୫ ରାଜ୍ୟରେ ହ୍ବାଇଟ୍‌ ହାଉସ୍‌ ଚାବିି

ଓ୍ବାଶିଂଟନ,୫ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ଅର୍ଥାତ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଆଉ ୪ ବର୍ଷ ରହିବାକୁ ହେଲେ ଇଲେକ୍ଟୋରାଲ କଲେଜର ୫୩୮ରୁ ୨୭୦ ଭୋଟ ଜିତିବା ଜରୁରୀ। ବର୍ତ୍ତମାନ ସୁଦ୍ଧା ଉଭୟ ରିପବ୍ଲିକାନ ଟ୍ରମ୍ପ୍‌ ଓ ଡେମୋକ୍ରାଟ ଜୋ ବାଇଡେନ ଏହି କୁହୁକ ସଂଖ୍ୟାରୁ ଦୂରରେ ରହିଛନ୍ତି।
କଲେଜର ଭୋଟର ମହତ୍ତ୍ୱର ଅନୁମାନ ଏହି କଥାରୁ ଲଗାଯାଇପାରିବ ଯେ, ୨୦୧୬ରେ ୩ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଓ୍ବିସ୍କୋନ୍‌ସିନ, ମିଶିଗାନ ଓ ପେନ୍‌ସିଲଭାନିଆରେ କେବଳ ୭୦,୦୦୦ ଭୋଟ ଟ୍ରମ୍ପ୍‌ଙ୍କୁ ବିଜୟୀ କରାଇଥିଲା। ଏହି ଭୋଟ ତତ୍କାଳୀନ ଡେମୋକ୍ରାଟ୍‌ ନୋମିନି ହିଲାରୀ କ୍ଲିଣ୍ଟନଙ୍କ ସପକ୍ଷରେ ଥିବା ୩୦ ଲକ୍ଷ ଭୋଟ ଉପରେ ଭାରି ପଡ଼ିଥିଲା। ଆମେରିକାରେ ୫୦ ରାଜ୍ୟ ରହିଛି। ପ୍ରତ୍ୟେକ ରାଜ୍ୟରେ ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ୟା କେତେ ହେବ, ତାହା ସେଠାକାର ଜନସଂଖ୍ୟା ହିସାବରେ ସ୍ଥିର କରାଯାଏ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ଇଲେକ୍ଟୋରାଲ କଲେଜର ଭୋଟର ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ। କିଛି ରାଜ୍ୟରେ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ଓ ବ୍ୟବଧାନ ଏତେ ଅଧିକ ରହିଛି ଯେ, ସେଠାରେ ଶେଷ ମୁହୂର୍ତ୍ତରେ ବି କିଛି ପରିବର୍ତ୍ତନ ହୋଇ ନ ପାରେ। ଅନ୍ୟପକ୍ଷରେ ବାଇଡେନ୍‌ ମଧ୍ୟ ଅନେକ ରାଜ୍ୟରେ ଟ୍ରମ୍ପ୍‌ଙ୍କଠାରୁ ଆଗରେ ରହିଛନ୍ତି, ଯେଉଁଠି ପରିଣାମ ବଦଳି ନ ପାରେ।
ଭାବେ ବର୍ତ୍ତମାନ କୌଣସି ରାଜ୍ୟର ପରିଣାମ ଘୋଷଣା କରାଯାଇ ନାହିଁ। ମିଡିଆର ପ୍ରୋଜେକ୍ସନ ଅନୁସାରେ ଟ୍ରମ୍ପ୍‌ ଫ୍ଲୋରିଡା, ଓହିଓ ଓ ଆୟୋବାରେ ବିଜୟୀ ହୋଇସାରିଥିବାବେଳେ ବାଇଡେନ୍‌ଙ୍କୁ କାଲିଫର୍ନିଆ, ଓ୍ବାଶିଂଟନ, ନ୍ୟୁୟର୍କ ଓ ଇଲିନୋଏରେ ସଫଳତା ମିଳିଛି। କିନ୍ତୁ ଆରିଜୋନା, ପେନ୍‌ସିଲଭାନିଆ, ନର୍ଥ କେରୋଲିନା, ଓ୍ବିସ୍କୋନ୍‌ସିନ ଓ ଜର୍ଜିଆରେ ଊଣେଇଶ-କୋଡ଼ିଏ ମୁକାବିଲା ଚାଲିଛି। ଏହି ରାଜ୍ୟଗୁଡ଼ିକରେ ଭୋଟ ଗଣତି ଧିମା ରହିଥିବାରୁ ପରିଣାମ ସପ୍ତାହ ଶେଷ ସୁଦ୍ଧା ଆସିବ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ସମ୍ଭବତଃ ଏହି ରାଜ୍ୟଗୁଡ଼ିକ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଭାଗ୍ୟର ନିଷ୍ପତ୍ତି ନେବେ। ବିଶେଷକରି ପେନ୍‌ସିଲଭାନିଆ ଭଳି ରାଜ୍ୟର ପରିଣାମ ଉପରେ ଅନେକ କିଛି ନିର୍ଭର କରେ।
ପେନ୍‌ସିଲଭାନିଆ: ୨୯
ପେନ୍‌ସିଲଭାନିଆରେ ୧୪ ଲକ୍ଷ ଭୋଟ୍‌ର ଗଣତି ବାକି ଅଛି। ସେଥିରୁ ଅଧିକାଂଶ ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ ଦିଆଯାଇଛି। ରାଜ୍ୟରେ ଭୋଟ ଗଣତି ଧୀରେ ଧୀରେ ଆଗକୁ ବଢ଼ୁଛି। କାରଣ ଅଧିକାରୀ ଅନୁପସ୍ଥିତ ମତପତ୍ରଗୁଡ଼ିକୁ ବାକ୍ସରୁ ଅଲଗା କରି ସେଗୁଡ଼ିକୁ ଗଣତି କରୁଛନ୍ତି। ଏଥିପାଇଁ ବିଳମ୍ବ ହେଉଛି। କିଛି ଅଞ୍ଚଳରେ ଭୋଟ ଗଣତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଠାରେ ଇଲେକ୍ଟୋରାଲ ଭୋଟ ମୂଲ୍ୟ ହେଉଛି ୨୯।

ଆରିଜୋନା: ୧୧
ପରିଣାମ ମୁତାବକ ଏହି ରାଜ୍ୟ ଜୋ ବାଇଡେନଙ୍କ ସପକ୍ଷରେ ଯିବ। ଆରିଜୋନାରେ ବୁଧବାର ସକାଳେ ଗଣତି ଶେଷ ହେବ। ଏଠାରେ ବାଇଡେନଙ୍କୁ ୫୧.୮% ଭୋଟ ମିଳିଥିବାବେଳେ ଟ୍ରମ୍ପ୍‌ଙ୍କ ସପକ୍ଷରେ ବର୍ତ୍ତମାନ ସୁଦ୍ଧା ୪୬.୮% ଭୋଟ ଯାଇଛି। ଅବଶିଷ୍ଟ ୧୮% ଭୋଟ ଗଣତି କରାଗଲେ ବାଇଡେନ୍‌ଙ୍କ ପକ୍ଷ ଅଧିକ ମଜଭୁତ ହେବ ବୋଲି କୁହାଯାଉଛି।

ମିଶିଗାନ: ୧୬
ଏଠାରେ ୮୭% ଅର୍ଥାତ୍‌ ୪୭ ଲକ୍ଷ ଭୋଟ ଗଣତି କରାଯାଇ ସରିଛି। ଅବଶିଷ୍ଟ ଭୋଟ ଗଣତି ବୁଧବାର ଶେଷ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମିଶିଗାନରେ ୪୯.୯% ଭୋଟ ପାଇ ବାଇଡେନଙ୍କ (୪୮.୫%)ଠାରୁ ସାମାନ୍ୟ ଆଗରେ ଅଛନ୍ତି। ଏହି ରାଜ୍ୟରେ ଟ୍ରମ୍ପ୍‌ ବିଜୟୀ ହୋଇପାରନ୍ତି।

ଓ୍ବିସ୍କୋନ୍‌ସିନ: ୧୦
ଏହି ରାଜ୍ୟରେ ୯୫% ଭୋଟ ଗଣତି ଶେଷ ହୋଇଛି। ବାଇଡେନ୍‌ ୪୯.୩% ଓ ଟ୍ରମ୍ପ୍‌ ୪୯.୯% ଭୋଟ ପାଇଛନ୍ତି। ଅର୍ଥାତ୍‌ ଓ୍ବିସ୍କୋନ୍‌ସିନ କୌଣସି ପ୍ରାର୍ଥୀଙ୍କ ହାତକୁ ଯାଇପାରେ। ତେଣୁ ଓ୍ବିସ୍କୋନ୍‌ସିନର ୧୦ ଇଲେକ୍ଟୋରାଲ କଲେଜର ଗୁରୁତ୍ୱ ବଢ଼ିଯାଇଛି।

ଜର୍ଜିଆ: ୧୬
ଜର୍ଜିଆରେ ୯୪% କାଉଣ୍ଟିଂ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ୍‌ ୫୦.୫% ଭୋଟ ନେଇ ସାରିଛନ୍ତି। ବାଇଡେନଙ୍କ ସପକ୍ଷରେ ୪୮.୩% ଭୋଟ ପଡ଼ିଛି। ଜର୍ଜିଆ ଏକପ୍ରକାର ଓ୍ବାଇଲ୍ଡ କାର୍ଡ ଭଳି କାମରେ ଆସିବାକୁ ଯାଉଛି। ଏଠାରେ ଟ୍ରମ୍ପ୍‌ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ମଙ୍ଗଳବାର ମନେହେଉଥିଲା। କିନ୍ତୁ ପରେ ବାଇଡେନ ଏହି ବ୍ୟବଧାନକୁ କମ୍‌ କରିଦେଇଥିଲେ। ଟ୍ରମ୍ପ୍‌ ଏବେ ମଧ୍ୟ ଆଗରେ ଅଛନ୍ତି। ମୁକାବିଲା ରୋଚକ ମୋଡରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri