ପ୍ରକଳ୍ପକୁ ଅଡ଼ୁଆ ପାଣି

ବଇଣ୍ଡା, ୧୩ା୮ (ଡି.ଏନ.ଏ.): ନିର୍ମାଣ ବେଳେ ଦୁର୍ବଳ ରହିଗଲା ଭିତ୍ତିଭୂମି। ଖାଲୁଆ ଅଞ୍ଚଳରେ ବସାଗଲା ପାନୀୟ ଜଳ ପ୍ରକଳ୍ପ। ଫଳରେ ସାମାନ୍ୟ ବର୍ଷା ହେଲେ ବୁଡ଼ିଯାଉଛି ବୋର୍‌ଓ୍ବେଲ। ପ୍ରକଳ୍ପ ପାଣି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ଜମୁଥିବା ବର୍ଷାପାଣି। ବ୍ଲକ ଜଳ ଯୋଗାଣ ବିଭାଗର ଦୂରଦୃଷ୍ଟି ଅଭାବରୁ ବାରମ୍ବାର ଏପରି ଅସୁବିଧା ଭୋଗିବାକୁ ପଡ଼ୁଛି ଲୋକଙ୍କୁ। ଏହାକୁ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତର ମନ୍ଦରବାହାଳ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମନ୍ଦରବାହାଳ ଗ୍ରାମର ୨ଶହ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୦ ମସିହାରେ ଜଳ ଯୋଗାଣ ବିଭାଗ ଏହି ପ୍ରକଳ୍ପ ନିର୍ମାଣ କରିଥିଲା। ହେଲେ ଏକ ଚାଷ ଜମି ପାଖ ଖାଲୁଆ ଅଞ୍ଚଳରେ ପ୍ରକଳ୍ପ କରାଯାଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ପ୍ରତିବର୍ଷ ବର୍ଷା ଋତୁରେ ପ୍ରକଳ୍ପ ପରିସରରେ ୩ ଫୁଟ ଉଚ୍ଚର ପାଣି ଜମି ରହୁଛି। ଅନେକ ସମୟରେ ଏହି ଦୂଷିତ ପାଣି ବୋର୍‌ଓ୍ବେଲ ମଧ୍ୟକୁ ପ୍ରବେଶ କରୁଥିବାରୁ ବର୍ଷା ଓ ଆବର୍ଜନା ପାଣି ଗ୍ରାମବାସୀଙ୍କୁ ଯୋଗାଣ ହେଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସେମାନେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ଏହାଛଡ଼ା ଏହି ପ୍ରକଳ୍ପରୁ ଆବଶ୍ୟକ ପରିମାଣର ପାଣି ଗ୍ରାମକୁ ଯୋଗାଣ ହେଉ ନ ଥିବାରୁ ଏକ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ୧୨ ମାର୍ଚ୍ଚ ୨୦୧୭, ୩ ସେପ୍ଟେମ୍ବର ୨୦୨୦ ଓ ୯ ଏପ୍ରିଲ ୨୦୨୧ରେ ବ୍ଲକ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଯାଏ ଅଭିଯୋଗ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିପାରିନାହିଁ। ତୁରନ୍ତ ଏହି ପୁରୁଣା ପ୍ରକଳ୍ପରେ ଥିବା ସମସ୍ୟାର ସ୍ଥାୟୀ ସମାଧାନ ସହ ଗ୍ରାମରେ ଏକ ନୂତନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ଦୂଷିତ ପାଣି ଯେପରି ଗଁାକୁ ଯୋଗାଣ ନ ହେବ ସେ ଦିଗରେ ଦୃଷ୍ଟି ଦିଆଯାଉଛି। ୩ ଦିନ ହେଲା ଜଳ ଯୋଗାଣ କରାଯାଇ ନାହିଁ। ଆବଶ୍ୟକ ପରୀକ୍ଷା କରାଯିବା ପରେ ପାନୀୟ ଜଳ ଛଡ଼ାଯିବ। ସ୍ଥାୟୀ ସମାଧାନ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନାହିଁ
ପାନୀୟ ପ୍ରକଳ୍ପଟି ଖାଲୁଆ ଚାଷ ଜମି ନିକଟରେ ହୋଇଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ଏହାର ପରିସର ପାଣିରେ ବୁଡ଼ିଯାଉଛି। ଅନେକ ସମୟରେ ଦୂଷିତ ଜଳ ବୋର୍‌ଓ୍ବେଲ ମଧ୍ୟକୁ ପ୍ରବେଶ କରିଯାଉଛି। ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥା ସହ ପ୍ରକଳ୍ପ ମରାମତି ପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ କରାଯାଇଛି। ହେଲେ ସୁଫଳ ମିଳୁନାହିଁ।
-ଶାନ୍ତିଲତା ପ୍ରଧାନ, କୁରୁମଟାପ ସରପଞ୍ଚ
ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ
ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହା ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ତାହା ପୂରଣ ହେଉନାହିଁ। ଗ୍ରାମବାସୀ ଠିକ୍‌ ଭାବେ ପାଣି ପାଇପାରୁ ନ ଥିବାରୁ ଏ ଦିଗରେ ପଦକ୍ଷେପ ନିଆଯାଉ।
-ଛାୟା ନାୟକ, ଗ୍ରାମବାସୀ
ପ୍ରତିବର୍ଷ ସୃଷ୍ଟି ହେଉଛି ସମସ୍ୟା
ବର୍ଷା ହେଲେ ପ୍ରକଳ୍ପ ପରିସରରେ ପାଣି ଜମି ରହୁଛି। ପ୍ରତିବର୍ଷ ବର୍ଷା ଋତୁରେ ଏହି ସମସ୍ୟା ସୃଷ୍ଟି ହେଉଛି। ବୋର୍‌ଓ୍ବେଲ ମଧ୍ୟକୁ ଏହି ବାହାର ପାଣି ପଶିଯାଉଥିବାରୁ ଏହାକୁ ବ୍ୟବହାର କରି ଲାକେ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି l
-ବାଳକୃଷ୍ଣ ନାୟକ, ଗ୍ରାମବାସୀ
ନୂଆ ପ୍ରକଳ୍ପ ନିର୍ମାଣ କରାଯାଉ
ପୁରୁଣା ପ୍ରକଳ୍ପ ଗ୍ରାମବାସୀଙ୍କ ପାନୀୟ ଆବଶ୍ୟକତା ପୂରଣ କରିପାରୁ ନ ଥିବାରୁ ଏକ ନୂତନ ପ୍ରକଳ୍ପ ନିର୍ମାଣ ଜରୁରୀ ହୋଇପଡ଼ିଛି। ଖରାଦିନେ ଲୋକେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ତୁରନ୍ତ ବସୁଧା ଯୋଜନାରେ ନୂଆ ପ୍ରକଳ୍ପ ନିର୍ମାଣ କରାଯାଉ। ଲୋକ ପ୍ରତିନିଧିମାନେ ଏ ଦିଗରେ ଦୃଷ୍ଟି ଦିଅନ୍ତୁ।
-ଲୋକନାଥ ମାଝି, ଗ୍ରାମବାସୀ
ସ୍ଥାୟୀ ସମାଧାନ ପାଇଁ ଅବଗତ କରାଯିବ
ଗ୍ରାମବାସୀଙ୍କୁ କିପରି ପ୍ରକଳ୍ପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେ ନେଇ ଜଳ ଯୋଗାଣ ବିଭାଗ ଓ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ। ଏଥିସହିତ ପ୍ରକଳ୍ପ ପରିସରରେ ଜମୁଥିବା ବର୍ଷା ପାଣିର ସ୍ଥାୟୀ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ।
-ତରଣୀ ସୁନା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?