକ ବା ରୋଷେଇ ନିଷେଧ ଓ ସର୍ବୋପରି ବିବାଦରେ ଥିବା ଭୋଜନ ନିଷେଧ ସହ ସଂପର୍କିତ ଆଲୋଚନା ଏହି ଆଲେଖ୍ୟର ଲକ୍ଷ୍ୟ।
ଆସନ୍ତୁ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟପଦାର୍ଥର ଗୁଣବତ୍ତା ଉପରେ ଜୀବାଣୁ/କବକ/ବୀଜାଣୁମାନଙ୍କ ପ୍ରଭାବ କିପରି ରହିଥାଏ ଦେଖିବା। ଡ. ଜୟଶ୍ରୀ ଦେଶ୍‌ପାଣ୍ଡେ ଓ ଡ. ଲକ୍ଷ୍ମଣ ଗଙ୍ଗାୱାଣେ ୨୮ ଅକ୍ଟୋବର ୧୯୯୫ରେ ସଙ୍ଗଠିତ ସୂର୍ଯ୍ୟୋପରାଗ ସମୟରେ କରିଥିବା ଗବେଷଣା ପ୍ରଣିଧାନଯୋଗ୍ୟ। ଏହା ସ୍ପ୍ରିଞ୍ଜର ପ୍ରକାଶନର ଏରୋବାୟୋଲୋଜିଆ ଜର୍ନାଲର ତ୍ରୟୋଦଶ ସଂଖ୍ୟା ୧୯୯୭ ସଂସ୍କରଣରେ ପ୍ରକାଶିତ ହୋଇଛି। ସେମାନେ ତାଙ୍କ ନମୁନାକୁ ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ କ୍ଷେତ୍ର ଉତ୍ତରପ୍ରଦେଶର କାଲପି ଓ ଆଂଶିକ ସୂର୍ଯ୍ୟୋପରାଗ ଅଞ୍ଚଳ, ମହାରାଷ୍ଟ୍ରର ଔରଙ୍ଗାବାଦରେ ରଖି ପରୀକ୍ଷା କଲେ। ଦେଖାଗଲା ପରାଗର ଠିକ୍‌ ପୂର୍ବରୁ ଓ ପରେ ଆସ୍ପଲଜିରସ ଫ୍ୟୁମିଗାଟସ୍‌, ଆସ୍ପରଜିଲସ ନିଡୁଲାନ୍‌ସ, ଆସ୍ପରଜିଲସ ନାଇଜର, ଆସ୍ପରଜିଲସ ଫ୍ଲାଭସ୍‌, କ୍ଲାଡୋସ୍ପୋରିଅମ୍‌, ଅକ୍ସିପୋରମ, ଆବ୍‌ସିଡିଆ କରିମ୍ବିଫେରା, କରଭୁଲାରିଆଲୁନାଟା ପ୍ରଭୃତି କବକ ଅସମ୍ଭବ ଭାବେ ବୃଦ୍ଧି ପାଉଛନ୍ତି ଧାରକ ପୃଷ୍ଠରେ। ପରାଗ ସମୟରେ ଆସ୍ପରଜିଲସ ନିଡୁଲାନ୍‌ସ, ସେଫାଲୋସ୍ପୋରିଅମ୍‌, ଫୁଜାରିଅମ୍‌, ମର୍ଟିଏଲେରା, ନିଗ୍ରୋସ୍ପୋରା ସାଚାରି, ଫୁନିକୁଲୋସମ୍‌ ପ୍ରଭୃତି କବକର ଅହେତୁକ ବଂଶ ବୃଦ୍ଧି ହେଉଛି। ଏହିସବୁ ଜାତୀୟ କବକ ଖାଦ୍ୟ ଉପରେ ନେଳି ବସାଇ ଏହାକୁ ଅଖାଦ୍ୟରେ ପରିଣତ କରିଥାଏ। ଏହି ଅଣୁଜୀବଗୁଡ଼ିକ ଲିଭର, ଶ୍ୱାସନଳୀ ଓ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ। ତେଣୁ ପୂର୍ବରୁ ପ୍ରସ୍ତୁତ ଖାଦ୍ୟ, ପରାଗ/ଗ୍ରହଣ ସମୟରେ ବା ଏହାପରେ ଭୋଜନ ସ୍ବାସ୍ଥ୍ୟ ପାଇଁ ଅହିତକର। ଏହି ସମୟରେ ଅଲଟରନାରିଆ କବକ ହଠାତ୍‌ ସୃଷ୍ଟିହେବାର ଦେଖିଥିଲେ ଡ. ଦେଶ୍‌ପାଣ୍ଡେ। ଆମେ ଜାଣୁ ଏହି କବକ ଆଳୁ, ବାଇଗଣ, ଲଙ୍କାମରିଚ, ବିଲାତି ବାଇଗଣ ଓ ଏହି ଜାତୀୟ ସୋଲାନାସି ଗଛରେ ରୋଗର ପ୍ରମୁଖ କାରଣ।
୨୨ ଜୁଲାଇ ୨୦୦୯ରେ ସଙ୍ଗଠିତ ପରାଗ ସମୟରେ ଇଣ୍ଡିଆନ କାଉନ୍‌ସିଲ ଅଫ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ(ଆଇସିଏଆର୍‌)ର ଗବେଷକ ଡ. ବିଜୟ ଭାରତୀଙ୍କ ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ପରାଗ ସମୟରେ ପ୍ରାଣୀମାନଙ୍କଠାରେ ଥାଇରଏଡ୍‌ ଷ୍ଟିମୁଲେଟିଙ୍ଗ ହରମୋନ୍‌ (ଯାହା ବିପାକୀୟ କ୍ରିୟାକୁ ନିୟନ୍ତ୍ରିତ କରେ), କ୍ୟାଲ୍‌ସିୟମ ଓ ଆଲାନାଇନ୍‌ ଆମିନୋ ଟ୍ରାନ୍ସଫେରେଜ ପ୍ରଭୃତି ବୃଦ୍ଧି ପାଉଥାଏ। ଏହାଛଡ଼ା ଶରୀରର ସାର୍‌କାଡିଆମ୍‌-ରିଦମ୍‌ ପ୍ରଭାବିତ ହୋଇଥାଏ। ଏହି ସମୟରେ ବିଶେଷ ଫିଜିକୋ-କେମିକାଲ ପରିବର୍ତ୍ତନ ସଂଗଠିତ ହୋଇଥାଏ, ଯାହା ଜୈବରାସାୟନିକ ରାଶିଗୁଡ଼ିକୁ ପ୍ରଭାବିତ କରିଥାଏ। ଏହା ଇଣ୍ଡିଆନ ଜର୍ନାଲ୍‌ ଅଫ୍‌ ଆନିମଲ ସାଇନ୍ସର ୮୨ତମ ଅଙ୍କରେ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା।
୨୨ ଜୁଲାଇ ୨୦୦୯ ଓ ୧୫ ଜୁଲାଇ ୨୦୧୦ରେ ଦୃଶ୍ୟମାନ ପରାଗ ସମୟରେ ଡ. ସନ୍ତୋଷଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ଏହି ସମୟରେ ସମୁଦ୍ରଜଳର ପି.ଏଚ୍‌. ମୂଲ୍ୟ କମିଥାଏ ଓ ପୃଥିବୀପୃଷ୍ଠରେ ଚନ୍ଦ୍ରର ଛାଇ ୪୫ ପ୍ରତିଶତ ହେବାବେଳକୁ ସର୍ବନିମ୍ନ ହୋଇଥାଏ। ଆମ ଶରୀରର ସିଂହଭାଗ ଜଳମୟ। ପି.ଏଚ୍‌. କମିଲେ ଅମ୍ଳଦୋଷ ବଢ଼ିଥାଏ ଓ ଅନ୍ୟାନ୍ୟ ଶ୍ୱାସ, ହୃତ୍‌ପିଣ୍ଡ ଓ ଯକୃତଜନିତ ରୋଗକୁ ଡାକରା ମିଳିଥାଏ। ଡ. ସନ୍ତୋଷଙ୍କ ସନ୍ଦର୍ଭ ସିଏସ୍‌ଆଇଆର୍‌ ଦ୍ୱାରା ପ୍ରକାଶିତ ଜର୍ନାଲ ଆଇ.ଜେ.ଟି.କେ.ର ୨୦୧୮ ସଂସ୍କରଣର ୧୩(୪) ସଂଖ୍ୟାରେ ପ୍ରକାଶିତ ହୋଇଛି। ଏ ବିଷୟରେ ବିଶଦ୍‌ ଗବେଷଣା ହେଲେ ଗ୍ରହଣ ସମୟରେ ଆମ ଶରୀରରେ ଜଳର ପି.ଏଚ୍‌. ମୂଲ୍ୟର ପରିବର୍ତ୍ତନ ଓ ଏହାଦ୍ୱାରା ବିଭିନ୍ନ ପ୍ରକ୍ରିୟା କିପରି ପ୍ରଭାବିତ ହେଉଛି ଜଣାପଡ଼ିବ।
ଆମ ଚଳଣି, ପରମ୍ପରାରେ ଅନେକ କଥା ମଧ୍ୟରେ ଗଭୀର ରହସ୍ୟ ଲୁଚିରହିଛି। ଯେମିତି ଗ୍ରହଣ ସମୟରେ ଆମେ ଦହିରେ ଦର୍ଭ/କୁଶ ପକାଇ ରଖିଥାଉ। ଦର୍ଭ(ଦେଶ୍ମୋଟା୍ଯଯା ବିପିନାଟା), କୁଶ (ଇମ୍ପେରାଟା ସିଲିଣ୍ଡ୍ରିକା)। ଏସବୁ ଘାସଜାତୀୟ। ବୈଜ୍ଞାନିକ ଦୀନା ସନ୍ଥନା ଗବେଷଣା କରି ଦେଖିଲେ ଯେ ଦର୍ଭର ପୃଷ୍ଠଦେଶରେ ସୂକ୍ଷ୍ମ(ନାନୋ)ସ୍ବରୂପ ବିଦ୍ୟମାନ। ଏହି ବିଶେଷ ଗୁଣଯୋଗୁ ଏହା ଗାଈକ୍ଷୀରର ଦହିରେ ଲାକ୍ଟୋବାସିଲିର ବୃଦ୍ଧିକୁ ନିୟନ୍ତ୍ରିତ କରିଥାଏ ଓ ଖଟାହେବାରୁ ରକ୍ଷା କରିଥାଏ। ଶର୍କରାଜାତୀୟ ଖାଦ୍ୟକୁ ବାସି, ଗନ୍ଧିଆ ଓ ଆମ୍ବିଳା ହେବାରୁ ରକ୍ଷା କରିଥାଏ ଦର୍ଭଖଣ୍ଡକ। ବୀଜାଣୁମାରକ ସାୈରରଶ୍ମିର ଅଭାବ ପରିଲକ୍ଷିତ ହୋଇଥାଏ ପରାଗ ଓ ଗ୍ରହଣ ସମୟରେ। ଏହି ସମୟରେ ଶର୍କରାଜାତୀୟ ଖାଦ୍ୟ, ଦହି ପ୍ରଭୃତିକୁ ନଷ୍ଟହେବାରୁ ବଂଚାଇଥାଏ ଦର୍ଭ/କୁଶଜାତୀୟ ଘାସ। ଏହାଛଡ଼ା ଏହାର ହାଇଡ୍ରୋଫୋବିକ୍‌ ଗୁଣ ଯୋଗୁ ଦର୍ଭ ଖାଦ୍ୟପଦାର୍ଥ ସହ ରାସାୟନିକ ପ୍ରତିକ୍ରିୟା ମଧ୍ୟ କରି ନ ଥାଏ। କେତେ ବ୍ୟବସ୍ଥିତ ଆମ ପ୍ରକୃତି ! ପ୍ରକୃତିର ରହସ୍ୟ ଉନ୍ମୋଚନ କରିବାର ପ୍ରେରଣା ବେଳେବେଳେ ମହାଜାଗତିକ ଘଟଣା ହିଁ ଯୋଗାଇଥାଏ। ଆମେ ତାହାର ଭାଜନ ହେବା ଜରୁରୀ। ଅଖାଦ୍ୟ ଓ ଅଣୁଜୀବ ରୋଗର କାରଣ ୨୧ ଅଗଷ୍ଟ ୨୦୧୭ରେ ସଦ୍ୟ ସଙ୍ଗଠିତ ସୂର୍ଯ୍ୟୋପରାଗ ସମୟରେ ଡ. ଡାନିଏଲ ପି. ବେଭେଲି ଓ ସାଥୀମାନଙ୍କ ଗବେଷଣା ପ୍ରଣିଧାନଯୋଗ୍ୟ। ଏହି ସମୟରେ ଗଛର ପତ୍ରର ଅଙ୍ଗାରକାମ୍ଳ ଅଧିଗ୍ରହଣ କ୍ଷମତା ୧୪% କମ୍‌ ହୋଇଥାଏ। ୨୯ ମାର୍ଚ୍ଚ ୨୦୦୬ରେ ସଙ୍ଗଠିତ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ଗ୍ରୀକ୍‌ ଗବେଷକ ଡ. ଜି. ଇକୋନୋମୋଉ ଓ ସାଥୀମାନଙ୍କ ୟୁରୋପିୟାନ୍‌ ଜିଓସାଇନ୍ସ ୟୁନିୟନ ଦ୍ୱାରା ପ୍ରକାଶିତ ଜର୍ନାଲ ଆଟମୋସ୍ଫେରିକ କେମିଷ୍ଟ୍ରି ଆଣ୍ଡ ଫିଜିକ୍ସର ୨୦୦୮ ସଂସ୍କରଣର ଅଷ୍ଟମ ସଂଖ୍ୟାରେ ପ୍ରକାଶିତ ନିବନ୍ଧ ମୁତାବକ ପରାଗ ସମୟରେ ଗଛମାନଙ୍କର ଆଲୋକଶ୍ଳେଷଣ ସାମର୍ଥ୍ୟ ପାଞ୍ଚଭାଗରୁ ଭାଗେ ହୋଇଯାଇଥାଏ। ଅର୍ଥାତ୍‌ ସାଧାରଣତଃ ୧୦ଟି ଅମ୍ଳଜାନ ଅଣୁ ଦେଉଥିବା ଗଛ ୨ଟି ଅଣୁ ଦେବାକୁ ସକ୍ଷମ ହୋଇଥାଏ। ଏହି ଦୁଇଟି ଗବେଷଣାରୁ ଏହା ସ୍ପଷ୍ଟ ଯେ ପରାଗ ସମୟରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ବଢ଼ୁଥିବାବେଳେ ଅମ୍ଳଜାନ ଆଶାତୀତ ଭାବେ ହ୍ରାସ ପାଇଥାଏ। ତେଣୁ ରୋଷେଇବାସ ଯାହା ଅଙ୍ଗାରକାମ୍ଳ ଧୂଅଁା ଛାଡ଼ିଥାଏ ତାହା ଏହି କେଇ ମୁହୂର୍ତ୍ତ ନ କଲେ ଭଲ। ପରାଗ ଓ ଗ୍ରହଣ ଦିନ ରୋଷେଇବାସ ଏବଂ ଅଙ୍ଗାରକାମ୍ଳ ସୃଷ୍ଟିର ଅନ୍ୟାନ୍ୟ କାରକଗୁଡ଼ିକୁ ନିଷେଧ କଲେ ସମାଜର ମଙ୍ଗଳ ହେବ। ପାକ ନିଷେଧ ବ୍ୟକ୍ତିଗତ ନୁହେଁ ବରଂ ସାମାଜିକ ଆବଶ୍ୟକତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?