Posted inଜାତୀୟ

ଭିତର କଥା ବାହାରକୁ ନ ଯାଉ

ଭୁବନେଶ୍ୱର,୧୪।୧୨(ଅନିଲ ଦାସ)୨୦୦୧ ଡିସେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଲୋକ ସଭା ଭିତରେ ୨ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରିରୁ ଚାମ୍ବରକୁ ଡେଇଁ ଏମ୍‌ପିମାନଙ୍କ ଟେବୁଲ ଉପରେ ଚଢ଼ି ବାଚସ୍ପତିଙ୍କ ଆଡ଼କୁ ଯିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ମହୀଶୂରର ଭାଜପା ଏମ୍‌ପି ପ୍ରତାପ ସିମ୍‌ହା ଲୋକ ସଭା ଦର୍ଶକ ଗ୍ୟାଲେରି ପାଇଁ ବିକ୍ଷୋଭକାରୀଙ୍କୁ ପାସ୍‌ ଦେଇଥିଲେ। ପାର୍ଲାମେଣ୍ଟ ଭିତରକୁ ଯିବା ପୂର୍ବରୁ ଏମ୍‌ପିମାନଙ୍କୁ ଅନେକ ସୁରକ୍ଷା ବଳୟ ଦେଇ ଯିବାକୁ ପଡ଼ିଥାଏ। ଏପରି କି ଏମ୍‌ପିମାନଙ୍କୁ ଫୋନ୍‌, ଗାଡ଼ି ଚାବି ଆଦି ନେବା ଉପରେ ମଧ୍ୟ କଟକଣା ରହିଛି। ଏହାସତ୍ତ୍ୱେ ଗ୍ୟାଲେରି ପାସ୍‌ ପାଇଥିବା ଦୁଇଜଣ ବ୍ୟକ୍ତି ବିନାବାଧାରେ ପାର୍ଲାମେଣ୍ଟରେ ପ୍ରବେଶକରି ଲୋକ ସଭା ଚାମ୍ବରରେ କ୍ୟାନ୍‌ରୁ ହଳଦିଆ ଧୂଅଁା ବାହାର କରି ଆତଙ୍କ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହାକୁ ନେଇ କେତେକ ପ୍ରଶ୍ନ ଉଠୁଛି। ଯଦି ସୁରକ୍ଷା ବ୍ୟବସ୍ଥା ଠିକ୍‌ ଥିଲା ତେବେ ଦର୍ଶକ ସାଜି ଯାଇଥିବା ଦୁଇ ବ୍ୟକ୍ତି ସାଙ୍ଗରେ ସ୍ମୋକ୍‌ କ୍ୟାନ୍‌ ନେଲେ କେମିତି। ସେହିପରି ଦେଶର ଗଣତନ୍ତ୍ର ବଞ୍ଚିଛି ଓ ପ୍ରତିବାଦ ମଧ୍ୟ ହେଉଛି ବୋଲି ସରକାର ଦର୍ଶାଇବାକୁ ଚାହିଁଲେ କି। ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଲାଣି। ସୁରକ୍ଷା ତ୍ରୁଟିକୁ ଏଡ଼ାଇ ଦର୍ଶକ ଗ୍ୟାଲେରି ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି କଟକଣା କେତେ ଦିନ ପାଇଁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଯଦି ସବୁଦିନ ପାଇଁ ହୋଇଥାଏ, ତେବେ ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ସଂସଦର ଉଭୟ ଭବନରେ ବିଭିନ୍ନ ପ୍ରସଙ୍ଗରେ ହେଉଥିବା ବିତର୍କ ଓ ଆଲୋଚନା ବାହାରକୁ ନ ଯାଉ ବୋଲି ସରକାର ଚାହୁଁଛନ୍ତି କି। ଲୋକଙ୍କ ମନରେ ଏଭଳି ପ୍ରଶ୍ନ ମଧ୍ୟ ଉଠିଲାଣି।
କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ପାର୍ଲମେଣ୍ଟ ଭିତରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଗମ୍ଭୀର ବିଷୟ। ଯେଉଁମାନେ ଏଭଳି କାଣ୍ଡ ଘଟାଇଲେ ଅନ୍ୟ କିଛି ବି କରି ପାରିଥାଆନ୍ତେ। ଭାଜପାର ମହୀଶୂର ଏମ୍‌ପି ଅନ୍ୟ ରାଜ୍ୟର ଲୋକଙ୍କୁ ପାସ୍‌ ଦେଲେ କିପରି, ତାହା ମଧ୍ୟ ମୁଁ ଜାଣିପାରୁନି। ସିକ୍ୟୁରିଟି ଯାଞ୍ଚ କରି ଛାଡ଼ିବା କଥା। ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ୩ଟି ଦ୍ୱାର ରହିଛି। ଗୋଟିଏ ଦ୍ୱାରରେ ପ୍ରଧାନମନ୍ତ୍ରୀ, ଅନ୍ୟ ଦ୍ୱାରରେ ବାଚସ୍ପତି ଓ ତୃତୀୟ ଦ୍ୱାର ଅନ୍ୟମାନଙ୍କ ପାଇଁ ରହିଛି। ତୃତୀୟ ଦ୍ୱାରରେ ଏତେ ଭିଡ଼ ହେଉଛି ଯେ ସିକ୍ୟୁରିଟି ଚେକ୍‌ ଠିକ୍‌ରେ ହୋଇପାରୁନାହଁି। ତଦନ୍ତ ପରେ ଘଟଣା ବିଷୟରେ ଜଣାପଡ଼ିବ। ଦର୍ଶକ ଗ୍ୟାଲେରିକୁ ଯେଉଁମାନଙ୍କୁ ଛଡ଼ାଯାଉଛି, ସେମାନଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଚେକ୍‌ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ୨୨ ବର୍ଷ ତଳେ ଆଜିର ଦିନରେ ପାର୍ଲାମେଣ୍ଟ ଉପରେ
ଭିତର କଥା …
ଆକ୍ରମଣ ହୋଇଥିଲା। ଠିକ୍‌ ଆଜିର ଦିନରେ ଏଭଳି ଘଟଣା ଘଟିଛି। ପାର୍ଲାମେଣ୍ଟର ସୁରକ୍ଷାକୁ ନେଇ ମନରେ ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ। ସୁରକ୍ଷାରେ ତିଳେ ମାତ୍ର ଅବହେଳା ହେବା କଥା ନୁହେଁ। ତଦନ୍ତ ହେବା ପରେ ଘଟଣା ବିଷୟରେ ଜଣାପଡ଼ିବ। ତେବେ ଦର୍ଶକ ଗ୍ୟାଲେରିକୁ ସାମୟିକ ବନ୍ଦ କରାଯାଇଥିଲେ ତାହା ଠିକ୍‌ ଅଛି। ମାତ୍ର ସବୁଦିନ ପାଇଁ ବନ୍ଦ ସଂସଦୀୟ ଗଣତନ୍ତ୍ର ପାଇଁ ଗ୍ରହଣୀୟ ନୁହେଁ। ପାର୍ଲାମେଣ୍ଟର କାର୍ଯ୍ୟକ୍ରମ ଦେଖିବାର ନାଗରିକମାନଙ୍କର ଅଧିକାର ଅଛି। ଦୁର୍ଘଟଣା ଘଟିଲେ ଯେ ଗାଡ଼ି ଚଳାଇବା ସମ୍ପୂର୍ଣ୍ଣ ବନ୍ଦ କରି ଦେଇହେବ ନାହିଁ। ସୁରକ୍ଷା କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ମତରେ ୨୦୦୧ ପାର୍ଲାମେଣ୍ଟ ଆକ୍ରମଣରେ ୯ଜଣଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ଏହାକୁ ଏକ ସୁରକ୍ଷା ଢିଲା ବୋଲି କୁହାଯାଇଥିଲା। ସରକାର ପ୍ରତିଶ୍ରୁତି ଦେଇଥିଲେ, ଏହାର ପୁନରାବୃତ୍ତି ହେବନାହିଁ। ସୁରକ୍ଷା ଦୃଷ୍ଟିରୁ ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣ କରାଯାଇଛି। ଭାଜପାର ଜଣେ ଏମ୍‌ପିଙ୍କଠାରୁ ପାସ୍‌ ନେଇ ଦୁଇଜଣ ବ୍ୟକ୍ତି ଲୋକ ସଭା ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇପାରିଲେ। ଏହା କେବଳ ଏମ୍‌ପିଙ୍କ ପାଇଁ ନୁହେଁ, ବରଂ ସାରା ଦେଶର ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ପାର୍ଲାମେଣ୍ଟକୁ ଦର୍ଶକ ଯିବେ। ସରକାର ଲଗାଇଥିବା କଟକଣା ତୁରନ୍ତ ପ୍ରତ୍ୟାହାର କରିବା ଦରକାର। ଭାଜପା ସରକାର ଥିବାବେଳେ ପାର୍ଲାମେଣ୍ଟ ଉପରେ ବାରମ୍ବାର ଆକ୍ରମଣ ହେଉଛି କାହିଁକି। ଏ ପ୍ରଶ୍ନର ଉତ୍ତର ଭାଜପାକୁ ଦେବାକୁ ପଡ଼ିବ। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ନୂଆ ପାର୍ଲାମେଣ୍ଟ ଅସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧୀନରେ ଗୋଇନ୍ଦା ବିଭାଗ ଥିବାବେଳେ ଏଭଳି ଘଟଣା କେମିତି ଘଟିଲା ତାହା ତଦନ୍ତ ସାପେକ୍ଷ। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ପାର୍ଲାମେଣ୍ଟରେ କ୍ଷମା ମାଗନ୍ତୁ ଏବଂ ଇସ୍ତଫା ଦିଅନ୍ତୁ। ଯେଉଁ ଭାଜପା ଏମ୍‌ପି ଦର୍ଶକ ପାସ୍‌ ଦେଇଥିଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ସାରା ଦେଶର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାର୍ଲାମେଣ୍ଟ ଭିତରେ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କର ଅନ୍ୟ ସଙ୍ଗଠନ ସହ ସମ୍ପର୍କ ଅଛି କି ନାହିଁ ତାହା ଜଣାପଡ଼ିବ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଜଣେ ଏମ୍‌ପି ନିଜର ବନ୍ଧୁବାନ୍ଧବ କିମ୍ବା ପରିଚିତ ଲୋକଙ୍କୁ ପାର୍ଲାମେଣ୍ଟକୁ ଯିବା ପାଇଁ ପାସ୍‌ ଦେଇଥାଆନ୍ତି। କାହା ମନରେ କ’ଣ ଅଛି ତାହା ଜାଣିବା ସହଜ ନୁହେଁ। ଆଗାମୀ ଦିନରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଛୋଟ ଘଟଣା। ପାର୍ଲାମେଣ୍ଟ ଭିତରେ ହୋଇଥିବାରୁ ଏହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ପାର୍ଲାମେଣ୍ଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?