ପ୍ରକଳ୍ପକୁ ଅଡ଼ୁଆ ପାଣି

ବଇଣ୍ଡା, ୧୩ା୮ (ଡି.ଏନ.ଏ.): ନିର୍ମାଣ ବେଳେ ଦୁର୍ବଳ ରହିଗଲା ଭିତ୍ତିଭୂମି। ଖାଲୁଆ ଅଞ୍ଚଳରେ ବସାଗଲା ପାନୀୟ ଜଳ ପ୍ରକଳ୍ପ। ଫଳରେ ସାମାନ୍ୟ ବର୍ଷା ହେଲେ ବୁଡ଼ିଯାଉଛି ବୋର୍‌ଓ୍ବେଲ। ପ୍ରକଳ୍ପ ପାଣି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ଜମୁଥିବା ବର୍ଷାପାଣି। ବ୍ଲକ ଜଳ ଯୋଗାଣ ବିଭାଗର ଦୂରଦୃଷ୍ଟି ଅଭାବରୁ ବାରମ୍ବାର ଏପରି ଅସୁବିଧା ଭୋଗିବାକୁ ପଡ଼ୁଛି ଲୋକଙ୍କୁ। ଏହାକୁ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତର ମନ୍ଦରବାହାଳ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମନ୍ଦରବାହାଳ ଗ୍ରାମର ୨ଶହ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୦ ମସିହାରେ ଜଳ ଯୋଗାଣ ବିଭାଗ ଏହି ପ୍ରକଳ୍ପ ନିର୍ମାଣ କରିଥିଲା। ହେଲେ ଏକ ଚାଷ ଜମି ପାଖ ଖାଲୁଆ ଅଞ୍ଚଳରେ ପ୍ରକଳ୍ପ କରାଯାଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ପ୍ରତିବର୍ଷ ବର୍ଷା ଋତୁରେ ପ୍ରକଳ୍ପ ପରିସରରେ ୩ ଫୁଟ ଉଚ୍ଚର ପାଣି ଜମି ରହୁଛି। ଅନେକ ସମୟରେ ଏହି ଦୂଷିତ ପାଣି ବୋର୍‌ଓ୍ବେଲ ମଧ୍ୟକୁ ପ୍ରବେଶ କରୁଥିବାରୁ ବର୍ଷା ଓ ଆବର୍ଜନା ପାଣି ଗ୍ରାମବାସୀଙ୍କୁ ଯୋଗାଣ ହେଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସେମାନେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ଏହାଛଡ଼ା ଏହି ପ୍ରକଳ୍ପରୁ ଆବଶ୍ୟକ ପରିମାଣର ପାଣି ଗ୍ରାମକୁ ଯୋଗାଣ ହେଉ ନ ଥିବାରୁ ଏକ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ୧୨ ମାର୍ଚ୍ଚ ୨୦୧୭, ୩ ସେପ୍ଟେମ୍ବର ୨୦୨୦ ଓ ୯ ଏପ୍ରିଲ ୨୦୨୧ରେ ବ୍ଲକ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଯାଏ ଅଭିଯୋଗ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିପାରିନାହିଁ। ତୁରନ୍ତ ଏହି ପୁରୁଣା ପ୍ରକଳ୍ପରେ ଥିବା ସମସ୍ୟାର ସ୍ଥାୟୀ ସମାଧାନ ସହ ଗ୍ରାମରେ ଏକ ନୂତନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ଦୂଷିତ ପାଣି ଯେପରି ଗଁାକୁ ଯୋଗାଣ ନ ହେବ ସେ ଦିଗରେ ଦୃଷ୍ଟି ଦିଆଯାଉଛି। ୩ ଦିନ ହେଲା ଜଳ ଯୋଗାଣ କରାଯାଇ ନାହିଁ। ଆବଶ୍ୟକ ପରୀକ୍ଷା କରାଯିବା ପରେ ପାନୀୟ ଜଳ ଛଡ଼ାଯିବ। ସ୍ଥାୟୀ ସମାଧାନ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନାହିଁ
