‘ଅତିଥି ସେବାରେ ଅବହେଳା କରନି’

ଭୁବନେଶ୍ୱର,୫।୧୧(ବ୍ୟୁରୋ): କରୋନା ମହାମାରୀ ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥଳେ ହୋଟେଲ, ରେଷ୍ଟୁରାଣ୍ଟ, ହସ୍ପିଟାଲିଟି ଏବଂ ଟୁରିଜମ୍‌ ଶିଳ୍ପ ‘ନ୍ୟୁ ନର୍ମାଲ’ ବା ନୂଆ ସାଧାରଣ ସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଆସୁଥିବା ଅତିଥି ତଥା ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାସହ ସେମାନେ ଯେପରି କୌଣସି ପ୍ରକାର ଅସୁବିଧାରେ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହୋଟେଲ ଓ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ କହିଛନ୍ତି। ବୁଧବାର ଲୋକସେବା ଭବନରେ ହୋଟେଲିୟର, ଟୁର୍‌ ଅପରେଟର ଏବଂ ଟୁରିଜମ୍‌ ଶିଳ୍ପ ସହ ଜଡ଼ିତ ଷ୍ଟେକ୍‌ହୋଲ୍ଡରଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳାରେ ତ୍ରିପାଠୀ କହିଲେ, ରାଜ୍ୟକୁ ଆସୁଥିବା ଅତିଥିମାନେ ଓଡ଼ିଶା ପର୍ଯ୍ୟଟନ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର। ଓଡ଼ିଶାରୁ ଭଲ ଅନୁଭୂତି ନେଇ ଫେରିଲେ ସେମାନେ ରାଜ୍ୟ ପର୍ଯ୍ୟଟନ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭଳି କାର୍ଯ୍ୟ କରିବେ। ତେଣୁ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ, ପରିମଳ ଓ ସୁରକ୍ଷା ଆଦି ଦିଗରେ ହେଳା ନ କରିବାକୁ କହିଥିଲେ।
କରୋନା ମହାମାରୀ ସମୟରେ ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି। ଏଭଳି କଠିନ ସମୟରୁ ବାହାରି ପର୍ଯ୍ୟଟନକୁ ଏକ ନୂଆ ଦିଶା ଦେବାକୁ ଓଡ଼ିଶାରେ ସମସ୍ତ ପ୍ରକାର ସମ୍ବଳ ରହିଛି। ରାଜ୍ୟର ୩୯% ଅଞ୍ଚଳ ଆଚ୍ଛାଦିତ ଜଙ୍ଗଲ, ୧୯ ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ଦୁଇ ବ୍ୟାଘ୍ର ଅଭୟାରଣ୍ୟ, ବୃହତ୍ତମ ହ୍ରଦ, ବିରଳ ଇର୍‌ଓ୍ବାଡ଼ି ଡଲ୍‌ଫିନ୍‌, ଚିଲିକାର ବିଦେଶାଗତ ପକ୍ଷୀ ଏବଂ ବିସ୍ତୃତ ବେଳାଭୂମି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାର ପ୍ରଚାର ପ୍ରସାର ମାଧ୍ୟମରେ ବାହାର ରାଜ୍ୟରୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।
ହୋଟେଲ ଆସୋସିଏଶନ ଅଫ୍‌ ଇଣ୍ଡିଆର ସମ୍ପାଦକ ତଥା ହୋଟେଲିୟର ଜେ.କେ. ମହାନ୍ତି କହିଲେ, ଏଭଳି କର୍ମଶାଳା ଆୟୋଜନ କରିବାରେ ଓଡ଼ିଶା ଦେଶରେ ପ୍ରଥମ। ହୋଟେଲିୟର ଓ ରେଷ୍ଟୁରାଣ୍ଟ ମାଲିକମାନେ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ପାଳନ କରିବା ସହ ସ୍ବଚ୍ଛତା ସାନିଟେଶନକୁ ବଜାୟ ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ପର୍ଯ୍ୟଟନ ବିଭାଗ ଓ ଆଇଆଇଟିଟିଏମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ୪ଟି ଅଧିବେଶନ ରହିଥିଲା। ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ଆର୍‌. ଯାଦବ ସ୍ବାଗତ ଭାଷଣ ଦେଇଥିବାବେଳେ ସଚିବ ବିଶାଲ ଦେବ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟଟନ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ହାଉସ୍‌ବୋଟ୍‌, ରିଭର କ୍ରୁଜ୍‌ ସହ ରୋଡ୍‌ ଟୁରିଜମ୍‌କୁ ପ୍ରମୋଟ କରିବାକୁ ଭିତ୍ତିଭୂମି ବିକାଶ ହେଉଥିବା ସେ କହିଥିଲେ। କୋଣାର୍କ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ସାତକୋଶିଆରେ ଏଥର ଇକୋ-ରିଟ୍ରିଟ୍‌ ଆୟୋଜନ ନେଇ ସେ ସୂଚନା ଦେଇଥିଲେ। ଆଇଆଇଟିଟିଏମ୍‌ର ଡ. ସବିର୍‌ ହୁସେନ୍‌, ଦେବାଶିଷ ପଟ୍ଟନାୟକ, ସାରଦା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri