ଭୂସ୍ଖଳନରୁ ୬୭ ଜଣଙ୍କୁ ବଞ୍ଚାଇଲା କୁକୁର

ମଣ୍ଡି,୯ା୭: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ଜୁନ୍‌ ୩୦ ଏବଂ ଜୁଲାଇ ୧ରେ ଲଗାତର ୩୦ ଘଣ୍ଚା ଧରି ବର୍ଷା ହୋଇଥିଲା, ଯାହାଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟାସ୍ଥିତି ଦେଖାଦେଇଥିଲା। ତେବେ ମଣ୍ଡି ଜିଲା ଧର୍ମପୁର ବ୍ଲକ୍‌ର ସିୟାଠୀ ଗ୍ରାମରେ ଏକ କୁକୁର ଜୋର୍‌ରେ ଅନେକ ସମୟ ପାଇଁ ଭୁକିବାରୁ ଗ୍ରାମର ୬୭ ଜଣଙ୍କର ଜୀବନ ବଞ୍ଚି ଯାଇଥିଲା।
ଗ୍ରାମରେ ରହୁଥିବା ନରେନ୍ଦ୍ରଙ୍କ କହିବା ଅନୁଯାୟୀ, ଗତ ୩୦ ତାରିଖ ରାତିରେ ତାଙ୍କ କୁକୁର ଘରର ଦ୍ୱିତୀୟ ମହଲାରେ ଶୋଇଥିଲା। ତେବେ ଅଧ ରାତିରେ କୁକୁରଟି ଜୋର୍‌ରେ ବହୁ ସମୟ ଧରି ଭୁକିବାକୁ ଲାଗିଥିଲା। କୁକୁରର ଭୁକିବା ଶବ୍ଦ ଶୁଣି ନରେନ୍ଦ୍ର ଉଠିଯାଇଥିଲେ ଏବଂ ସେ ଦ୍ୱିତୀୟ ମହଳାକୁ ଯାଇ ଦେଖିବା ବେଳକୁ ତାଙ୍କ ଘରର କାନ୍ଥ ଫାଟିଯାଇଥିଲା ଏବଂ ଉକ୍ତ ଫାଟରୁ ଘର ମଧ୍ୟକୁ ପାଣି ପଶୁଥିଲା। ନରେନ୍ଦ୍ର ତୁରନ୍ତ ବିଚଳିତ ହୋଇ ନିଜ କୁକୁର ସହ ତଳକୁ ଯାଇ ପରିବାରର ଅନ୍ୟମାନଙ୍କୁ ଉଠାଇଥିଲେ। ଏହାପରେ ସେ ପଡ଼ୋଶୀ ଏବଂ ଗ୍ରାମର ଅନ୍ୟ ଲୋକଙ୍କୁ ଉଠାଇ ଲଗାଣ ବର୍ଷା ଯୋଗୁ ଘରଗୁଡ଼ିକର କାନ୍ଥ ଫାଟି ପାଣି ପଶୁଥିବା ନେଇ ସତର୍କ କରାଇଥିଲେ। ଫଳରେ ଭୂସ୍ଖଳନ ଭୟରେ ଗ୍ରାମବାସୀ ତୁରନ୍ତ ସେମାନଙ୍କ ଘରଛାଡ଼ି ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ସିଆଠୀ ଗ୍ରାମରେ ଭୂସ୍ଖଳନ ଘଟିଥିଲା, ଯାହାଫଳରେ ଗ୍ରାମର ଅଧିକାଂଶ ଘର ମାଟିରେ ମିଶିଯାଇଥିଲା।
୭ ଦିନ ଧରି ସିୟାଠୀ ଗ୍ରାମବାସୀମାନେ ନିକଟସ୍ଥ ତ୍ରିୟମ୍ବଲା ଗ୍ରାମର ନୈନାଦେବୀ ମନ୍ଦିରର ମୁଖଶାଳାରେ ସ୍ଥାପନ କରାଯାଇଥିବା ରିଲିଫ୍‌ ଶିବିରରେ ରହୁଛନ୍ତି। ଭୂସ୍ଖଳନରେ ଗ୍ରାମର ୨୬ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମୁଦାୟ ୬୭ ଜଣ ପ୍ରଭାବିତ ହୋଇଛନ୍ତି। ସେହିପରି ଗ୍ରାମରେ ଥିବା ୭୬ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗତ ୨୦ ତାରିଖରେ ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବା ପରଠାରୁ ବନ୍ୟା ଏବଂ ଭୂସ୍ଖଳନ ପରି ବର୍ଷା ଜନିତ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ୭୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri