ଏଥର ଭିନ୍ନ ଫର୍ମୂଲା: ମେଣ୍ଟ ହେବ, ମାତ୍ର ସରକାରରେ ସାମିଲ ହେବେ ନାହିଁ

ଭୁବନେଶ୍ୱର,୮ା୩: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗିରହିଛି। ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ବୈଠକ ଏବଂ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡା ଓ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସୁଥିବା ଘନଘନ ବୈଠକକୁ ନେଇ ଖୁବ୍‌ ଚର୍ଚ୍ଚା। ତେବେ ବୈଠକରେ କ’ଣ ନିଷ୍ପରି ହୋଇଛି ସେ ନେଇ ଉଭୟ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି।

ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ଶୁକ୍ରବାର ଘୋଷଣା ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ଓ ୨୦୦୯ରେ ହୋଇଥିବା ମେଣ୍ଟଠାରୁ ନୂଆ ମେଣ୍ଟ ଭିନ୍ନ ହେବ। ଉଭୟ ଦଳ ମଧ୍ୟରେ
ଆସନ ବୁଝାମଣା ହେଲେ ମଧ୍ୟ କେହି ସରକାରରେ ସାମିଲ ହେବେ ନାହିଁ। ଅର୍ଥାତ୍‌ ବିଜେଡି କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ହେଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ସେହିପରି ରାଜ୍ୟରେ ଭାଜପା ବିଜେଡି ସହିତ ବିଧାନସଭା ଆସନ ବୁଝାମଣା କଲେ ମଧ୍ୟ ସରକାରରେ ସାମିଲ ହେବ ନାହିଁ । ବାହାରେ ରହି ଉଭୟ ଉଭୟଙ୍କୁ ସମର୍ଥନ କରିବେ। ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ମିଳିଥିବା ଅସମତ ସୂଚନା ଅନୁଯାୟୀ, ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୁରୁବାର ରାତିରେ ଓଡ଼ିଶା ଭାଜପାର ପ୍ରଭାରୀ ସୁନୀଲ ବଂଶଲଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ। ସେଠାରେ ମେଣ୍ଟ ଏବଂ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଥିଲା। ତଦନୁଯାୟୀ, ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡି ୯୮ ଭାଜପା ୪୯ ଆସନରେ ପ୍ରତିଦ୍ବନ୍ଦ୍ୱିତା କରିବେ। ସେହିପରି ଭାଜପା ୧୪ ଓ ବିଜେଡି ୭ ଲୋକ ସଭା ଆସନରେ ଲଢ଼ିବାକୁ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?