ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ ଦିଗପହଣ୍ଡି ସହରରେ ମିଳୁନି ପିଇବା ପାଣି। ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ପାଇପ ଯୋଗେ ପାନୀୟଜଳ ଯୋଗାଣ ସମୟ ନିର୍ଘଣ୍ଟ ସ୍ଥିର ନକରି ନିଜ ଇଚ୍ଛାରେ ଖୁବ କମ ସମୟ ପାଇଁ ପାନୀୟଜଳ ଯୋଗାଣ କରୁଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ପ୍ରତିବାଦରେ ଦିଗପହଣ୍ଡି ସହରର ବହୁ ସଂଖ୍ୟକ ବାସିନ୍ଦା ସୋମବାର ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ମୌଳାଭଞ୍ଜା ଗ୍ରାମ ନିକଟ ଘୋଡାହାଡ ନଦୀରୁ ଦିଗପହଣ୍ଡି ସହରକୁ ପାଇପ ଯୋଗେ ପାନୀୟ ଜଳ ଆସୁଥିଲା । ବର୍ତ୍ତମାନ ନଦୀ ଶୁଖିଲା ପଡିବା ହେତୁ ଆବଶ୍ୟକ ପାନୀୟଜଳ ଆସୁନାହିଁ। ଏଭଳି ସ୍ଥିତିରେ ଦିଗପହଣ୍ଡି ମେଦିରୀ ସାହି ସମ୍ମୁଖରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳା ଯାଇଥବା ବୋର୍‌ଓ୍ବେଲରୁ ସହରର ଅର୍ଦ୍ଧାଧିକ ଅଞ୍ଚଳକୁ ସ୍ବଳ୍ପ ପରିଣାମର ପାନୀୟ ଜଳ ଯୋଗାଣ କରାଯାଉଛି। ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଛଡାଯିବା ସମୟ ମନଇଛା ଧାର୍ଯ୍ୟ କରୁଛନ୍ତି। ସକାଳୁ ପ୍ରକଳ୍ପରୁ ପାଣି ଛାଡିବା ପରିବର୍ତ୍ତେ ରାତି ଅଧରେ ପାଣି ଛାଡୁଛନ୍ତି । ଲୋକେ ରାତି ଅନିଦ୍ରା ହୋଇ ପାଣି ସଂଗ୍ରହ କରୁଛନ୍ତି। ତେଣୁ ବିଭାଗ ପକ୍ଷର ପୂର୍ବଭଳି ସକାଳ ଓ ସନ୍ଧ୍ୟାରେ ସହରକୁ ପାଣି ଛାଡିବାକୁ ସହରବାସୀ ଦାବି କରିଛନ୍ତି । ଏଥିସହ ଟାଟା ବିଦ୍ୟୁତ୍‌ ବିତରଣ କମ୍ପାନୀ ପକ୍ଷରୁ ଦିଗପହଣ୍ଡିରେ ବିଦ୍ୟୁତ କାଟର କୈାଣସି ସମୟ ନାହିଁ । ଯେତେବେଳେ ଚାହିଁବେ ବିଦ୍ୟୁତ ସରବରାହ ବନ୍ଦ ରଖୁଛନ୍ତି। ବିଦ୍ୟୁତ କାଟ ପୁର୍ବରୁ ଉପଭୋକ୍ତା ମାନଙ୍କୁ ଅବଗତ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଆଗାମୀ ଦିନରେ ବିପର୍ଯ୍ୟସ୍ତ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଏବଂ ଅଘୋଷିତ ବି୍ଦ୍ୟୁତ୍‌ତ କାଟର ସୁଧାର ନହେଲେ ଜନ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ , ଭି .ସୁଦର୍ଶନ ରାଜୁ , ପି . ଶିବଶଙ୍କର , ଇ. କୈଳାଶ , ଏ. କୁରେଶୁ , ଅଶୋକ ପାଢ଼ୀ , ବଂଶୀଧର ମହାରଣା , ଏ . ଗଣେଶ , ନାଗେଶର ରାଓ ସମେତ ବହୁ ସଂଖ୍ୟକ ସହରବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?