ଲକ୍‌ଡାଉନ୍‌ କଣ୍ଟା: କୌଳିକ ବୃତ୍ତି ହରାଉଛନ୍ତି ଡୋକରା ହସ୍ତଶିଳ୍ପୀ

ମୁନିଗୁଡ଼ା,୨ା୮(ଡି.ଏନ୍‌.ଏ.): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। କଟକର ତାରକସି କାମ ହେଉ ଅବା ପାରଳାଖେମୁଣ୍ଡିର ଶିଙ୍ଘକାମ, ପିପିଲିର ଚାନ୍ଦୁଆ, ଏସବୁକୁ ନେଇ ଓଡ଼ିଶା ଦେଶ ବିଦେଶରେ ବେଶ୍‌ ନାଁ କରିଛି। ମାତ୍ର ଗତ ୪ ମାସ ହେବ କରୋନା ମହାମାରୀ ସାରା ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ବାରମ୍ବାର ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଘୋଷଣା କରାଯାଉଛି। ଫଳରେ ଲୋକଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଛି। ହେଲେ ଏହି ଭିତରେ ବହୁ ଦୁଖଃକଷ୍ଚରେ ଦିନ କାଟୁଛନ୍ତି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଗୋତିଗୁଡା ଗ୍ରାମର ଡୋକରା ହସ୍ତଶିଳ୍ପୀ। ହସ୍ତଶିଳ୍ପ ଛାଡ଼ି ଏବେ କୁଲି ମଜୁରୀ କରୁଛନ୍ତି। ଡୋକରା ହସ୍ତଶିଳ୍ପର ପ୍ରସ୍ତୁତି ଜିନିଷ ଦେଶ ବିଦେଶରେ ଚାହିଦା ଥିବା ବେଳେ, ଏହାକୁ ବଂଶାନୁକ୍ରମିକ ଭାବେ କୌଳିକ ବୃତ୍ତି ଭାବେ ତିଆରି କରିଚାଲିଛନ୍ତି ଡୋକରା ଅଳଙ୍କାର କାର୍ଯ୍ୟ। ଏହି ଗ୍ରାମଟି ଡୋକରା ହସ୍ତଶିଳ୍ପ ଭାବେ ବେଶ୍‌ ପରିଚିତ। ଏମାନଙ୍କ ଜୀବନ ଜୀବିକା ହେଉଛି ଡୋକରାରେ ନିର୍ମିତ ବିଭିନ୍ନ ଅଳଙ୍କାର ଓ ଉପକରଣ ପ୍ରସ୍ତୁତି। ଏହି ଗାଁରେ ୨୪ଟି ଶିଳ୍ପୀ ପରିବାର ରହୁଛନ୍ତି। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡ଼ିଥାନ୍ତି ଏହି ଡୋକରା ଉପକରଣ ପ୍ରସ୍ତୁତିରେ। ମହମ,ମାଟି,କାଠ, କୋଇଲା, ଲାଖ ଓ ପିତ୍ତଳ ବ୍ୟବହାର କରି ବିଭିନ୍ନ ପ୍ରକାର ଅଳଙ୍କାର ଓ ସାଜସଜ୍ଜା ଉପକରଣ ତିଆରି କରାଯାଇଥାଏ। ଏହି ସବୁ ଉପକରଣ ତିଆରି ପାଇଁ ୭ ରୁ ୮ ଦିନ ସମୟ ଲାଗିଥାଏ। ଡୋକରା ନିର୍ମିତ ଅଳଙ୍କାର ସବୁ ପୂର୍ବରୁ ଆଦିବାସୀମାନେ ବ୍ୟବହାର କରୁଥିଲେ ହେଲେ ସମୟାନୁକ୍ରମିକ ଭାବେ ଡୋକରାରେ ଭଳିକି ଭଳି ଘର ସାଜସଜ୍ଜା ଉପକରଣ ସବୁ ତିଆରି ହେଉଛି। ଯାହାକି ବେଶ୍‌ ଆକର୍ଷଣୀୟ। ଏହି ସବୁ ଅଳଙ୍କାରକୁ ବିଭିନ୍ନ ମେଳା, ପ୍ରଦର୍ଶନୀ ଓ କର୍ମଶାଳାମାନଙ୍କରେ ବିକ୍ରୀ କରାଯାଇଥାଏ ଓ ଏଥିରୁ ରୋଜଗାର କରି ଏହି ଗ୍ରାମର ଲୋକେ ପରିବାର ଭୋରଣ ପୋଷଣ କରିଥାନ୍ତି। ହେଲେ କରୋନା ମହାମାରୀ ଏମାନଙ୍କ ପେସାକୁ ବଦଳାଇ ଦେଇଛି। ବଜାର ବନ୍ଦ ଥିବାରୁ କଞ୍ଚାମାଲ ମଧ୍ୟ ମିଳିପାରୁନାହିଁ। ଫଳରେ ଏମାନେ କୌଳିକ ବୃତ୍ତି ହରାଇ ବସିଛନ୍ତି। ସରକାର ଏମାନଙ୍କ ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଡୋକରା ହସ୍ତଶିଳ୍ପ ଲୁପ୍ତ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri