ସ୍ଥାୟିତ୍ୱ ନେଇ ସନ୍ଦେହ

ଛେଣ୍ଡିପଦା,୩୦।୧୦ (ଡି.ଏନ.ଏ.): ଅନୁଗୋଳ ଜିଲାରେ ପର୍ଯ୍ୟଟନକୁ ନୂଆ ଦିଶା ଦେବାକୁ କିଛିବର୍ଷ ହେଲା ଉଦ୍ୟମ ହେଉଛି। ଏଥିପାଇଁ ସହର ଓ ଗ୍ରାମାଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣ କରାଯାଉଛି। ଏପରି କି ଦେବଦେବୀ ପୀଠ ଓ ଏହା ନିକଟରେ ଥିବା ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ଗତ ୨ ବର୍ଷ ମଧ୍ୟରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ଛେଣ୍ଡିପଦା ବ୍ଲକ ପାତ୍ରପଡ଼ାସ୍ଥିତ ବାୟାଣୀ ପୀଠର ବିକାଶ କରାଯାଇଥିତ୍ଲା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ ନୂଆ ନୂଆ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବାୟାଣୀପୀଠର ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକ ଶ୍ରୀହୀନ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏପରି କି ଖୋଳାଯାଇଥିବା ପୋଖରୀରେ ଆବଶ୍ୟକ ପାଣି ନ ଥିବାବେଳେ ବୋଟିଂ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଫଳରେ ଏହି ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତରେ ରହିଛି ମା’ ବାୟାଣୀଙ୍କ ପୀଠ। ଦେବୀନଗର ପାହାଡ଼ ତଳେ ଥିବା ଏହି ପୀଠର ପରିବେଶ ଅତ୍ୟନ୍ତ ମନୋରମ ହୋଇଥିବାରୁ ଜିଲା ଓ ବାହାର ଅଞ୍ଚଳରୁ ବର୍ଷତମାମ ପର୍ଯ୍ୟଟକ ଆସିଥାନ୍ତି। ବିଶେଷକରି ଚୈତ୍ରମାସରେ ପଡ଼ୁଥିବା ମା’ଙ୍କ ବାର୍ଷିକ ଯାତ୍ରାରେ ସାମିଲ ହେବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ। ସେହିପରି ବଣଭୋଜି ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ପର୍ଯ୍ୟଟନ ଋତୁରେ ଦୈନିକ ଶତାଧିକ ପର୍ଯ୍ୟଟକଙ୍କ ଆଗମନ ହୁଏ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବାୟାଣୀ ପୀଠ ନିକଟ ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିଲା। ୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପାର୍କ, ପୋଖରୀ, ବୋଟିଂ, ପର୍ଯ୍ୟଟକଙ୍କ ବସିବା ପାଇଁ ବେଞ୍ଚ, ପିଣ୍ଡି, ଫୁଲ ବଗିଚା ଆଦି କରାଯାଇଥିଲା। ଫଳରେ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସୁଥିବା ଲକ୍ଷ୍ୟ କରାଯାଇଥିଲା। ହେଲେ ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏହି ପର୍ଯ୍ୟଟନସ୍ଥାନ ଏବେ ଶ୍ରୀହୀନ ହୋଇପଡ଼ୁଥିବା ଅଭିଯୋଗ ହେଉଛି। ଖୋଳାଯାଇଥିବା ପୋଖରୀରେ ଆବଶ୍ୟକ ପାଣି ନାହିଁ। ବୋଟିଂ ପାଇଁ ଥିବା ବୋଟ ଅଚଳ ହୋଇପଡ଼ିଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ମନ ଊଣା କରି ଫେରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯିବାକୁ ଦାବି ହେଉଛି।

 

ପଞ୍ଚାୟତ ପକ୍ଷରୁ ଧ୍ୟାନ ଦିଆଯାଉଛି
ବାୟାଣୀ ପୀଠର ବିକାଶ ଉପରେ ପାତ୍ରପଡ଼ା ପଞ୍ଚାୟତ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ପୂର୍ବରୁ କରାଯାଇଥିବା ପ୍ରକଳ୍ପଗୁଡିକର ପ୍ରଥମ ପର୍ଯ୍ୟାୟ ନବୀକରଣ ଆରମ୍ଭ ହୋଇଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।
-ରଶ୍ମିତା ପ୍ରଧାନ, ପାତ୍ରପଡ଼ା ସରପଞ୍ଚ
ଉପଯୁକ୍ତ ତଦାରଖ କରାଯାଉ ନାହିଁ
ବାୟାଣୀ ପୀଠର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦାରଖ କରାଯାଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। କେଉଁ ସ୍ଥାନରେ ବିକାଶ କାର୍ଯ୍ୟ କରାଗଲେ ପର୍ଯ୍ୟଟନ କ୍ଷେତ୍ରର ଶୋଭାବର୍ଦ୍ଧନ ହେବ, ସେ ନେଇ ପୂର୍ବରୁ ଯୋଜନା କରାଯାଉ ନାହିଁ। ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।
-ପବିତ୍ର ମୋହନ ସାହୁ, ପିପଳବାହଳ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?