ପାନୀୟ ପ୍ରକଳ୍ପଟି ଖାଲୁଆ ଚାଷ ଜମି ନିକଟରେ ହୋଇଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ଏହାର ପରିସର ପାଣିରେ ବୁଡ଼ିଯାଉଛି। ଅନେକ ସମୟରେ ଦୂଷିତ ଜଳ ବୋର୍‌ଓ୍ବେଲ ମଧ୍ୟକୁ ପ୍ରବେଶ କରିଯାଉଛି। ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥା ସହ ପ୍ରକଳ୍ପ ମରାମତି ପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ କରାଯାଇଛି। ହେଲେ ସୁଫଳ ମିଳୁନାହିଁ।
-ଶାନ୍ତିଲତା ପ୍ରଧାନ, କୁରୁମଟାପ ସରପଞ୍ଚ
ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ
ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହା ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ତାହା ପୂରଣ ହେଉନାହିଁ। ଗ୍ରାମବାସୀ ଠିକ୍‌ ଭାବେ ପାଣି ପାଇପାରୁ ନ ଥିବାରୁ ଏ ଦିଗରେ ପଦକ୍ଷେପ ନିଆଯାଉ।
-ଛାୟା ନାୟକ, ଗ୍ରାମବାସୀ
ପ୍ରତିବର୍ଷ ସୃଷ୍ଟି ହେଉଛି ସମସ୍ୟା
ବର୍ଷା ହେଲେ ପ୍ରକଳ୍ପ ପରିସରରେ ପାଣି ଜମି ରହୁଛି। ପ୍ରତିବର୍ଷ ବର୍ଷା ଋତୁରେ ଏହି ସମସ୍ୟା ସୃଷ୍ଟି ହେଉଛି। ବୋର୍‌ଓ୍ବେଲ ମଧ୍ୟକୁ ଏହି ବାହାର ପାଣି ପଶିଯାଉଥିବାରୁ ଏହାକୁ ବ୍ୟବହାର କରି ଲାକେ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି l
-ବାଳକୃଷ୍ଣ ନାୟକ, ଗ୍ରାମବାସୀ
ନୂଆ ପ୍ରକଳ୍ପ ନିର୍ମାଣ କରାଯାଉ
ପୁରୁଣା ପ୍ରକଳ୍ପ ଗ୍ରାମବାସୀଙ୍କ ପାନୀୟ ଆବଶ୍ୟକତା ପୂରଣ କରିପାରୁ ନ ଥିବାରୁ ଏକ ନୂତନ ପ୍ରକଳ୍ପ ନିର୍ମାଣ ଜରୁରୀ ହୋଇପଡ଼ିଛି। ଖରାଦିନେ ଲୋକେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ତୁରନ୍ତ ବସୁଧା ଯୋଜନାରେ ନୂଆ ପ୍ରକଳ୍ପ ନିର୍ମାଣ କରାଯାଉ। ଲୋକ ପ୍ରତିନିଧିମାନେ ଏ ଦିଗରେ ଦୃଷ୍ଟି ଦିଅନ୍ତୁ।
-ଲୋକନାଥ ମାଝି, ଗ୍ରାମବାସୀ
ସ୍ଥାୟୀ ସମାଧାନ ପାଇଁ ଅବଗତ କରାଯିବ
ଗ୍ରାମବାସୀଙ୍କୁ କିପରି ପ୍ରକଳ୍ପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେ ନେଇ ଜଳ ଯୋଗାଣ ବିଭାଗ ଓ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ। ଏଥିସହିତ ପ୍ରକଳ୍ପ ପରିସରରେ ଜମୁଥିବା ବର୍ଷା ପାଣିର ସ୍ଥାୟୀ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ।
-ତରଣୀ ସୁନା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri