Posted inଜାତୀୟ

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ ସଂକଳ୍ପ ସଭା’ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା ସହ ନିଜ ୨୫ ବର୍ଷର ରାଜନୈତିକ ଯାତ୍ରାକୁ ସ୍ମରଣ କରିଛନ୍ତି।

ପିଏମ ମୋଦି କହିଛନ୍ତି, ଦେଶ ମୋତେ ବହୁତ କିଛି ଦେଇଛି। ତେଣୁ ଦେଶ ପାଇଁ ମୋର ଦାୟିତ୍ୱ ମଧ୍ୟ ସବୁଠାରୁ ଅଧିକ। ଦେଶର ପ୍ରତ୍ୟେକ ନାଗରିକଙ୍କର ତାଙ୍କ ଉପରେ ସବୁଠାରୁ ବଡ଼ ଅଧିକାର ରହିଛି। ୨୫ ବର୍ଷର ଜନବିଶ୍ୱାସ ଓ ଅଭିଜ୍ଞତା ଏକ ବଡ଼ ପୁଞ୍ଜି। ଏହି ପୁଞ୍ଜି କେବଳ ତାଙ୍କର ନୁହେଁ, ବରଂ ସମଗ୍ର ଦେଶର।

ନିଜ ରାଜନୈତିକ ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୭ ଅକ୍ଟୋବର ୨୦୦୧ରେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି, ସେତେବେଳେ କେବେ ଭାବି ନ ଥିଲି ଯେ ଦିନେ ଏଭଳି ଏକ ପର୍ଯ୍ୟାୟ ଆସିବ। ଆଜି ସରକାର ମୁଖ୍ୟ ଭାବେ ନିରନ୍ତର ସେବା କରିବାର ୨୫ ବର୍ଷ ପୂରଣ ହୋଇଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଦୀର୍ଘ ଯାତ୍ରା ଜନତା-ଜନାର୍ଦ୍ଦନଙ୍କ ନିରନ୍ତର ଆଶୀର୍ବାଦର ପରିଣାମ। ସେ ଭାଜପା, ଏନ୍‌ଡିଏ ଏବଂ ଗଣତନ୍ତ୍ର ପ୍ରତି ଅପାର ଆସ୍ଥା ରଖୁଥିବା ସମସ୍ତ ରାଜନୈତିକ ସାଥୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

୨୫ ବର୍ଷର ଯାତ୍ରାରେ ହୋଇଥିବା ବିଭିନ୍ନ ବିଧାନସଭା ଓ ଲୋକସଭା ନିର୍ବାଚନକୁ ମନେ ପକାଇ ମୋଦି କହିଛନ୍ତି, ଜନତା ତାଙ୍କୁ ବାରମ୍ବାର ନିଜ ସେବା କରିବାର ସୁଯୋଗ ଦେଇଛନ୍ତି। ଏଥିପାଇଁ ସେ ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ସମ୍ବିଧାନକୁ ପ୍ରଣାମ କରିଛନ୍ତି। ଏହାସହ ‘ସେବା ଜ୍ୟୋତି ଯାତ୍ରା’ରେ ଭାଗ ନେଇଥିବା ସମସ୍ତ ନାଗରିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ଯାହା କିଛି, ଯେଉଁଠି ଅଛି ଏବଂ ଯେଉଁ ଦାୟିତ୍ୱରେ ଅଛି, ସେଥିରେ ସବୁଠାରୁ ବଡ଼ ଅବଦାନ ଜନତା-ଜନାର୍ଦ୍ଦନଙ୍କର। ମୋ ପାଇଁ ଜନତା-ଜନାର୍ଦ୍ଦନ ହେଉଛନ୍ତି ଈଶ୍ୱରଙ୍କ ସ୍ବରୂପ। କୋଟି କୋଟି ଦେଶବାସୀଙ୍କ ବିଶ୍ୱାସ ଏବଂ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ତାଙ୍କର ସବୁଠାରୁ ବଡ଼ ଶକ୍ତି ।
ନିଜ ୨୫ ବର୍ଷର ଯାତ୍ରାକୁ ପଛକୁ ଫେରି ଦେଖି ମୋଦି କହିଛନ୍ତି, ତାଙ୍କ ମନରେ କେବଳ କୃତଜ୍ଞତାର ଭାବନା ରହିଛି। ଯେଉଁମାନେ ତାଙ୍କୁ କିଛି ଶିଖାଇଛନ୍ତି, ସେମାନଙ୍କ ପ୍ରତି ସେ କୃତଜ୍ଞ ବୋଲି କହିଛନ୍ତି। ଯେଉଁମାନେ ତାଙ୍କୁ ତଳେ ପକାଇଛନ୍ତି, ସେମାନେ ପୁଣି ଉଠିବା ଶିଖାଇଛନ୍ତି। ସମର୍ଥକମାନେ ତାଙ୍କ ମନୋବଳ ବଢ଼ାଇଥିବା ବେଳେ ସମାଲୋଚକମାନେ ତାଙ୍କୁ ନିଜ ଭିତରକୁ ଝାଙ୍କିବାର ସୁଯୋଗ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?