ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ ଅନୁଗୋଳର ୧୧୮ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବୟସ ଗଡ଼ିଯାଉଥିବାରୁ ତୁରନ୍ତ ପରୀକ୍ଷା କରାଯିବା ଦାବିରେ ଏହି ଆଶାୟୀ ଯୁବକମାନେ ଆନ୍ଦୋଳନ ପାଇଁ ରବିବାର ରାଜପଥକୁ ଓହ୍ଲାଇବେ ବୋଲି ଶନିବାର ଅନୁଗୋଳ ଉପଜିଲାପାଳଙ୍କ ସହ ପୋଲିସକୁ ଅବଗତ କରିଛନ୍ତି।
ପ୍ରକାଶ ଯେ, ସମ୍ବଲପୁରଠାରେ ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ (ଏଆର୍‌ଓ) ପକ୍ଷରୁ ୨୦୨୧ ମାର୍ଚ୍ଚ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୋପାଳପୁରଠାରେ ନିଯୁକ୍ତି ମେଳା କରାଯାଇଥିଲା। ଉକ୍ତ ନିଯୁକ୍ତି ମେଳାରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଯାଞ୍ଚ ହୋଇଥିଲା। ଏହାପରେ ଲିଖିତ ପାରୀକ୍ଷା ପାଇଁ ମେ ୩୦କୁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସେତେବେଳେ ଦେଶରେ କରୋନାର ମାତ୍ରାଧିକ ପ୍ରଭାବ ଥିବାରୁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରାଯାଇ ନୂଆ ତାରିଖ ଜୁଲାଇ ୨୫କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଲିଖିତ ପରୀକ୍ଷା ପୁଣି ବାତିଲ ହୋଇଥିଲା। ସେବେଠାରୁ ପରୀକ୍ଷା ପାଇଁ ଆଉ ତାରିଖ ଦିଆଯାଉନାହିଁ। କେବେ ପରୀକ୍ଷା ହେବ ସେ ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ଏଯାଏ ଆସୁନାହିଁ। ଫଳରେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଯୁବକମାନେ ଏ ନେଇ ସମ୍ବଲପୁରରୁ ଅନୁଗୋଳ ପର୍ଯ୍ୟନ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବାରମ୍ବାର ଧାଉଁଥିଲେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଚିଠି ଆସିଲେ ଜଣାଇ ଦିଆଯିବ ବୋଲି କେବଳ କୁହାଯାଉଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ପୂର୍ବପରି କରୋନା ସଂକ୍ରମଣ ଦେଶରେ ନାହିଁ। ଅନ୍ୟ ପାରା ମିଲିଟାରି ନିଯୁକ୍ତି ମଧ୍ୟ ହେଲାଣି। ଏପରି କି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିଚାଳିତ ଅନ୍ୟାନ୍ୟ ପରୀକ୍ଷା ହେଉଥିବାବେଳେ ଆର୍ମି ନିଯୁକ୍ତି ପରୀକ୍ଷା କାହିଁକି କରାଯାଉନାହିଁ ବୋଲି ଅପେକ୍ଷା କରିଥିବା ଯୁବକମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ କରିବା ସହ ବୟସରେ କୋହଳ କରିବାକୁ ସେମାନେ କରିଛନ୍ତି। ତେବେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଥିବାରୁ ଜିଲା ପ୍ରଶାସନ କିଛି କରିପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଭବିଷ୍ୟତରେ ସମସ୍ୟା ହେଲେ କିଏ ଦାୟୀ ରହିବେ
ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ରକ୍ତକୁ ପାଣି କରି ପରିଶ୍ରମ କରିଛୁ। ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛୁ। କିନ୍ତୁ ଲିଖିତ ପରୀକ୍ଷା କରାଯାଉନାହିଁ। ଯଦି ଆଗକୁ କୌଣସି କାରଣରୁ କିଛି ଅସୁବିଧା ହେଲା, ତେବେ ଏ ନେଇ କିଏ ଦାୟୀ ରହିବେ।
-ଅବନୀ ରଞ୍ଜନ ସାହୁ

ସମସ୍ତେ ଚିନ୍ତାରେ ରହୁଛନ୍ତି
ପରୀକ୍ଷା କେବେ କରାଯିବ ତାହା କୁହାଯାଉ ନାହିଁ। ଏହାକୁ ନେଇ ସମସ୍ତେ ଚିନ୍ତାରେ ରହୁଛନ୍ତି। ଦେଶରେ ବେକାରି ସମସ୍ୟା ବଢ଼ୁଥିବା ବେଳେ ଆର୍ମି ନିଯୁକ୍ତି ଏ ଦିଗରେ କିଛିଟା ଆଶ୍ୱାସନା ହୋଇପାରନ୍ତା। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।
-ବିବେକ ଦେବତା

ଚୂଡ଼ାନ୍ତ ତାରିଖ ପ୍ରଦାନ କରାଯାଉ
ଲିଖିତ ପରୀକ୍ଷା ବାରମ୍ବାର ବାତିଲ ପରେ ଆଗାମୀ ପରୀକ୍ଷା ନେଇ ସରକାର ଚୁପ୍‌ ହୋଇ ବସି ଯାଇଛନ୍ତି। ଆଶାୟୀ ଯୁବକମାନଙ୍କ କଥା ଚିନ୍ତା କରି କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ତାରିଖ ପ୍ରଦାନ କରନ୍ତୁ। ଏହା ହେଲେ ଆଶାୟୀମାନେ ଆଶ୍ୱସ୍ତି ଲାଭ କରିବେ।
-ସୌମ୍ୟରଞ୍ଜନ ଗଡ଼ନାୟକ

ବୟସ କୋହଳ କରାଯାଉ
ଲିଖିତ ପରୀକ୍ଷା କରାଯାଉ ନ ଥିବାବେଳେ ଆଶାୟୀମାନଙ୍କ ବୟସ ମଧ୍ୟ ବଢ଼ିବାରେ ଲାଗିଛି। ଆଉ କିଛି ଦିନ ପରେ ନିଯୁକ୍ତି ବୟସ ଚାଲିଯିବ। ଫଳରେ ସେମାନଙ୍କ ପାଇଁ ସୁଯୋଗ ରହିବ ନାହିଁ। ତେଣୁ ୨ ବର୍ଷ ବୟସ କୋହଳ କରାଯାଉ।
-ଚନ୍ଦ୍ରକାନ୍ତ ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?