ଚାନ୍ଦିପୁର ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍‌

ବାଲେଶ୍ୱର ଅଫିସ, ୧୪।୯: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା(ଆଇଏସ୍‌ଆଇ)କୁ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ। ମୁଖ୍ୟତଃ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରୁଥିଲେ ଡିଆର୍‌ଡିଓର କିଛି କର୍ମଚାରୀ (ଚୁକ୍ତିଭିତ୍ତିକ)। ଏହା ଜଣାପଡ଼ିବା ପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଗୋଇନ୍ଦା ସଂସ୍ଥା (ଆଇବି)ର ୨ ଜଣ ଅଧିକାରୀ ୩ ଦିନ ପୂର୍ବେ ବାଲେଶ୍ୱର ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲେ।

ଡିଆରଡିଓର ୮ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇ ସ୍ଥାନୀୟ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ ପଚରାଉଚୁରା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିଛି। ଏହି ଘଟଣାରେ ମଙ୍ଗଳବାର ୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ଜଣ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌।

ଏ ନେଇ ଚାନ୍ଦିପୁର ଥାନାରେ ଆଇପିସି ଦଫା ୧୨୦(ବି), ୧୨୧(ଏ), ୩୪ ଏବଂ ଅଫିସିଆଲ୍‌ ସିକ୍ରେଟ ଆକ୍ଟର ଦଫା ୩, ୪ ଓ ୫ରେ ଏକ ମାମଲା (ନଂ. ୭୬/୨୧) ରୁଜୁ କରାଯାଇ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ତଥା ଅଖଣ୍ଡତା ଉପରେ ପ୍ରଭୂତ କ୍ଷତି ଘଟାଇବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ନାମ ଓ ଅଧିକ ତଥ୍ୟ ପ୍ରକାଶ କରିବାକୁ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଭଳି ଏବେ ହୋଟେଲରେ ରହିବେ ପୋଲିସ

ନୂଆଦିଲ୍ଲୀ,୧୬।୪: କରୋନା ବିରୋଧରେ ଲଢ଼େଇ ଜାରି ରଖିଥିବା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ...

ୟୁଜରଙ୍କ ଗୋପନୀୟତା ସର୍ବୋପରି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୨: ୟୁଜରଙ୍କ ଗୋପନୀୟତା ନେଇ ଫେସ୍‌ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌କୁ ସୁପ୍ରିମ୍‌କୋର୍ଟ ଭର୍ସନା କରିଛନ୍ତି। ୟୁଜରଙ୍କ ଗୋପନୀୟତା ସର୍ବୋପରି। ଏଥିରେ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ।...

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ...

ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା

ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ...

ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍‌ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

କାରିଗରଙ୍କୁ ଘାରିଛି ମୂର୍ତ୍ତି ବିକ୍ରି ଚିନ୍ତା

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ଜିଲାର ଜଟଣୀରେ ପ୍ରତିବର୍ଷ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ୧୨ଦିନ ଧରି ଏଠାରେ ୨ଶହରୁ ଊର୍ଦ୍ଧ୍ୱ ଛୋଟ ବଡ ମଣ୍ଡପରେ...

Advertisement


Archives

Model This Week