ବିଲମୁଣ୍ଡରୁ ଧାନ ବିକି ଦେଉଛି ଚାଷୀ

ଖଇରା, ୧୪।୧୨(ଉତ୍କଳବନ୍ଧୁ ପଣ୍ଡା)ଡିସେମ୍ବର ମାସର ଅଧାଦିନ ଗଲାଣି। ୨୫ଭାଗ ଚାଷୀ ବିଲରୁ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ପ୍ରଲୋଭନରେ ପଡି ଧାନ ବିକିସାରିଲାଣି। ଗତବର୍ଷ ମିଲରମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇସାରିଥିବା ଚାଷୀ ଆଉ ଆଗକୁ ଭରସା ନ ରଖି ମହରଗରୁ ବର୍ତ୍ତିବାକୁ ଶାଗମାଛ ଦରରେ ବ୍ୟବସାୟୀମାନଙ୍କୁ ଧାନ ବିକି କାନ୍ତାରରେ ପଡିବା ସାର ହେଉଛି। ଖଇରା ଅଞ୍ଚଳରୁ ଏବେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାର ଧାନ ବୋଝେଇ ଟ୍ରକ ପଶ୍ଚିମବଙ୍ଗ, ଛତିଶଗଡ ଓ ଆନ୍ଧ୍ରକୁ ଚାଲାଣ ହେଉଛି। ବ୍ଲକ ତହସିଲ ଥାନା ସମ୍ମୁଖ ଦେଇ ଯାତାୟାତ କରୁଥିଲେ ହେଁ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ଚାଷୀ ସ୍ବଳ୍ପ ଦରରେ ବିଲମୁଣ୍ଡରେ ବ୍ୟବସାୟୀମାନଙ୍କୁ ଧାନ ବିକିବା ଯୋଗୁ ଚାଷୀର ସର୍ବନିମ୍ନ ଖର୍ଚ୍ଚଭରଣା ହୋଇପାରୁନାହିଁ। ଯଦି ତୁରନ୍ତ ପ୍ରଶାସନ ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ସପ୍ତାହକ ମଧ୍ୟରେ ସମସ୍ତ ଛୋଟ ଚାଷୀଙ୍କ ଧାନ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ହାତକୁ ଚାଲିଯିବ ଏଥିରେ ସନ୍ଦେହ ନାହିଁ। ଗତବର୍ଷଗୁଡିକରେ ଜିଲା ଯୋଗାଣ ବିଭାଗର କୋହଳ ମନୋଭାବ ଯୋଗୁ ମିଲରମାନେ ଚାଷୀଙ୍କୁ ଶୋଷଣ କରିଥିଲେ।
ଅଡା ସମେତ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରୁ ଧାନ ନେବାକୁ ନିଯୁକ୍ତ ମିଲରମାନେ ଧୂଳି ଅଗାଡି ଆଳରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କଟନୀଛଟନୀ କରିଥିଲେ। ବୁରା ବାବଦକୁ ଖଇରା ସିମୁଳିଆରେ ଥିବା ୧୧ଟି ରାଇସ୍‌ ମିଲ ୨୦୨୧-୨୨ ମସିହାରେ ୧କୋଟି ୧୫ଲକ୍ଷ ୫୬ହଜାର ଟଙ୍କା ସରକାରଙ୍କଠାରୁ ଉଠାଇଥିବା ବେଳେ ଚାଷୀମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ସେହିବର୍ଷ ପ୍ରାୟ ସମସ୍ତ ମିଲ ଗାଡି ଅଭାବ ଦେଖାଇ ଅର୍ଦ୍ଧାଧିକ ଚାଷୀଙ୍କୁ ମିଲକୁ ଡକାଇ ଧାନ ନେଇଥିଲେ ହେଁ ସମସ୍ତ ଧାନ ପାଇଁ ଗୋଟି ଗୋଟି କରି ପରିବହନ ଖର୍ଚ୍ଚ ସରକାରଙ୍କଠାରୁ ନେଇଛନ୍ତି ା ୫କୋଟି ୬ଲକ୍ଷ ଟଙ୍କା ମୁନାଫା ମିଳିଥିବା ବେଳେ ପାଖାପାଖି ଅଢେଇ କୋଟି ଟଙ୍କା କେବଳ ବସି ବସି ରୋଜଗାର କରିଥିବା ସୂଚନା ଅଧିକାର ତଥ୍ୟରୁ ଜାଣିବାକୁ ମିଳିଛି। ସେପଟେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଏକରରେ ୧୪ କୁଇଣ୍ଟାଲରୁ କମ୍‌ ଧାନ ମିଳୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଲଘୁଚାପ ବର୍ଷା ଭୟରେ ବହୁ ଚାଷୀ ମେଶିନ ଲଗାଇ ଧାନକାଟି ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ। ହେଲେ ଏମ୍‌ଏସ୍‌ପି ୨୧୮୩ଟଙ୍କା ଥିବା ବେଳେ ସରକାରୀ ନିଷ୍ପତ୍ତିରେ ବିଳମ୍ବ ଯୋଗୁ ଏବେ ବାହାର ଦଲାଲମାନେ ୧୫ଶହରୁ ୧୬ଶହ ଟଙ୍କାରେ ଧାନ କିଣିବା ଚାଷୀଙ୍କ ପ୍ରତି ଉପହାସ ବୋଲି କୁହାଯାଉଛି। ଗୋଟେ ପଟେ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ କଥା କହୁଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ଦଲାଲଙ୍କ ଦ୍ୱାରା ଶିକାର ହେଉଥିବା ଘଟଣା ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇଥିବା ବିଶିଷ୍ଟ କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା କହିଛନ୍ତି। ଚାଷୀଙ୍କ ବର୍ତ୍ତମାନର ଅବସ୍ଥାକୁ ଗୁରୁତ୍ୱ ନ ଦେବା ବିଜେଡିର ଚାଷୀମାରଣ ନୀତି ବୋଲି ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସ ବୋଲି କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନିରୋଦ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଡିସେମ୍ବର ୨୫ରୁ ସରକାରୀ ସ୍ତରରେ ଧାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି। ସେତେଦିନ ଯାଏ ଚାଷୀମାନଙ୍କୁ ଧାନ ରଖିବା ଦରକାର ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri