ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ କିଣି ନେଉଥିବା ଦେଖିବାକୁ ମିଳିଛି। ଜି. ଉଦୟଗିରିଠାରୁ ୨୫ କି.ମି. ଦୂର ବେହେରା ଗାଁର ଚାଷୀ ପ୍ରଦୀପ ଦିଗାଳ (୫୦) ପାରମ୍ପରିକ ଚାଷରୁ ନିବୃତ୍ତ ହୋଇ ନୂତନ ଭାବେ ଲାଭଦାୟକ ଫସଲ ଡ୍ରାଗନ ଫ୍ରୁଟ ଚାଷ କରି ଲାଭନ୍ବିତ ହୋଇଛନ୍ତି। ଏଥିରୁ ସେ ସ୍ବାବଲମ୍ବୀ ହେବା ସହ ଭଲ ଆୟ ହେଉଥିବା କହିଛନ୍ତି । ଅଳ୍ପ ଜମିରେ ମଧ୍ୟ ଉନ୍ନତ ପ୍ରଣାଳୀରେ ଚାଷ କରି ଅଧିକ ଲାଭ ମିଳିପାରେ ଏହା ସେ ଅନ୍ୟମାନଙ୍କୁ ଦେଖାଇ ଦେଇଛନ୍ତି। ପୂର୍ବରୁ ପ୍ରଦୀପ ପାରମ୍ପରିକ ଫସଲ ଚାଷ କରୁଥିଲେ। ଏଥିରେ ପାଣିପାଗର ଅନିଶ୍ଚିତତା, ଖର୍ଚ୍ଚ ବୃଦ୍ଧି ଏବଂ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ନ ମିଳିବା ହେତୁ ତାଙ୍କୁ ଆଶାନୁରୂପ ଲାଭ ମିଳୁ ନ ଥିଲା। ଡ୍ରାଗନ ଫ୍ରୁଟ ଚାଷ ସମ୍ପର୍କରେ ଜାଣିବା ପରେ ସେ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ନିଜ ଗାଁରେ ଏହି ଚାଷ କରିବାକୁ ଯୋଜନା କରି ପ୍ରଦୀପ ଲିଜ ସୂତ୍ର ରେ ଜଣଙ୍କଠାରୁ ଏକ ଏକର ଜମି ଆଣି ଚାଷ ଆରମ୍ଭ କରିଥିଲେ। ସମାନ ବ୍ୟବଧାନରେ କଂକ୍ରିଟ ଖୁଣ୍ଟ ପୋତି ସେଥିରେ ୨ହଜାର ଡ୍ରାଗନ ଫ୍ରୁଟ ଗଛ ଲଗାଇଥିଲେ। ସେଗୁଡ଼ିକର ନିୟମିତ ଯତ୍ନ, ଜଳସେଚନ, ଜୈବସାର ପ୍ରୟୋଗ ଓ ରୋଗ ପୋକ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେଉଥିଲେ। ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ କରିଥିଲେ। ପ୍ରାୟ ବର୍ଷେ ପରେ ସେହି ଗଛରେ ଫଳ ଆସିବା ଆରମ୍ଭ କରିଥିଲା । ଚାଷ ଆରମ୍ଭ କରିବାର ଦ୍ବିତୀୟ ବର୍ଷରୁ ସେ ଡ୍ରାଗନ ଫଳ ବିକ୍ରି କରିବା ଆରମ୍ଭ କରିଥିଲେ। ଏଥିରୁ ସେ ଗତ ୪ ବର୍ଷ ହେବ ବାର୍ଷିକ ୧.୭ ଲକ୍ଷରୁ ଊର୍ଦ୍ଧ୍ୱ ଆୟ କରୁଛନ୍ତି। ଜମିର ରକ୍ଷଣା ବେକ୍ଷଣ ଦିଗରେ ବାର୍ଷିକ ୫୦ରୁ ୬୦ ହଜାର ଖର୍ଚ୍ଚ କରୁିଛନ୍ତି ପ୍ରଦୀପ । ଡ୍ରାଗନ ଫ୍ରୁଟ୍ର ଚାହିଦା ସ୍ଥାନୀୟ ବଜାର ସମେତ ସହରାଞ୍ଚଳରେ ମଧ୍ୟ ରହିଥିବାରୁ ଉତ୍ପାଦିତ ଫଳ ବିକ୍ରି କରି ପ୍ରଦୀପ ଭଲ ମୂଲ୍ୟ ପାଇପାରୁଛନ୍ତି। ଏଥିସହ ସେ ଅନ୍ୟ ଚାଷୀଙ୍କୁ ମଧ୍ୟ ଡ୍ରାଗନ ଫ୍ରୁଟ ଚାଷ ସମ୍ପର୍କରେ ଜଣାଇବା ସହ ନୂତନ କୃଷି ପଦ୍ଧତି ଆପଣାଇବାକୁ ପ୍ରୋତ୍ସାହିତ କରୁଛନ୍ତି। ଆଗାମୀ ଦିନରେ ଚାଷର ପରିମାଣ ବଢ଼ାଇବା ସହ ଅନ୍ୟ ଚାଷୀଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ସେ। ଅଞ୍ଚଳର ଜଳବାୟୁ ଓ ମାଟିର ଉପଯୋଗିତା ଅନୁଯାୟୀ ଉଚିତ ପ୍ରଣାଳୀ ଓ ବଜାର ବ୍ୟବସ୍ଥା ସହିତ ଡ୍ରାଗନ ଫ୍ରୁଟ ଭଳି ଉଚ୍ଚମୂଲ୍ୟର ଫସଲ ଚାଷ କଲେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ତାଙ୍କର ମତ। କନ୍ଧମାଳ ର ଜଣେ ସାଧାରଣ ଚାଷୀଙ୍କ ଏହି ସଫଳତା ଏବେ ଅନ୍ୟ ଚାଷୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିବ। ଚାଷୀ ଅଧିକ ଆୟ କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ରମାକାନ୍ତ ମହାପାତ୍ର କହିଛନ୍ତି ।

 

<div style=”background-color: #eee; border: 1px solid #cccccc; padding: 5px 20px; margin: 0 Auto; border-radius: 22px;” align=”center”>
<h6>Dharitri – Odisha’s No.1 Odia Daily</h6>
</div>


Enter your email to get our daily news in your inbox.

All Right Reserved By Dharitri.Com

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?