ଫଳ ଝୁଲାଇଲା ଝୁଲା ରାଜ୍ୟ

ଓ୍ବାଶିଂଟନ,୫ା୧୧(ପି.ଟି./ଆଇଏଏନ୍‌ଏସ୍‌): ଆମେରିକାରେ ଭୋଟ ଗଣତି ଜାରି ରହିଥିବାରୁ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ବିଜୟୀ ହେବେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟ୍‌ଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି। ଆରିଜୋନା, ଜର୍ଜିଆ, ଓ୍ବିସ୍କୋନ୍‌ସିନ, ମିଶିଗାନ ଓ ପେନ୍‌ସିଲଭାନିଆରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଟ୍ରମ୍ପ୍‌ ଟେକ୍ସାସ, ଓହିଓ ଏବଂ ଫ୍ଲୋରିଡା ସମେତ ୨୩ ରାଜ୍ୟରେ ବିଜୟୀ ହେବା ସମ୍ଭାବନା ଉଜ୍ଜ୍ୱଳ ରହିଛି। ସେହିପରି ଆରିଜୋନାରେ ବାଇଡେନ ବିଜୟୀ ହେବା ଆଶା ଦିଶୁଥିବାବେଳେ ନେଭାଡାରେ ଟ୍ରମ୍ପ୍‌ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ବାଇଡେନ ବିଜୟ ପଥରେ ଅଗ୍ରସର ହେଉଥିବା କହିଛନ୍ତି। ଇତିମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଭୋଟ ଜାଲିଆତି ନେଇ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ଲକ୍ଷ ଲକ୍ଷ ଭୋଟ ଗଣତି ବାକି ଥିବାବେଳେ ପରିଣାମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ସତ୍ତ୍ୱେ ଏଥର ବହୁ ସଂଖ୍ୟକ ଭୋଟର ମତଦାନ କରିଛନ୍ତି। ମେଲ୍‌-ଇନ୍‌ ଭୋଟ ଗଣତିରେ ବିଳମ୍ବ ଯୋଗୁ ତତ୍କାଳ ଫଳାଫଳ ଜଣାପଡ଼ି ନ ପାରେ। ସେପଟେ ବାଇଡେନଙ୍କ ପ୍ରଚାର ଅଭିଯାନ ଅଫିସ ପକ୍ଷରୁ ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ‘ଅପମାନଜନକ’ ଭାବେ ନିନ୍ଦା କରାଯାଇଛି। ଟ୍ରମ୍ପ୍‌ଙ୍କ ଚେତାବନୀ ସତ୍ତ୍ୱେ ଭୋଟ ଗଣତି ବନ୍ଦ ହେବ ନାହିଁ ବୋଲି କୁହାଯାଇଛି।
୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନଭେମ୍ବର ୩ ମଙ୍ଗଳବାର ଭୋଟ ଗ୍ରହଣ କରାଯାଇଥିଲା। ୪୬ତମ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ୫୦ ରାଜ୍ୟର ୨୪ କୋଟି ଯୋଗ୍ୟ ଭୋଟର ଥିବାବେଳେ କେତେ ପ୍ରତିଶତ ମତଦାତା ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କେବଳ ଏତିକି କୁହାଯାଉଛି ଯେ, ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଆର୍ଲି ଭୋଟିଂ ବା ଆଗୁଆ ଭୋଟ ଗ୍ରହଣ ବେଳେ ୧୦ କୋଟି ମତଦାତା ଭୋଟ ଦେଇଥିଲେ। ଭୋଟରଙ୍କ ମଧ୍ୟରେ ଏହି ଉତ୍ସୁକତାରୁ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଓ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ତୀବ୍ରତା ପ୍ରତିଫଳିତ ହୋଇଛି।
ବିଭିନ୍ନ ରାଜ୍ୟରୁ ପରିଣାମ ଆସିବା ଆରମ୍ଭ ହେବା ମାତ୍ରେ ବାଇଡେନ୍‌ ନିଜକୁ ବିଜୟୀ ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଏହି ନିର୍ବାଚନରେ ଆମେ ବିଜୟୀ ହୋଇଛୁ। ରାଷ୍ଟ୍ରପତି ଟ୍ରମ୍ପ୍‌ ଡେମୋକ୍ରାଟମାନେ ଭୋଟ ଚୋରି କରିଥିବା ଅଭିଯୋଗ ଆଣିଛନ୍ତି। ଦିଲଓ୍ବେରରେ ବୁଧବାର ରାତି ଗୋଟାଏରେ ବାଇଡେନ୍‌ ନିଜ ସମର୍ଥକମାନଙ୍କ ସହ ନିଜକୁ ବିଜୟୀ ଘୋଷଣା କରିବାର କିଛି ସମୟ ପରେ ଟ୍ରମ୍ପ୍‌ ମଧ୍ୟ ଏକ ବଡ଼ ବିଜୟ ହାସଲ କରିଥିବା ଦାବି କରିଥିଲେ। ସେ ଅନ୍ୟ ଏକ ଟୁଇଟ୍‌ରେ କହିଥିଲେ, ଆମକୁ ବଡ଼ ସଫଳତା ମିଳିଛି। କିନ୍ତୁ ସେମାନେ ନିର୍ବାଚନକୁ ଚୋରି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେମାନଙ୍କୁ ସେପରି କରିବାକୁ ଦିଆଯିବ ନାହିଁ। ନିର୍ବାଚନ ଶେଷ ହେବା ପରେ ଆଉ ଭୋଟ ଦିଆଯାଇ ପାରିବ ନାହିଁ।
