ଲାଗି ରହିଛି ଡ୍ରେନେଜ ଅବ୍ୟବସ୍ଥା, ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବିଭିନ୍ନ ସ୍ଥାନରେ ନର୍ଦ୍ଦମା ପାଣି ନିଷ୍କାସନ ତଥା ଡ୍ରେନେଜ ଅବ୍ୟବସ୍ଥା ଲାଗି ରହିଛି। ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ ୨ ଏବଂ ୱାର୍ଡ଼ ନଂ ୪ର ନିର୍ଭିର ଯୋଗ୍ୟ ସ୍ଥାନୀୟ ଲମ୍ବା ବିଲଡ଼ିଂରୁ ତଳିପଡ଼ାକୁ ଯାଇଥିବା ରାସ୍ତା ଉପରେ ଗତ କିଛିଦିନ ହେବ ଦିନରାତି ଡ୍ରେନେଜ ପାଣି ପ୍ରବାହିତ ହେଉଛି। ଦୀର୍ଘଦିନରୁ ଏହି ସମସ୍ୟା ଲାଗି ରହିଛି, ମାତ୍ର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର କରାଯାଇ ନାହିଁ। ଅଭିଯୋଗ କଲେ କେବଳ ପୌରପରିଷଦ ଗାଡି ଆଣି ନର୍ଦ୍ଦମା ପାଣିକୁ ସେଠାରୁ କାଢି ନିଆଯାଉଛି। ଫଳରେ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ପଡାବାସୀ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ନୂତନ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସେମାନେ ସ୍ମାରକପତ୍ରରେ ଦାବି କରିଥିଲେ। ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ପଡାବାସୀ ଜିଲାପାଳଙ୍କଠାରେ ଏଭଳି ଅଭିଯୋଗ କରିବାର କିଛି ସମୟ ପରେ ସମ୍ପୃକ୍ତ ପଡାକୁ ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। ସେଠାରେ ଜମିଥିବା ନର୍ଦ୍ଦମା ପାଣିକୁ ପୌର ପରିଷଦ ଏକ ଗାଡିରେ କାଢି ନେଇଥିଲା ଏବଂ ନର୍ଦ୍ଦମା ପାଣି ଯେଭଳି ସେଠାରେ ଜମି ନ ରହିବ, ସେ ଦିଗରେ ଅସ୍ଥାୟୀ ପଦକ୍ଷେପ ନେଇଥିଲା। ତେବେ ଆସନ୍ତା ୧୫/୨୦ ଦିନ ପରେ ଉକ୍ତ ପଡାରେ ଲାଗି ରହିଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ ପଡାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?