‘ଅତିଥି ସେବାରେ ଅବହେଳା କରନି’

ଭୁବନେଶ୍ୱର,୫।୧୧(ବ୍ୟୁରୋ): କରୋନା ମହାମାରୀ ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥଳେ ହୋଟେଲ, ରେଷ୍ଟୁରାଣ୍ଟ, ହସ୍ପିଟାଲିଟି ଏବଂ ଟୁରିଜମ୍‌ ଶିଳ୍ପ ‘ନ୍ୟୁ ନର୍ମାଲ’ ବା ନୂଆ ସାଧାରଣ ସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଆସୁଥିବା ଅତିଥି ତଥା ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାସହ ସେମାନେ ଯେପରି କୌଣସି ପ୍ରକାର ଅସୁବିଧାରେ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହୋଟେଲ ଓ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ କହିଛନ୍ତି। ବୁଧବାର ଲୋକସେବା ଭବନରେ ହୋଟେଲିୟର, ଟୁର୍‌ ଅପରେଟର ଏବଂ ଟୁରିଜମ୍‌ ଶିଳ୍ପ ସହ ଜଡ଼ିତ ଷ୍ଟେକ୍‌ହୋଲ୍ଡରଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳାରେ ତ୍ରିପାଠୀ କହିଲେ, ରାଜ୍ୟକୁ ଆସୁଥିବା ଅତିଥିମାନେ ଓଡ଼ିଶା ପର୍ଯ୍ୟଟନ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର। ଓଡ଼ିଶାରୁ ଭଲ ଅନୁଭୂତି ନେଇ ଫେରିଲେ ସେମାନେ ରାଜ୍ୟ ପର୍ଯ୍ୟଟନ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭଳି କାର୍ଯ୍ୟ କରିବେ। ତେଣୁ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ, ପରିମଳ ଓ ସୁରକ୍ଷା ଆଦି ଦିଗରେ ହେଳା ନ କରିବାକୁ କହିଥିଲେ।
କରୋନା ମହାମାରୀ ସମୟରେ ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି। ଏଭଳି କଠିନ ସମୟରୁ ବାହାରି ପର୍ଯ୍ୟଟନକୁ ଏକ ନୂଆ ଦିଶା ଦେବାକୁ ଓଡ଼ିଶାରେ ସମସ୍ତ ପ୍ରକାର ସମ୍ବଳ ରହିଛି। ରାଜ୍ୟର ୩୯% ଅଞ୍ଚଳ ଆଚ୍ଛାଦିତ ଜଙ୍ଗଲ, ୧୯ ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ଦୁଇ ବ୍ୟାଘ୍ର ଅଭୟାରଣ୍ୟ, ବୃହତ୍ତମ ହ୍ରଦ, ବିରଳ ଇର୍‌ଓ୍ବାଡ଼ି ଡଲ୍‌ଫିନ୍‌, ଚିଲିକାର ବିଦେଶାଗତ ପକ୍ଷୀ ଏବଂ ବିସ୍ତୃତ ବେଳାଭୂମି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାର ପ୍ରଚାର ପ୍ରସାର ମାଧ୍ୟମରେ ବାହାର ରାଜ୍ୟରୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।
ହୋଟେଲ ଆସୋସିଏଶନ ଅଫ୍‌ ଇଣ୍ଡିଆର ସମ୍ପାଦକ ତଥା ହୋଟେଲିୟର ଜେ.କେ. ମହାନ୍ତି କହିଲେ, ଏଭଳି କର୍ମଶାଳା ଆୟୋଜନ କରିବାରେ ଓଡ଼ିଶା ଦେଶରେ ପ୍ରଥମ। ହୋଟେଲିୟର ଓ ରେଷ୍ଟୁରାଣ୍ଟ ମାଲିକମାନେ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ପାଳନ କରିବା ସହ ସ୍ବଚ୍ଛତା ସାନିଟେଶନକୁ ବଜାୟ ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ପର୍ଯ୍ୟଟନ ବିଭାଗ ଓ ଆଇଆଇଟିଟିଏମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ୪ଟି ଅଧିବେଶନ ରହିଥିଲା। ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ଆର୍‌. ଯାଦବ ସ୍ବାଗତ ଭାଷଣ ଦେଇଥିବାବେଳେ ସଚିବ ବିଶାଲ ଦେବ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟଟନ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ହାଉସ୍‌ବୋଟ୍‌, ରିଭର କ୍ରୁଜ୍‌ ସହ ରୋଡ୍‌ ଟୁରିଜମ୍‌କୁ ପ୍ରମୋଟ କରିବାକୁ ଭିତ୍ତିଭୂମି ବିକାଶ ହେଉଥିବା ସେ କହିଥିଲେ। କୋଣାର୍କ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ସାତକୋଶିଆରେ ଏଥର ଇକୋ-ରିଟ୍ରିଟ୍‌ ଆୟୋଜନ ନେଇ ସେ ସୂଚନା ଦେଇଥିଲେ। ଆଇଆଇଟିଟିଏମ୍‌ର ଡ. ସବିର୍‌ ହୁସେନ୍‌, ଦେବାଶିଷ ପଟ୍ଟନାୟକ, ସାରଦା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri