ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ପ୍ରଦୀପ ମୀରାସେ କହିଛନ୍ତି, ଓରାଙ୍ଗ୍‌ଉଟାନମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ବଳୟ ଭିତରେ ରଖାଯାଇଛି। ସେମାନେ ଏବେ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି, ସେମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ୧୦ଦିନ ପରେ ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ। ରକ୍ତ ନମୁନା ନେବା ପୂର୍ବରୁ ନ୍ୟାଶନାଲ ଜୁ’ ଅଥରିଟି ସହିତ ବିଚାରବିମର୍ଶ କରାଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି। ତେବେ ଏହି ଡିଏନ୍‌ଏ ପରୀକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ଏହି ପରୀକ୍ଷା ବଂଶ ପରିଚୟ ଜାଣିବା ପାଇଁ ହୋଇଥାଏ। ହେଲେ ଏହି ପ୍ରାଣୀମାନେ ଓଡ଼ିଶା କିମ୍ବା ଭାରତରେ ଦେଖିବାକୁ ମିଳନ୍ତି ନାହିଁ। ତେଣୁ ଉକ୍ତ ଓରାଙ୍ଗଉଟାନମାନଙ୍କ କିଭଳି ବଂଶ ପରିଚୟ ଜଣାପଡ଼ିବ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ପ୍ରେମ କୁମାର ଝା କହିଛନ୍ତି। ସାଧାରଣତଃ ୩ ପ୍ରକାର ବଂଶଧର ଯଥା ବୋର୍ନିଅନ୍‌, ସୁମାତ୍ରାନ୍‌ ଏବଂ ତାପାନୁଲି ଓରାଙ୍ଗ୍‌ଉଟାନ ଦେଖିବାକୁ ମିଳିଥାନ୍ତି। ଉଦ୍ଧାର ଓରାଙ୍ଗ୍‌ଉଟାନ କେଉଁ ବଂଶଧରର ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବାକୁ ରହିଛି।
ଅନ୍ୟପକ୍ଷରେ ବାଲେଶ୍ୱରରେ କଳାରଙ୍ଗର ‘ଥାର’ ଗାଡ଼ିର ଅନୁସନ୍ଧାନ କରାଯିବା ସହିତ ନିକଟସ୍ଥ ଲୋକଙ୍କୁ ପଚରାଉଚରା କରାଯାଉଛି। ଏହାସହିତ ନ୍ୟାଶନାଲ ଜୁ’ ଅଥରିଟି, ଡବ୍ଲ୍ୟୁସିସିବି ଏବଂ ଏସ୍‌ଟିଏଫ୍‌ ପକ୍ଷରୁ ତଦନ୍ତ କରାଯାଉଛି। ଏହି ଆନ୍ତଃରାଜ୍ୟ ଚୋରା ଚାଲାଣ ପଛରେ କେଉଁମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି ସେମାନଙ୍କୁ ଖୋଜି ବାହାର କରାଯିବ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ୫ଜଣ ଯାକ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଚିକିତ୍ସକ ଦଳ ନିୟୋଜିତ ଅଛନ୍ତି। ସେମାନଙ୍କ ଅବସ୍ଥା ଭଲ ଅଛି। ଡିଏନ୍‌ଏ ଟେଷ୍ଟ କରିବା ସମୟ ଆସିନାହିଁ। ନ୍ୟାଶନାଲ ଜୁ’ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସେସବୁ ସମୟ ଭିତରେ କରାଯିବ ବୋଲିି ମନ୍ତ୍ରୀ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?