୨୦୦ କୁଇଣ୍ଟାଲ ଚାଉଳ ଗାଏବ

ହାଟଡ଼ିହୀ,୧୪l୧୨ (ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅଧୀନ ୬ ପଞ୍ଚାୟତରେ ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସର ଚାଉଳ ହିତାଧିକାରୀଙ୍କୁ ଅଦ୍ୟାବଧି ମିଳିନାହିଁ। ହିତାଧିକାରୀଙ୍କ ପାଇଁ ଆସିଥିବା ପ୍ରାୟ ୨୦୦ କୁଇଣ୍ଟାଲ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି। ଏ ବାବଦରେ ଅଭିଯୋଗ ପରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ତନାଘନା ଆରମ୍ଭ କରିଛନ୍ତି। ବିଡିଓଙ୍କ ସୂଚନା ଅନୁଯାୟୀ, ବ୍ଲକ୍‌ ଅଧୀନ ୩୧ ପଞ୍ଚାୟତର ହିତାଧିକାରୀଙ୍କ ପାଇଁ ଚାଉଳ ଉଠାଣ ହୋଇଥିଲା। ମାତ୍ର ୬ ପଞ୍ଚାୟତର ହିତାଧିକାରୀଙ୍କୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ବଣ୍ଟନ ହୋଇନି। ଏଭଳି ସ୍ଥଳେ ଆସନ୍ତା ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଆଲଟମେଣ୍ଟ ରେକର୍ଡରେ ଦସ୍ତଖତ କରାଇବାକୁ ଯୋଗାଣ ଅଧିକାରୀ ଆସିଥିଲେ। କିନ୍ତୁ ସେ ତାଙ୍କୁ ଦସ୍ତଖତ କରିବାକୁ ମନା କରିଥିଲେ। ଏଥିସହ ସବୁ ପଞ୍ଚାୟତରୁ ଗତ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସର ଏନ୍‌ଓସି ଆଣିବା ପରେ ଦସ୍ତଖତ କରିବେ ବୋଲି କହିଥିଲେ। ତୁରନ୍ତ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ହୋଇଥିବା ରିପୋର୍ଟ ଓ ଚାଉଳ ବଣ୍ଟନ କରି ନ ଥିବା ଖିଲାପକାରୀଙ୍କ ରିପୋର୍ଟ ଦେବାକୁ କହିଛନ୍ତି। ଏଥିରୁ ବ୍ୟତିକ୍ରମ ଘଟିଲେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ବିଡିଓ ଚେତାବନୀ ଦେଇଛନ୍ତି। ଏ ନେଇ ଯୋଗାଣ ଅଧିକାରୀ ସନ୍ଦୀପ ପରିଜାଙ୍କ ମୋବାଇଲ (ନଂ. ୯୫୫୬୮୧୫୦୧୯)କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ।…

ଡେନ୍‌ମାର୍କରେ ମିଳିଲା ‘ଭାଇକିଂ’ ଯୁଗର ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର

ସୋଫ୍ଟେନ (ଡେନମାର୍କ), ୨୫ା୬ (ଏପି): ୟୁରୋପର ପ୍ରାଚୀନ ଇତିହାସକୁ ନେଇ ବଡ଼ ପ୍ରତ୍ନତାତ୍ତ୍ୱିକ ସଫଳତା ମିଳିଛି। ଡେନ୍‌ମାର୍କରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାଇକିଂ ଯୁଗର ଏକ ବିଶାଳ ବସ୍ତ୍ର ଉତ୍ପାଦନ…

ମୌସୁମୀ ସକ୍ରିୟ, ବଢ଼ିବ ବର୍ଷା: ଏହି ସବୁ ଜିଲାରେ…

ଭୁବନେଶ୍ୱର,୨୫ା୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି ସ୍ଥାନରେ…

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri