୫ ରାଜ୍ୟରେ ହ୍ବାଇଟ୍‌ ହାଉସ୍‌ ଚାବିି

ଓ୍ବାଶିଂଟନ,୫ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ଅର୍ଥାତ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଆଉ ୪ ବର୍ଷ ରହିବାକୁ ହେଲେ ଇଲେକ୍ଟୋରାଲ କଲେଜର ୫୩୮ରୁ ୨୭୦ ଭୋଟ ଜିତିବା ଜରୁରୀ। ବର୍ତ୍ତମାନ ସୁଦ୍ଧା ଉଭୟ ରିପବ୍ଲିକାନ ଟ୍ରମ୍ପ୍‌ ଓ ଡେମୋକ୍ରାଟ ଜୋ ବାଇଡେନ ଏହି କୁହୁକ ସଂଖ୍ୟାରୁ ଦୂରରେ ରହିଛନ୍ତି।
କଲେଜର ଭୋଟର ମହତ୍ତ୍ୱର ଅନୁମାନ ଏହି କଥାରୁ ଲଗାଯାଇପାରିବ ଯେ, ୨୦୧୬ରେ ୩ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଓ୍ବିସ୍କୋନ୍‌ସିନ, ମିଶିଗାନ ଓ ପେନ୍‌ସିଲଭାନିଆରେ କେବଳ ୭୦,୦୦୦ ଭୋଟ ଟ୍ରମ୍ପ୍‌ଙ୍କୁ ବିଜୟୀ କରାଇଥିଲା। ଏହି ଭୋଟ ତତ୍କାଳୀନ ଡେମୋକ୍ରାଟ୍‌ ନୋମିନି ହିଲାରୀ କ୍ଲିଣ୍ଟନଙ୍କ ସପକ୍ଷରେ ଥିବା ୩୦ ଲକ୍ଷ ଭୋଟ ଉପରେ ଭାରି ପଡ଼ିଥିଲା। ଆମେରିକାରେ ୫୦ ରାଜ୍ୟ ରହିଛି। ପ୍ରତ୍ୟେକ ରାଜ୍ୟରେ ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ୟା କେତେ ହେବ, ତାହା ସେଠାକାର ଜନସଂଖ୍ୟା ହିସାବରେ ସ୍ଥିର କରାଯାଏ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ଇଲେକ୍ଟୋରାଲ କଲେଜର ଭୋଟର ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ। କିଛି ରାଜ୍ୟରେ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ଓ ବ୍ୟବଧାନ ଏତେ ଅଧିକ ରହିଛି ଯେ, ସେଠାରେ ଶେଷ ମୁହୂର୍ତ୍ତରେ ବି କିଛି ପରିବର୍ତ୍ତନ ହୋଇ ନ ପାରେ। ଅନ୍ୟପକ୍ଷରେ ବାଇଡେନ୍‌ ମଧ୍ୟ ଅନେକ ରାଜ୍ୟରେ ଟ୍ରମ୍ପ୍‌ଙ୍କଠାରୁ ଆଗରେ ରହିଛନ୍ତି, ଯେଉଁଠି ପରିଣାମ ବଦଳି ନ ପାରେ।
ଭାବେ ବର୍ତ୍ତମାନ କୌଣସି ରାଜ୍ୟର ପରିଣାମ ଘୋଷଣା କରାଯାଇ ନାହିଁ। ମିଡିଆର ପ୍ରୋଜେକ୍ସନ ଅନୁସାରେ ଟ୍ରମ୍ପ୍‌ ଫ୍ଲୋରିଡା, ଓହିଓ ଓ ଆୟୋବାରେ ବିଜୟୀ ହୋଇସାରିଥିବାବେଳେ ବାଇଡେନ୍‌ଙ୍କୁ କାଲିଫର୍ନିଆ, ଓ୍ବାଶିଂଟନ, ନ୍ୟୁୟର୍କ ଓ ଇଲିନୋଏରେ ସଫଳତା ମିଳିଛି। କିନ୍ତୁ ଆରିଜୋନା, ପେନ୍‌ସିଲଭାନିଆ, ନର୍ଥ କେରୋଲିନା, ଓ୍ବିସ୍କୋନ୍‌ସିନ ଓ ଜର୍ଜିଆରେ ଊଣେଇଶ-କୋଡ଼ିଏ ମୁକାବିଲା ଚାଲିଛି। ଏହି ରାଜ୍ୟଗୁଡ଼ିକରେ ଭୋଟ ଗଣତି ଧିମା ରହିଥିବାରୁ ପରିଣାମ ସପ୍ତାହ ଶେଷ ସୁଦ୍ଧା ଆସିବ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ସମ୍ଭବତଃ ଏହି ରାଜ୍ୟଗୁଡ଼ିକ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଭାଗ୍ୟର ନିଷ୍ପତ୍ତି ନେବେ। ବିଶେଷକରି ପେନ୍‌ସିଲଭାନିଆ ଭଳି ରାଜ୍ୟର ପରିଣାମ ଉପରେ ଅନେକ କିଛି ନିର୍ଭର କରେ।
ପେନ୍‌ସିଲଭାନିଆ: ୨୯
ପେନ୍‌ସିଲଭାନିଆରେ ୧୪ ଲକ୍ଷ ଭୋଟ୍‌ର ଗଣତି ବାକି ଅଛି। ସେଥିରୁ ଅଧିକାଂଶ ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ ଦିଆଯାଇଛି। ରାଜ୍ୟରେ ଭୋଟ ଗଣତି ଧୀରେ ଧୀରେ ଆଗକୁ ବଢ଼ୁଛି। କାରଣ ଅଧିକାରୀ ଅନୁପସ୍ଥିତ ମତପତ୍ରଗୁଡ଼ିକୁ ବାକ୍ସରୁ ଅଲଗା କରି ସେଗୁଡ଼ିକୁ ଗଣତି କରୁଛନ୍ତି। ଏଥିପାଇଁ ବିଳମ୍ବ ହେଉଛି। କିଛି ଅଞ୍ଚଳରେ ଭୋଟ ଗଣତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଠାରେ ଇଲେକ୍ଟୋରାଲ ଭୋଟ ମୂଲ୍ୟ ହେଉଛି ୨୯।

ଆରିଜୋନା: ୧୧
ପରିଣାମ ମୁତାବକ ଏହି ରାଜ୍ୟ ଜୋ ବାଇଡେନଙ୍କ ସପକ୍ଷରେ ଯିବ। ଆରିଜୋନାରେ ବୁଧବାର ସକାଳେ ଗଣତି ଶେଷ ହେବ। ଏଠାରେ ବାଇଡେନଙ୍କୁ ୫୧.୮% ଭୋଟ ମିଳିଥିବାବେଳେ ଟ୍ରମ୍ପ୍‌ଙ୍କ ସପକ୍ଷରେ ବର୍ତ୍ତମାନ ସୁଦ୍ଧା ୪୬.୮% ଭୋଟ ଯାଇଛି। ଅବଶିଷ୍ଟ ୧୮% ଭୋଟ ଗଣତି କରାଗଲେ ବାଇଡେନ୍‌ଙ୍କ ପକ୍ଷ ଅଧିକ ମଜଭୁତ ହେବ ବୋଲି କୁହାଯାଉଛି।

ମିଶିଗାନ: ୧୬
ଏଠାରେ ୮୭% ଅର୍ଥାତ୍‌ ୪୭ ଲକ୍ଷ ଭୋଟ ଗଣତି କରାଯାଇ ସରିଛି। ଅବଶିଷ୍ଟ ଭୋଟ ଗଣତି ବୁଧବାର ଶେଷ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମିଶିଗାନରେ ୪୯.୯% ଭୋଟ ପାଇ ବାଇଡେନଙ୍କ (୪୮.୫%)ଠାରୁ ସାମାନ୍ୟ ଆଗରେ ଅଛନ୍ତି। ଏହି ରାଜ୍ୟରେ ଟ୍ରମ୍ପ୍‌ ବିଜୟୀ ହୋଇପାରନ୍ତି।

ଓ୍ବିସ୍କୋନ୍‌ସିନ: ୧୦
ଏହି ରାଜ୍ୟରେ ୯୫% ଭୋଟ ଗଣତି ଶେଷ ହୋଇଛି। ବାଇଡେନ୍‌ ୪୯.୩% ଓ ଟ୍ରମ୍ପ୍‌ ୪୯.୯% ଭୋଟ ପାଇଛନ୍ତି। ଅର୍ଥାତ୍‌ ଓ୍ବିସ୍କୋନ୍‌ସିନ କୌଣସି ପ୍ରାର୍ଥୀଙ୍କ ହାତକୁ ଯାଇପାରେ। ତେଣୁ ଓ୍ବିସ୍କୋନ୍‌ସିନର ୧୦ ଇଲେକ୍ଟୋରାଲ କଲେଜର ଗୁରୁତ୍ୱ ବଢ଼ିଯାଇଛି।

ଜର୍ଜିଆ: ୧୬
ଜର୍ଜିଆରେ ୯୪% କାଉଣ୍ଟିଂ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ୍‌ ୫୦.୫% ଭୋଟ ନେଇ ସାରିଛନ୍ତି। ବାଇଡେନଙ୍କ ସପକ୍ଷରେ ୪୮.୩% ଭୋଟ ପଡ଼ିଛି। ଜର୍ଜିଆ ଏକପ୍ରକାର ଓ୍ବାଇଲ୍ଡ କାର୍ଡ ଭଳି କାମରେ ଆସିବାକୁ ଯାଉଛି। ଏଠାରେ ଟ୍ରମ୍ପ୍‌ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ମଙ୍ଗଳବାର ମନେହେଉଥିଲା। କିନ୍ତୁ ପରେ ବାଇଡେନ ଏହି ବ୍ୟବଧାନକୁ କମ୍‌ କରିଦେଇଥିଲେ। ଟ୍ରମ୍ପ୍‌ ଏବେ ମଧ୍ୟ ଆଗରେ ଅଛନ୍ତି। ମୁକାବିଲା ରୋଚକ ମୋଡରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?