ଆମେରିକୀୟ ସମୟ ରାତି ୧ଟା ୩୦ରେ ଏନ୍‌ବିସି ନ୍ୟୁଜ୍‌ ନେଟ୍‌ଓ୍ବର୍କ ପକ୍ଷରୁ ପରିଣାମ ନେଇ ଘୋଷଣା କରାଯାଇଥିଲା। ଏଥିରେ ଟ୍ରମ୍ପ୍‌ ୨୧୩ ଇଲେକ୍ଟୋରାଲ ଭୋଟ ପାଇଥିବା ଦର୍ଶାଯାଇଥିବାବେଳେ ବାଇଡେନଙ୍କ ସପକ୍ଷରେ ୨୧୦ ଭୋଟ ରହିଥିବା କୁହାଯାଇଥିଲା। ଜଣେ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟର୍ସଙ୍କ ମଧ୍ୟରୁ ୨୭୦ ଭୋଟ ହାସଲ କରିବା ଜରୁରୀ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ୫୦ ରାଜ୍ୟ ମଧ୍ୟରୁ ୪୧ଟିରେ ଗଣତି ଶେଷ ହୋଇଛି। ଏଥିରୁ ଡେମୋକ୍ରାଟ୍‌ ବାଇଡେନଙ୍କ ସପକ୍ଷରେ ୨୩୮ ଓ ରିପବ୍ଲିକାନ ଟ୍ରମ୍ପ୍‌ଙ୍କ ସମର୍ଥନରେ ୨୧୩ ଭୋଟ ଥିବା ଜଣାପଡ଼ିଛି।

ଫଳକୁ ନେଇ ଉତ୍କଣ୍ଠା, ଅନିଶ୍ଚିତତା
ହ୍ବାଇଟ୍‌ ହାଉସ୍‌ରେ ଆଗାମୀ ୪ ବର୍ଷ କିଏ ରହିବେ ତାକୁ ନେଇ ଟ୍ରମ୍ପ ଓ ବାଇଡେନ୍‌ଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲିବା ନେଇ ଗଣତି ପୂର୍ବରୁ ଆଭାସ ମିଳିଛି। ପରିଣାମ ଯାହାଙ୍କ ସପକ୍ଷରେ ଆସିବ ଅପରପକ୍ଷ ସୁପ୍ରିମକୋର୍ଟରେ ତାକୁ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଛି। ଚଳିତ ଥର ସର୍ବାଧିକ ଭୋଟ ଗ୍ରହଣ କରାଯାଇଥିବା ପେନ୍‌ସିଲଭାନିଆ, ମିଶିଗାନ, ଓ୍ବିସ୍କୋନ୍‌ସିନ, ନେଭାଡା, ନର୍ଥ କାରୋଲିନା ଓ ଜର୍ଜିଆରେ ମେଲ୍‌-ଇନ୍‌-ବାଲଟ୍‌ ଗଣତି ଫଳାଫଳକୁ ବିଳମ୍ବିତ କରିବ। ଏହି ରାଜ୍ୟର ପରିଣାମ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ପେନ୍‌ସିଲଭାନିଆରେ ଗଣତି ଶୁକ୍ରବାର ଯାଏ ଚାଲିବ ବୋଲି ଜଣେ ଅଧିକାରୀ କହିଛନ୍ତି। ବାଇଡେନ୍‌ ଶିବିର ବିଜୟ ଆଶାରେ ଉତ୍ସବ ମନାଉଥିବାବେଳେ ଗଣତି ସମୟରେ ଡେମୋକ୍ରାଟ୍‌ମାନେ ଭୋଟ ଏପଟ ସେପଟ କରିପାରନ୍ତି ବୋଲି ଟ୍ରମ୍ପ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଇନାନୁସାରେ ଗଣତି କରିବା ସକାଶେ ଟ୍ରମ୍ପ୍‌ ସୁପ୍ରିମକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଏପରି କି ସମସ୍ତ ସ୍ଥାନରେ ଭୋଟ ଗଣତି ବନ୍ଦ କରାଯିବ ବୋଲି ମଧ୍ୟ ଟ୍ରମ୍ପ୍‌ କହିଛନ୍ତି।
ବାଇଡେନ୍‌ କହିଛନ୍ତି, ଭୋଟ ଗଣତି ବିଳମ୍ବିତ ହେବ ବୋଲି ଆମେ ଜାଣିଥିଲୁ। ଭୋଟ ଟାଲି କରାଯିବା ଶେଷ ହୋଇଛି। ଗଣତି ଶେଷ ହେବା ଯାଏ ଆମକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ। ସେପଟେ ବିଜେତା କିଏ ହେବେ ତାହା ଜାଣିବା ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଆମେରିକୀୟ ମିଡିଆରୁ ଜଣାପଡ଼ିଛି। ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ସପକ୍ଷବାଦୀ ଭୋଟରଙ୍କ ମନରେ ଅନିଶ୍ଚିତତା ଓ ଭୟ ଭରି ରହିଥିବା ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?