ଆରମ୍ଭରୁ କହିବାକୁ ଚାହୁଁ ଯେ, ମାତୃଭାଷା ପାଇଁ ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଏଠାରେ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାକୁ କୌଣସି ଭାବରେ ଆଞ୍ଚ ଆଣିବାର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ନିକଟରେ ସରକାରଙ୍କ ଦ୍ୱାରା ଇଞ୍ଜିନିୟରିଂ ପାଠକୁ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଇବାର ନିଷ୍ପତ୍ତିକୁ ସମର୍ଥନ କରିବା ଅବାସ୍ତବ ମନେହେଉଛି।
ଓଡ଼ିଶାର ଛାତ୍ରୀଛାତ୍ର ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିପାରିବେ। ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍‌ନିକାଲ ଏଜୁକେଶନ (ଏଆଇସିଟିଇ) ପକ୍ଷରୁ ଏ ନେଇ ସବୁଜ ସଙ୍କେତ ମିଳିଛି। ଏବେ ତାମିଲ, ତେଲୁଗୁ, ମାଲାୟଲମ୍‌, କନ୍ନଡ, ମରାଠୀ, ଗୁଜରାଟୀ, ବେଙ୍ଗଲୀ ଓ ହିନ୍ଦୀ ଭାଷାରେ ଇଞ୍ଜିନିୟରିଂ ପଢ଼ାଯାଉଛି। ଏଣିକି ଓଡ଼ିଆ ସମେତ ଊର୍ଦ୍ଦୁ, ପଞ୍ଜାବୀ ଓ ଅହମିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ାଯିବ। ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ କେତେକେ ଏହାକୁ ସ୍ବାଗତ କରିଛନ୍ତି। କୁହାଯାଉଛି ଓଡ଼ିଆରେ ଏହି ବୈଷୟିକ ପାଠ ପଢ଼ାଗଲେ ଛାତ୍ରୀଛାତ୍ରମାନେ ଭଲ ଭାବେ ବୁଝିପାରିବେ। ବାସ୍ତବରେ ମାତୃଭାଷାରେ ଏହି ବିଷୟ ପଢ଼ା ଗଲେ ଏହାର ମାନ କେଉଁ ସ୍ତରକୁ ଯିବ ସେହି ଦିଗରେ କେହି ଗଭୀର ଭାବେ ଚିନ୍ତା କରୁନାହାନ୍ତି। ଇଞ୍ଜିନିୟରିଂ ହେଉଛି ଏକ ବୈଷୟିକ ବିଦ୍ୟା, ଯାହାର ପରିସୀମା ଆଞ୍ଚଳିକତା ଭିତରେ ସୀମିତ ନୁହେଁ। ଦେଖିବାକୁ ଗଲେ ଆଜିର ଯୁଗରେ ଏହା ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗୀଯୋଗ୍ୟ ହେବା ଦରକାର। ଦେଶ ନିର୍ମାଣରେ ଇଞ୍ଜିନିୟରଙ୍କ ଅବଦାନ ଯଥେଷ୍ଟ ରହିଛି। ହେଲେ ଦେଖାଯାଉଛି ଭାରତରେ ଯେଉଁଭଳି ଇଞ୍ଜିନିୟର ସୃଷ୍ଟି ହେବା କଥା ହୋଇପାରୁ ନାହାନ୍ତି। ଏହାର କାରଣ ଗୁଣାତ୍ମକ ଶିକ୍ଷାର ଅଭାବ। ଦୁଇ ବର୍ଷ ତଳେ ଦିଲ୍ଲୀଭିତ୍ତିକ ଏମ୍ପ୍ଲୟମେଣ୍ଟ ସଲ୍ୟୁଶନ କମ୍ପାନୀ ‘ଆସ୍‌ପାୟାରିଂ ମାଇଣ୍ଡ୍‌ସ’ ପକ୍ଷରୁ ଇଞ୍ଜିନିୟର ଆଶାୟୀଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୧,୫୦,୦୦୦ ଇଞ୍ଜିନିୟରିଂ ଛାତ୍ରଙ୍କ ମତାମତ ନିଆଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, କେବଳ ୭ ପ୍ରତିଶତ ଇଞ୍ଜିନିୟରିଂ ପାଠ ପଢ଼ିଥିବା ବିଦ୍ୟାର୍ଥୀ ନିଯୁକ୍ତିଯୋଗ୍ୟ। ୯୭ ପ୍ରତିଶତ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ସଫ୍ଟଓ୍ବେର କିମ୍ବା କୋର୍‌ ଇଞ୍ଜିନିୟରିଂରେ ଚାକିରି କରିବାକୁ ଚାହାନ୍ତି। ସେଥିମଧ୍ୟରୁ କେବଳ ୩ ପ୍ରତିଶତ ସଫ୍ଟଓ୍ବେର କିମ୍ବା ପ୍ରଡକ୍ଟ ମାର୍କେଟରେ ଯୋଗଦେବା ଲାଗି ଉପଯୁକ୍ତ ଦକ୍ଷତା ହାସଲ କରିଥାଆନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଥିଲା।
ମାତୃଭାଷାରେ ପାଠପଢ଼ା ହେବା ପୂର୍ବରୁ ଇଞ୍ଜିନିୟରିଂ ଇଂଲିଶ ଭାଷାରେ ପଢ଼ାଯାଉଥିଲା। ସାଧାରଣତଃ ମେଧାସମ୍ପନ୍ନ ପିଲାମାନେ ଏହି ବିଷୟ ପ୍ରତି ଆଗ୍ରହ ଦେଖାଇଥାଆନ୍ତି। ଓଡ଼ିଶା କଥା ଦେଖିଲେ ପ୍ରାୟ ଦେଢ଼ ଦଶନ୍ଧି ତଳେ ଇଞ୍ଜିନିୟରିଂ ସିଟ୍‌ ପାଇବା ପାଇଁ ପିଲାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା। ପରବର୍ତ୍ତୀ ସମୟରେ ଛତୁ ଫୁଟିଲା ଭଳି ଅସଂଖ୍ୟ ଟେକ୍‌ନିକାଲ କଲେଜ ଖୋଲିଲା। ଫଳରେ କମ୍‌ ମାର୍କ ରଖିଥିବା ଛାତ୍ରୀଛାତ୍ର ନିଜ ମାତାପିତାଙ୍କ ଅର୍ଥ ବଳରେ ଏହି ବିଷୟ ପଢ଼ିବାକୁ ଲାଗିଲେ। ଫଳରେ ଚାହିଦାଠାରୁ ଅଧିକ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ସୃଷ୍ଟି ହେଲେ। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପାଠପଢ଼ାର ମାନକୁ ଅଣଦେଖା କରିବା ଯୋଗୁ ସେଥିରୁ ବାହାରୁଥିବା ଛାତ୍ରୀଛାତ୍ର ବେକାର ହୋଇ ବୁଲିଲେ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ୮୮ ଘରୋଇ ଓ ୮ ସରକାରୀ ଇଞ୍ଜିନିୟରିଂ କଲେଜ ରହିଛି। ପ୍ରତିବର୍ଷ ପ୍ରାୟ ୩୦ରୁ ୩୫ ହଜାର ଛାତ୍ରୀଛାତ୍ର ନାମ ଲେଖାଉଥିବା ବେଳେ ପାଖାପାଖି ୧୦ ହଜାର ସିଟ୍‌ ଖାଲିପଡ଼ୁଛି। କେତେକେ କହିପାରନ୍ତି ଇଂଲିଶରେ ଦୁର୍ବଳ ଥିବା ପିଲାମାନେ ଓଡ଼ିଆରେ ଏହି ବିଷୟକୁ ପଢ଼ିଲେ ଉତ୍କର୍ଷ କରିବେ। କିନ୍ତୁ ଏହା ଭାବିବା ଭୁଲ। ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ପାଠ୍ୟକ୍ରମରେ ଇଂଲିଶ ସହ କମ୍ପ୍ୟୁଟର ଅନୁକୂଳ (ଫ୍ରେଣ୍ଡ୍‌ଲି) ଟେକ୍‌ନିକାଲ ଶବ୍ଦ ରହିଛି, ଯାହାର ଆକ୍ଷରିକ ଓଡ଼ିଆ କରାଗଲେ ପିଲାମାନଙ୍କୁ ବୁଝିବାରେ ଅସୁବିଧା ହେବ। ଇଞ୍ଜିନିୟରିଂ ହେଉଛି ଗଣିତ, ପଦାର୍ଥ ବିଜ୍ଞାନ ଓ ଆହୁରି ଅନେକ ବିଷୟର ଏକ ସମାହାର ପାଠ୍ୟକ୍ରମ। ଏଥିରେ ମୁଖ୍ୟତଃ ଫର୍ମୁଲା ବା ସୂତ୍ର ମାଧ୍ୟମରେ ସଲ୍ୟୁଶନ ବା ସମାଧାନ ଅଣାଯାଇଥାଏ। ସୂତ୍ରଗୁଡ଼ିକୁ ଆଞ୍ଚଳିକ ଭାଷାରେ କରାଯାଇପାରିବ ନାହିଁ ବୋଲି କହୁନାହୁଁ। କିନ୍ତୁ ତାହା କରିବାକୁ ହେଲେ ଅନେକ ନୂଆ ଶବ୍ଦ ଆବିଷ୍କାର କରିବାକୁ ପଡ଼ିବ। ଏହିସବୁ ଶବ୍ଦ ସାଧାରଣରେ ପ୍ରଚଳନ ହୋଇ ନ ଥିବାରୁ ତାହାକୁ ପାଠ୍ୟକ୍ରମରେ ପଢ଼ିଥିବା ଛାତ୍ରୀଛାତ୍ର ବାଉଳା ହେବା ଅସମ୍ଭବ ନୁହେଁ।
ନିଜ ମାତୃଭାଷାରେ ସାହିତ୍ୟ ପଢ଼ିଲେ ତାହା ବୋଧଗମ୍ୟ ହୋଇଥାଏ। କିନ୍ତୁ ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମକୁ ଇଂଲିଶରେ ପଢ଼ିଥିବା ଛାତ୍ରୀଛାତ୍ର ଦେଶ ଓ ବିଦେଶରେ ଥିବା ଇଞ୍ଜିନିୟରଙ୍କ ସହ ଭାବ ବିନିମୟ କରିପାରିବେ। କେବଳ ନିଜ ମାତୃଭାଷାରେ ଅଟକି ଗଲେ ତାଙ୍କ ନିଯୁକ୍ତି ପରିସର ମଧ୍ୟ ଅତ୍ୟନ୍ତ ସୀମିତ ହୋଇଯିବ। ଏଥିସହିତ ଆସନ୍ତାବର୍ଷଠାରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଗଲେ ଯେଉଁ ଅଧ୍ୟାପିକା ଓ ଅଧ୍ୟାପକ ପୂର୍ବରୁ ଇଂଲିଶ ପଢ଼ିଆସିଥିଲେ ସେମାନେ ତତ୍‌କ୍ଷଣାତ୍‌ ପ୍ରତ୍ୟେକଟି ଶବ୍ଦକୁ ଓଡ଼ିଆରେ ପଢ଼ାଇବା କଷ୍ଟକର ହୋଇପାରେ। ବୈଷୟିକ ଶବ୍ଦକୁ ଓଡ଼ିଆରେ ବୁଝିବା ପାଇଁ ସେଭଳି ଶବ୍ଦକୋଷ (ଲେକ୍ସିକନ୍‌) ନାହିଁ। ତତ୍‌କ୍ଷଣାତ୍‌ ନୂଆ ଲେକ୍ସିକନ୍‌ ସୃଷ୍ଟି କରାଯାଇ ଶିକ୍ଷକମାନଙ୍କୁ ଓଡ଼ିଆରେ ଅଭ୍ୟସ୍ତ କରିବା ଲାଗି ସମୟ ଲାଗିପାରେ। ଥୋକେ ଲୋକ ଭାଷାପ୍ରୀତି ଦେଖାଇ ଏଭଳି ପଦକ୍ଷେପକୁ ସମର୍ଥନ କରିପାରନ୍ତି। କିନ୍ତୁ ତାହା ଦ୍ୱାରା ଆସନ୍ତାକାଲିର ଓଡ଼ିଆ ଇଞ୍ଜିନିୟର ବିଶ୍ୱସ୍ତରୀୟ ଦକ୍ଷତା ପ୍ରତିପାଦନ କରିପାରିବେ ବୋଲି ବିଶ୍ୱାସ ହେଉନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?