ରାଜନୀତିକୁ ଆସୁଥିବା ମହିଳାଙ୍କୁ ଅସମ୍ମାନ ଶୋଭନୀୟ ନୁହେଁ: ବିଜେଡି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଜ ପିତାଙ୍କୁ ହରାଇଥିବା ଓଡ଼ିଆ ଆଦିବାସୀ ମହିଳା ବର୍ଷା ସିଂ ବରିହାଙ୍କ ବିରୋଧରେ ଓଡ଼ିଶା ଭାଜପା ନେତାମାନେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ରାଜନୀତିକୁ ଆସୁଥିବା ମହିଳାଙ୍କ ପ୍ରତି ଏଭଳି କହିବା ଆଦୌ ଶୋଭନୀୟ ନୁହେଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତି ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୁହାଯାଇଛି ଯେ ”ନମ୍ରତାର ସହିତ ମୁଁ ରାଜ୍ୟ ଭାଜପା ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରା ନ ଯାଉ, କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ।“ ଏଭଳି ମନ୍ତବ୍ୟ ଏବଂ ଆଚରଣ ମହିଳାମାନଙ୍କୁ ରାଜନୀତିରେ ପ୍ରବେଶରୁ ଦୂରେଇ ଦେବ। କେନ୍ଦ୍ରମନ୍ତ୍ରୀ ବୁଝିବା ଉଚିତ ଯେ ଏହା ରାଜନୀତିରେ ପ୍ରବେଶ କରୁଥିବା ମହିଳାଙ୍କ ପ୍ରତି ଅସମ୍ମାନ। ଏହି ପ୍ରକ୍ରିୟାରେ ସେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ବିବୃତି ଭିତରକୁ ଟାଣିବାକୁ ଚେଷ୍ଟା କରିଛନ୍ତି, ଯାହା ଦୁର୍ଭାଗ୍ୟଜନକ। ଆମେ ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତାମାନେ ବର୍ଷା ସିଂ ବରିହାଙ୍କ ସମେତ ଦେଶରେ ମହିଳାଙ୍କ ବିରୋଧରେ କରାଯାଉଥିବା ବ୍ୟକ୍ତିଗତ ଅପମାନଜନକ ବିବୃତିକୁ ନିଶ୍ଚିତ ନିନ୍ଦା କରିବେ ବୋଲି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?