ପୁରୁଣା ଗାଡ଼ି ପାଇଁ ଫେରିପାରେ E10 ପେଟ୍ରୋଲ! ଚିନ୍ତା ଦୂର କରିବାକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୧୮।୮: ବର୍ତ୍ତମାନ ଫ୍ଲେକ୍ସ ଫ୍ୟୁଏଲ ବା ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ବିଭିନ୍ନ ସ୍ତରରେ ବିବାଦ ମୁଣ୍ଡ ଟେକିଛି। ଏହି କିସମର ଇନ୍ଧନ ବ୍ୟବହାର ଦ୍ୱାରା ମାଇଲେଜ୍‌ କମିବା ସହିତ ଗାଡି ଯନ୍ତ୍ରାଂଶ ଖରାପ ହେବା ବିଷୟକୁ ନେଇ ସରକାର, ଅଟୋମୋବାଇଲ ସଂଘ ଏବଂ ଗାଡି ନିର୍ମାତାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଏହାମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି ଅନନ୍ତ ନାଗେଶ୍ୱରନ୍‌ ପୁରୁଣା ଯାନବାହନଗୁଡ଼ିକ ପାଇଁ ଇ୧୦ ପେଟ୍ରୋଲର ବ୍ୟବହାରକୁ ଗୁରୁତ୍ୱ ଦେଇ ରିଟେଲ ସ୍ତରରେ ଏହି ବ୍ୟବସ୍ଥା ଫେରାଇ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ ଇଥାନଲ୍‌ ମିଶ୍ରଣ ସ୍ତରକୁ ଇ୨୦ରୁ ଅଧିକ ବଢ଼ାଇବା ପୂର୍ବରୁ ସରକାର ଜରୁରୀକାଳୀନ ଭାବେ ଖାଦ୍ୟ ସହିତ ଇନ୍ଧନକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ ଏବଂ ‘ଖାଦ୍ୟ ବନାମ ଜାଳେଣି’ର ସନ୍ତୁଳନକୁ ସମାଧାନ କରିବା ଆବଶ୍ୟକ। ଏକ ଦୈନିକ ଖବର କାଗଜରେ ନାଗେଶ୍ୱରନ୍‌ଙ୍କ ଦ୍ୱାରା ଲିଖତ ପ୍ରବନ୍ଧ ପ୍ରକାଶ ପାଇବା ପରେ ଇଥାନଲ ମିଶ୍ରିତ ଇନ୍ଧନର ବ୍ୟବହାରକୁ ନେଇ ତାଙ୍କର ମତାମତ ସାମ୍ନାକୁ ଆସିଛି। ଇ୨୦ ପେଟ୍ରୋଲ ବ୍ୟବହାର ଦ୍ୱାରା ଇଞ୍ଜିନ ଏବଂ ଗାଡିର ଅନ୍ୟାନ୍ୟ ଯନ୍ତ୍ରାଂଶ ନଷ୍ଟ ହେଉଥିବା ବିଭିନ୍ନ ସ୍ତରରେ ଅଭିଯୋଗ ଆସିବା ସେହି ସମସ୍ୟାଗୁଡିକର ସମାଧାନ କରିବାକୁ ନାଗେଶ୍ୱରନ୍‌ ତାଙ୍କ ପ୍ରବନ୍ଧ ମାଧ୍ୟମରେ ଉଦ୍ୟମ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି , ଭାରତର ୭.୫ ରୁ ୮ କୋଟି ପ୍ରି-ବିଏସ୪ ଦୁଇଚକିଆ ଯାନଗୁଡ଼ିକ କାର୍ବୁରେଟର ସଂଯୁକ୍ତ ରହିଛି। ଏହି ଗାଡ଼ିଗୁଡ଼ିକ ଇଥାନଲର ଅତିରିକ୍ତ ଅମ୍ଳଜାନ ପରିମାଣ ସହିତ ଖାପଖୁଆଇ ପାରନ୍ତି ନାହିଁ। ଫଳରେ ଅଧିକ ଗରମ ହୋଇଯାନ୍ତି ଏବଂ ସମୟକ୍ରମେ ସେଗୁଡ଼ିକର ଅନ୍‌-କୋଟେଡ୍‌ ରବର ସିଲ୍‌ଗୁଡ଼ିକ ନଷ୍ଟ ହୋଇଯାଏ। ତେଣୁ ଏହି ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍‌ରେ ଇ୧୦ ଭଳି କମ୍‌ ଇଥାନଲ ମିଶ୍ରିତ ପେଟ୍ରୋଲ ପୁଣି ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ନାଗେଶ୍ୱରନ କହିଛନ୍ତି। ଅନ୍ୟପକ୍ଷରେ ଅଟୋମୋଟିଭ୍‌ ରିସର୍ଚ୍ଚ ଆସୋସିଏସନ୍‌ (ଏଆରଏ) ଏବଂ ଇଣ୍ଡିଆନ୍‌ ଅଏଲ୍‌ ସମେତ ବିଶ୍ୱସ୍ତରୀୟ ଏବଂ ଦେଶୀୟ ପରୀକ୍ଷଣର ଉଦାହରଣ ଦେଇ ସେ କହିଛନ୍ତି, ଇ୨୦ ଯୋଗୁଁ ସ୍ଥାୟୀତ୍ୱ ସମସ୍ୟା ସୃଷ୍ଟି ହେଉଥିବା ନେଇ ବ୍ୟାପକ ଆଶଙ୍କା ରହିବା କଥା ଯାହା କୁହାଯାଉଛି , ତାହା ଠିକ୍‌ ନୁହେଁ। ଇ୨୦ ପେଟ୍ରୋଲ ବ୍ୟବହାର ଦ୍ୱାରା ୩୦% କ୍ଷତି ବଦଳରେ ପ୍ରକୃତ କାର୍ଯ୍ୟଦକ୍ଷତା ବା ମାଇଲେଜ୍‌ ହ୍ରାସ ମାତ୍ର ୬-୭% ବୋଲି ଆକଳନ କରାଯାଇଛି ବୋଲି ସେ କହିଛନ୍ତି। ଇ୨୦ ଇନ୍ଧନ ବ୍ୟବହାର ସପକ୍ଷରେ ଯୁକ୍ତି ବାଢି ଚାଲୁଥିଲାବେଳେ ଗାଡି ଖରାପ ହେବା ବିଷୟକୁ ନେଇ ବିଭିନ୍ନ ସ୍ତରରେ ଅଭିଯୋଗ ଉଠିଛି। ବହୁ ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ମଧ୍ୟ ପରୋକ୍ଷରେ ଏହାକୁ ସ୍ବୀକାର କରିଛନ୍ତି। ଏହାଭିତରେ ସିଇଏ ନାଗେଶ୍ୱରନ୍‌ଙ୍କ ଏଭଳି ମତାମତ ସରକାରଙ୍କ ଆଭିମୁଖ୍ୟ ପ୍ରତି ପ୍ରଶ୍ନ ଉଠାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?