‘ନିର୍ବାଚନ ପାଇଁ ଲୋକଦେଖାଣିଆ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ’

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡ ସାରା ରାଜ୍ୟରେ ବଣ୍ଟନ କରାଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାକୁ ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଗସ୍ତ ତଥା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କେବଳ ପ୍ରହସନ। ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଏଭଳି ଲୋକଦେଖାଣିଆ ପଦକ୍ଷେପ ଗ୍ରହଣ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଅଭିଯୋଗ କରିଛନ୍ତି। ଏ ନେଇ କାନୁନ୍‌ଗୋ ପ୍ରେସ ବିବୃତି ଜରିଆରେ କହିଛନ୍ତି, ଏହି ସହାୟତା ପାଇଁ ରାଜ୍ୟରେ ୯୬.୫ ଲକ୍ଷ ପରିବାରକୁ ଚୟନ କରାଯାଇଛି। ଏମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସମୁଦାୟ ୧୫୦କୋଟି ବ୍ୟୟବରାଦ ରଖାଯାଇଛି। ସବୁଠାରୁ ଉଦ୍‌ବେଗର କଥା ହେଉଛି, ସରକାର କେବଳ ବିଜ୍ଞାପନରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ପ୍ରତି ପରିବାର ପିଛା ଧାର୍ଯ୍ୟ କରାଯାଇଥିବା ୭.୫୦ ଲକ୍ଷ ଟଙ୍କାରେ କେବଳ ୨ପ୍ରତିଶତ ହିତାଧିକାରୀ ଯଦି ଚିକିତ୍ସିତ ହେବେ, ତେବେ ବି ୧୪, ୫୦୦ କୋଟି ଟଙ୍କା ଆବଶ୍ୟକ। ତେଣୁ ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ବର୍ତ୍ତମାନର ସ୍ବାସ୍ଥ୍ୟ ବଜେଟକୁ ୩ ଗୁଣ କରାଯିବା ଆବଶ୍ୟକ। ଏହିସବୁ ସରକାର କରିପାରିବେ କି? ଏହି କାର୍ଡଧାରୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏହାର ସମାଧାନ ପାଇଁ ସରକାର କ’ଣ ଚିନ୍ତା କରିଛନ୍ତି ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି। ଏଥିସହ ସେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟଧାରାକୁ ନେଇ ସେ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ୫ ନୂଆ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବାପ-ପୁଅ

ଖୋର୍ଦ୍ଧା ଅଫିସ,୨୫।୫: ଖୋର୍ଦ୍ଧା ଜିଲାରେ ସୋମବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି...

ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍‌ ମେଳା: ୪୦୦ ଷ୍ଟଲ୍‌ରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ଚତୁର୍ଦ୍ଦଶ ତୋଷାଳୀ ମେଳା। ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ...

ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର...

ଭୁବନେଶ୍ୱରରେ ପୁଣି ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୧୭୩ ଜଣ ଚିହ୍ନଟ ହୋଇଥିବାବେଳେ ୧୫୧ଟି ଲୋକାଲ କଣ୍ଟାକ୍ଟ କେସ ରହିଛି।...

ଜରାଜୀର୍ଣ୍ଣ ଘରେ ଶିକ୍ଷାଦାନ

ପବିତ୍ରନଗର,୧୯।୪(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାୟ ୩ ବର୍ଷରୁ ଊଦ୍ଧର୍‌ବ ହେବ ନିର୍ମାଣ...

ପାର୍କିଂ ବ୍ୟବସ୍ଥା ଭୁଲିଛି ପୌରପାଳିକା

ଅନୁଗୋଳ ଅଫିସ, ୨୧।୧: ବଢ଼ୁଛି ଅନୁଗୋଳ ସହର, ବଜାର। ଲୋକ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ତଦନୁଯାୟୀ ସହରରେ ବାଇକ୍‌ ଓ ଚାରି...

କାମରେ ଲାଗୁନି ନୂଆ ନିମାପଡ଼ା ବସ୍‌ଷ୍ଟାଣ୍ଡ

ନିମାପଡ଼ା, ୨୧।୭ (ଡି.ଏନ୍‌.ଏ.): ନିମାପଡ଼ାରେ ନବନିର୍ମିତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଦୀର୍ଘଦିନ ଧରି ଅହେଳିତ ଅବସ୍ଥାରେ ରହିଛି। ଫଳରେ ନୂଆ ବସ୍‌ଷ୍ଟାଣ୍ଡ କାହା...

ସମୀର ହେଲେ ରାଜ୍ୟ ଭାଜପା ସଭାପତି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ବରିଷ୍ଠ ନେତା ସମୀର ମହାନ୍ତି ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଭାବେ ଏହି ଘୋଷଣା...

Advertisement
Archives

Model This Week