ଫଳ ଝୁଲାଇଲା ଝୁଲା ରାଜ୍ୟ

ଓ୍ବାଶିଂଟନ,୫ା୧୧(ପି.ଟି./ଆଇଏଏନ୍‌ଏସ୍‌): ଆମେରିକାରେ ଭୋଟ ଗଣତି ଜାରି ରହିଥିବାରୁ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ବିଜୟୀ ହେବେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟ୍‌ଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି। ଆରିଜୋନା, ଜର୍ଜିଆ, ଓ୍ବିସ୍କୋନ୍‌ସିନ, ମିଶିଗାନ ଓ ପେନ୍‌ସିଲଭାନିଆରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଟ୍ରମ୍ପ୍‌ ଟେକ୍ସାସ, ଓହିଓ ଏବଂ ଫ୍ଲୋରିଡା ସମେତ ୨୩ ରାଜ୍ୟରେ ବିଜୟୀ ହେବା ସମ୍ଭାବନା ଉଜ୍ଜ୍ୱଳ ରହିଛି। ସେହିପରି ଆରିଜୋନାରେ ବାଇଡେନ ବିଜୟୀ ହେବା ଆଶା ଦିଶୁଥିବାବେଳେ ନେଭାଡାରେ ଟ୍ରମ୍ପ୍‌ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ବାଇଡେନ ବିଜୟ ପଥରେ ଅଗ୍ରସର ହେଉଥିବା କହିଛନ୍ତି। ଇତିମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଭୋଟ ଜାଲିଆତି ନେଇ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ଲକ୍ଷ ଲକ୍ଷ ଭୋଟ ଗଣତି ବାକି ଥିବାବେଳେ ପରିଣାମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ସତ୍ତ୍ୱେ ଏଥର ବହୁ ସଂଖ୍ୟକ ଭୋଟର ମତଦାନ କରିଛନ୍ତି। ମେଲ୍‌-ଇନ୍‌ ଭୋଟ ଗଣତିରେ ବିଳମ୍ବ ଯୋଗୁ ତତ୍କାଳ ଫଳାଫଳ ଜଣାପଡ଼ି ନ ପାରେ। ସେପଟେ ବାଇଡେନଙ୍କ ପ୍ରଚାର ଅଭିଯାନ ଅଫିସ ପକ୍ଷରୁ ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ‘ଅପମାନଜନକ’ ଭାବେ ନିନ୍ଦା କରାଯାଇଛି। ଟ୍ରମ୍ପ୍‌ଙ୍କ ଚେତାବନୀ ସତ୍ତ୍ୱେ ଭୋଟ ଗଣତି ବନ୍ଦ ହେବ ନାହିଁ ବୋଲି କୁହାଯାଇଛି।
୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନଭେମ୍ବର ୩ ମଙ୍ଗଳବାର ଭୋଟ ଗ୍ରହଣ କରାଯାଇଥିଲା। ୪୬ତମ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ୫୦ ରାଜ୍ୟର ୨୪ କୋଟି ଯୋଗ୍ୟ ଭୋଟର ଥିବାବେଳେ କେତେ ପ୍ରତିଶତ ମତଦାତା ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କେବଳ ଏତିକି କୁହାଯାଉଛି ଯେ, ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଆର୍ଲି ଭୋଟିଂ ବା ଆଗୁଆ ଭୋଟ ଗ୍ରହଣ ବେଳେ ୧୦ କୋଟି ମତଦାତା ଭୋଟ ଦେଇଥିଲେ। ଭୋଟରଙ୍କ ମଧ୍ୟରେ ଏହି ଉତ୍ସୁକତାରୁ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଓ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ତୀବ୍ରତା ପ୍ରତିଫଳିତ ହୋଇଛି।
ବିଭିନ୍ନ ରାଜ୍ୟରୁ ପରିଣାମ ଆସିବା ଆରମ୍ଭ ହେବା ମାତ୍ରେ ବାଇଡେନ୍‌ ନିଜକୁ ବିଜୟୀ ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଏହି ନିର୍ବାଚନରେ ଆମେ ବିଜୟୀ ହୋଇଛୁ। ରାଷ୍ଟ୍ରପତି ଟ୍ରମ୍ପ୍‌ ଡେମୋକ୍ରାଟମାନେ ଭୋଟ ଚୋରି କରିଥିବା ଅଭିଯୋଗ ଆଣିଛନ୍ତି। ଦିଲଓ୍ବେରରେ ବୁଧବାର ରାତି ଗୋଟାଏରେ ବାଇଡେନ୍‌ ନିଜ ସମର୍ଥକମାନଙ୍କ ସହ ନିଜକୁ ବିଜୟୀ ଘୋଷଣା କରିବାର କିଛି ସମୟ ପରେ ଟ୍ରମ୍ପ୍‌ ମଧ୍ୟ ଏକ ବଡ଼ ବିଜୟ ହାସଲ କରିଥିବା ଦାବି କରିଥିଲେ। ସେ ଅନ୍ୟ ଏକ ଟୁଇଟ୍‌ରେ କହିଥିଲେ, ଆମକୁ ବଡ଼ ସଫଳତା ମିଳିଛି। କିନ୍ତୁ ସେମାନେ ନିର୍ବାଚନକୁ ଚୋରି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେମାନଙ୍କୁ ସେପରି କରିବାକୁ ଦିଆଯିବ ନାହିଁ। ନିର୍ବାଚନ ଶେଷ ହେବା ପରେ ଆଉ ଭୋଟ ଦିଆଯାଇ ପାରିବ ନାହିଁ।
ଆମେରିକୀୟ ସମୟ ରାତି ୧ଟା ୩୦ରେ ଏନ୍‌ବିସି ନ୍ୟୁଜ୍‌ ନେଟ୍‌ଓ୍ବର୍କ ପକ୍ଷରୁ ପରିଣାମ ନେଇ ଘୋଷଣା କରାଯାଇଥିଲା। ଏଥିରେ ଟ୍ରମ୍ପ୍‌ ୨୧୩ ଇଲେକ୍ଟୋରାଲ ଭୋଟ ପାଇଥିବା ଦର୍ଶାଯାଇଥିବାବେଳେ ବାଇଡେନଙ୍କ ସପକ୍ଷରେ ୨୧୦ ଭୋଟ ରହିଥିବା କୁହାଯାଇଥିଲା। ଜଣେ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟର୍ସଙ୍କ ମଧ୍ୟରୁ ୨୭୦ ଭୋଟ ହାସଲ କରିବା ଜରୁରୀ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ୫୦ ରାଜ୍ୟ ମଧ୍ୟରୁ ୪୧ଟିରେ ଗଣତି ଶେଷ ହୋଇଛି। ଏଥିରୁ ଡେମୋକ୍ରାଟ୍‌ ବାଇଡେନଙ୍କ ସପକ୍ଷରେ ୨୩୮ ଓ ରିପବ୍ଲିକାନ ଟ୍ରମ୍ପ୍‌ଙ୍କ ସମର୍ଥନରେ ୨୧୩ ଭୋଟ ଥିବା ଜଣାପଡ଼ିଛି।

ଫଳକୁ ନେଇ ଉତ୍କଣ୍ଠା, ଅନିଶ୍ଚିତତା
ହ୍ବାଇଟ୍‌ ହାଉସ୍‌ରେ ଆଗାମୀ ୪ ବର୍ଷ କିଏ ରହିବେ ତାକୁ ନେଇ ଟ୍ରମ୍ପ ଓ ବାଇଡେନ୍‌ଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲିବା ନେଇ ଗଣତି ପୂର୍ବରୁ ଆଭାସ ମିଳିଛି। ପରିଣାମ ଯାହାଙ୍କ ସପକ୍ଷରେ ଆସିବ ଅପରପକ୍ଷ ସୁପ୍ରିମକୋର୍ଟରେ ତାକୁ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଛି। ଚଳିତ ଥର ସର୍ବାଧିକ ଭୋଟ ଗ୍ରହଣ କରାଯାଇଥିବା ପେନ୍‌ସିଲଭାନିଆ, ମିଶିଗାନ, ଓ୍ବିସ୍କୋନ୍‌ସିନ, ନେଭାଡା, ନର୍ଥ କାରୋଲିନା ଓ ଜର୍ଜିଆରେ ମେଲ୍‌-ଇନ୍‌-ବାଲଟ୍‌ ଗଣତି ଫଳାଫଳକୁ ବିଳମ୍ବିତ କରିବ। ଏହି ରାଜ୍ୟର ପରିଣାମ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ପେନ୍‌ସିଲଭାନିଆରେ ଗଣତି ଶୁକ୍ରବାର ଯାଏ ଚାଲିବ ବୋଲି ଜଣେ ଅଧିକାରୀ କହିଛନ୍ତି। ବାଇଡେନ୍‌ ଶିବିର ବିଜୟ ଆଶାରେ ଉତ୍ସବ ମନାଉଥିବାବେଳେ ଗଣତି ସମୟରେ ଡେମୋକ୍ରାଟ୍‌ମାନେ ଭୋଟ ଏପଟ ସେପଟ କରିପାରନ୍ତି ବୋଲି ଟ୍ରମ୍ପ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଇନାନୁସାରେ ଗଣତି କରିବା ସକାଶେ ଟ୍ରମ୍ପ୍‌ ସୁପ୍ରିମକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଏପରି କି ସମସ୍ତ ସ୍ଥାନରେ ଭୋଟ ଗଣତି ବନ୍ଦ କରାଯିବ ବୋଲି ମଧ୍ୟ ଟ୍ରମ୍ପ୍‌ କହିଛନ୍ତି।
ବାଇଡେନ୍‌ କହିଛନ୍ତି, ଭୋଟ ଗଣତି ବିଳମ୍ବିତ ହେବ ବୋଲି ଆମେ ଜାଣିଥିଲୁ। ଭୋଟ ଟାଲି କରାଯିବା ଶେଷ ହୋଇଛି। ଗଣତି ଶେଷ ହେବା ଯାଏ ଆମକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ। ସେପଟେ ବିଜେତା କିଏ ହେବେ ତାହା ଜାଣିବା ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଆମେରିକୀୟ ମିଡିଆରୁ ଜଣାପଡ଼ିଛି। ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ସପକ୍ଷବାଦୀ ଭୋଟରଙ୍କ ମନରେ ଅନିଶ୍ଚିତତା ଓ ଭୟ ଭରି ରହିଥିବା ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri