ଭିନ୍ନକ୍ଷମ ଲଳିତାଙ୍କୁ ମିଳିନି ଆବାସ ଯୋଜନାରେ ଘର

ଲାଠୋର, ୯ା୧୦ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ଚାଉଲଡିଆ ଗ୍ରାମର ଭିନ୍ନକ୍ଷମ ଲଳିତା ରଣା(୩୫)। ସ୍ବାମୀ ଶୋଭାକର ରଣା(୪୫), ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଜମିବାଡି କିଛି ନାହିଁ। ସ୍ବାମୀ ପରଘରେ ମୂଲ ଲାଗନ୍ତି। ହେଲେ ଅଧିକାଂଶ ସମୟ କାମ କରି ନ ପାରି ଘରେ ବସି ରହନ୍ତି। ଆର୍ଥିକ ଅନଟନ ହେତୁ ଭଲ ଘର ଖଣ୍ଡିଏ କରି ପାରି ନାହାନ୍ତି। ଏକ ମାଟି ଖପର ଘରେ ପରିବାର ବର୍ଗ ମୁଣ୍ଡ ଗୁଞ୍ଜିଛନ୍ତି। ୧୩ବର୍ଷ ତଳେ ଲଳିତା କୌଣସି ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଦୁଇହାତ ଅଚଳ ହୋଇଗଲା। ଯାହା ଅର୍ଥ ସାଇତି ରଖିଥିଲେ ସେଥିରେ ବିଭିନ୍ନ ହସ୍ପିଟାଲ ନେଇ ଚିକିତ୍ସା କଲା ପରେ ବି ଠିକ୍‌ ହୋଇ ପାରିଲେ ନାହିଁ। ଲଳିତା ଶତକଡା ୫୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ପ୍ରମାଣ ପତ୍ର ପାଇଛନ୍ତି। ସରକାରୀ ସହାୟତା କହିଲେ ମାସକୁ ୫ ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଏବଂ ପଞ୍ଚାୟତରୁ ମାସକୁ ମିଳୁଥିବା ଖାଦ୍ୟ ସୁରକ୍ଷା ଯୋଜନାର ୨୦ କେଜି ଚାଉଳ। ଏହାକୁ ଛାଡି ଦେଲେ ଅନ୍ୟ କୌଣସି ସରକାରୀ ସହାୟତା ସେ ପାଉନାହାନ୍ତି। ଘରର ଅବସ୍ଥା ନ କହିଲେ ଭଲ। ଯେଉଁ ଘରେ ସେମାନେ ବାସ କରୁଛନ୍ତି ବର୍ଷାଦିନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଘର ପାଇଁ ଆଜକୁ ପାଞ୍ଚ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାଗଜପତ୍ର ଦାଖଲ କରିଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କୁ ବାସଗୃହ ପ୍ରଦାନ କରାଯାଇନାହିଁ। ଅଥଚ ତାଙ୍କ ପରେ ଯେଉଁମାନେ ବାସଗୃହ ପାଇବା ପାଇଁ ଆବେଦନ କରିଥିଲେ ସେମାନେ ପାଇ ସାରିଲେଣି। ବାରମ୍ବାର ପଞ୍ଚାୟତ କର୍ତ୍ତୃ୍‌ପକ୍ଷଙ୍କୁ ସାକ୍ଷାତ୍‌ କରି ବାସଗୃହ ଯୋଗାଇ ଦେବା ପାଇଁ କହିଲେ ତୁମ ନାମ ଏସ୍‌ଇସିସି ଲିଷ୍ଟରେ ଆସି ନ ଥିବାରୁ ସମସ୍ୟା ହେଉଛି ବୋଲି କହୁଛନ୍ତି। ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ସ୍ଥଳେ ଲଳିତାଙ୍କୁ ପକ୍କାଘରଟିଏ ଯୋଗାଇ ଦିଆଯାଇ ପାରୁ ନ ଥିବା ଦୁଃଖଦାୟକ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ତେବେ ଜିଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସଂପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କୁ ବାସଗୃହଟିଏ ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?