ଭୋପାଳ,୨୦।୮: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି।
ରାଜ୍ୟ ସଭା ଏମପି ଶ୍ରୀ ସିଂ ଲେଖିଛନ୍ତି, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋତେ ୫ଦିନ ବିଶ୍ରାମ ନେବାକୁ କୁହାଯାଇଛି। ତେଣୁ ମୁଁ କିଛି ସମୟ ପାଇଁ ଆଇସୋଲେଶନରେ ରହିବି। କ୍ଷମା କରିବେ। କରୋନାକୁ ଏଡାଇବା ପାଇଁ ଆପଣ ସମସ୍ତେ ମଧ୍ୟ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
मेरा COVID test पॉजिटिव आया है। मुझे ५ दिनों के लिए आराम करने के लिये कहा गया है। इसलिए मैं कुछ समय के लिए नहीं मिल पाऊँगा। क्षमा करें। आप सभी भी COVID से बचने के लिए अपना ख़्याल रखें।
— Office Of Digvijaya Singh (@OfficeOfDVS) August 20, 2024

