ଥମୁନି ଚାଇନା ଆକ୍ରୋଶ

ବେଜିଂ/ତାଇପେଇ, ୯ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି। ଏହି ଦ୍ୱୀପରାଷ୍ଟ୍ର ସୀମା ନିକଟରେ ରବିବାର ୪ ଦିନିଆ ସମରାଭ୍ୟାସ ଶେଷ କରିବା ପରେ ମଧ୍ୟ ଚାଇନା ସୋମବାର ସେଠାରେ ନୂଆ ମିଲିଟାରୀ ଡ୍ରିଲ୍‌ ଘୋଷଣା କରିଛି। ଏହି ଦ୍ୱୀପକୁ ଚାଇନାର ୩ ସେନା ଚାରିପଟୁ ଘେରିରହିଛନ୍ତି। ତାଇଓ୍ବାନ ପ୍ରତିରକ୍ଷାକୁ ଚାପଗ୍ରସ୍ତ କରିବା ପାଇଁ ଚାଇନା ଏପରି ରଣନୀତି ପ୍ରସ୍ତୁତ କରିଛି। ଏହି ଡ୍ରିଲ୍‌ରେ ଆଣ୍ଟାଇ-ସବମେରାଇନ୍‌, କମ୍ବାଟ୍‌ ଭେହିକିଲ୍‌, ସ୍ନାଇପର, ଅସ୍ତ୍ରଶସ୍ତ୍ର ପରିବହନକାରୀ ଯାନ ଆଦି ଅନ୍ତର୍ଭୁକ୍ତ। ତେବେ ଏହି ସମରାଭ୍ୟାସ କେବେ ଶେଷ ହେବ ତାହା ଚାଇନା ସ୍ପଷ୍ଟ କରିନାହିଁ। ବେଜିଂ ସମ୍ପୂର୍ଣ୍ଣ ସ୍ବଚ୍ଛ, ବୃତ୍ତିଗତ ଢଙ୍ଗରେ ନିଜ ଜଳସୀମାରେ ସମରାଭ୍ୟାସ କରୁଛି ବୋଲି ତାଇଓ୍ବାନକୁ ନିଜର ଦାବି କରିଆସୁଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବେଜିଂର ସମରାଭ୍ୟାସକୁ ତାଇଓ୍ବାନ ନିନ୍ଦା କରିଛି। ଚାଇନା ଜାଣିଶୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛି। ତୁରନ୍ତ ଏହି ଦେଶ ସାମରିକ କାର୍ଯ୍ୟକଳାପ ବନ୍ଦ କରି ସୀମାନିକଟରୁ ହଟୁ ବୋଲି ତାଇଓ୍ବାନ ଦାବି କରିଛି। ତାଇଓ୍ବାନ କାହା ସହ ବିବାଦ ଚାହୁଁନାହିଁ। ସଂଯମତାର ସହ ନିଜ ସାର୍ବଭୌମତ୍ୱ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଆତ୍ମରକ୍ଷା କରୁଛି। ତାଇଓ୍ବାନ ନିର୍ଭୟରେ ଜାତୀୟ ନିରାପତ୍ତା ବଜାୟ ରଖିବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ଚାଇନା ନୂଆ ସମରାଭ୍ୟାସ ଘୋଷଣା କରିବା ପୂର୍ବରୁ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ସୋମବାର କାରବିଆନ୍‌ ଦେଶ ସେଣ୍ଟ୍‌ ଭିନ୍‌ସେଣ୍ଟ ଆଣ୍ଡ୍‌ ଗ୍ରେନାଡାଇନ୍‌ସ ପ୍ରଧାନମନ୍ତ୍ରୀ ରାଲ୍ଫ ଗୋନସାଲଭେସ୍‌ଙ୍କୁ ଭେଟିଛନ୍ତି। ଚାଇନା ପକ୍ଷରୁ ଚାପ ପକାଯିବା ସତ୍ତ୍ୱେ ଗୋନ୍‌ସାଲଭେସ୍‌ଙ୍କ ଏହି ଗସ୍ତ ତାଙ୍କୁ ପ୍ରଭାବିତ କରିଛି ବୋଲି ଓ୍ବେନ୍‌ କହିଛନ୍ତି। ଏଥିସହ ତାଇଓ୍ବାନ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସେ ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ମାଗିଛନ୍ତି। ଚାଇନାର ସାମରିକ କାର୍ଯ୍ୟକଳାପକୁ ତାଇଓ୍ବାନ ବେଶ୍‌ ଶାନ୍ତ ଭାବେ ସମ୍ଭାଳିବ ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ସନ୍‌ ଲି-ଫାଙ୍ଗ୍‌ କହିଛନ୍ତି। ଅପରପକ୍ଷେ ଚାଇନାର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଆମେରିକା ସମେତ ଜାପାନ, ଅଷ୍ଟ୍ରେଲିଆ ମଧ୍ୟ ନିନ୍ଦା କରିଛନ୍ତି। ପେଲୋସିଙ୍କ ଗସ୍ତକୁ ନେଇ ଚାଇନା ଏପରି ଉଗ୍ର ହେବାର କୌଣସି କାରଣ ନାହିଁ ବୋଲି ଓ୍ବାଶିଂଟନ୍‌ରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ବି-ଖିମ୍‌ ସିଆଓ କହିଛନ୍ତି। ଆମେ ଦଶନ୍ଧି ଧରି ଚାଇନା ପକ୍ଷରୁ ବିପଦ ଆଶଙ୍କାରେ ରହିଛୁ। ସମ୍ପ୍ରତି ବେଜିଂ ଅନ୍ତର୍ଜାତୀୟ ଶାନ୍ତି ପାଇଁ ବଡ଼ ବିପଦ ହୋଇ ଉଭାହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନି ଓଙ୍ଗ୍‌ ଉଭୟ ପକ୍ଷ ଶାନ୍ତ ରହିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିବ ପେଟ୍ରୋଲ ଦର

ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ...

ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ

ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।...

ପୁଣି ଲାଭା ଓକାଳିଲା କିଲାଉଆ

ଓ୍ବାଶିଂଟନ,୭ା୧: ଆମେରିକାର ହାଓ୍ବାଇସ୍ଥିତ କିଲାଉଆ ଆଗ୍ନେୟଗିରିରୁ ପୁଣି ଲାଭା ଉଦ୍‌ଗିରଣ ହୋଇଛି। ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଉଦ୍‌ଗିରଣ। ଏହି ଆଗ୍ନେୟଗିରିର ଶିଖରରେ ଥିବା...

ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି ଏହି ୪ କ୍ରିକେଟର୍‌

ଲଣ୍ଡନ,୯।୨: ଆଫଗାନିସ୍ତାନର ଅଣ୍ଡର -୧୯ ବିଶ୍ୱକପ ଦଳର ଚାରିଜଣ ଖେଳାଳି ନିଜ ଦେଶକୁ ଫେରିବାକୁ ମନା କରି ଦେଇଛନ୍ତି। ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳିବା ପରେ ଏହି...

ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ: ଉପରାଷ୍ଟ୍ରପତି କମଲା ହାରିସ୍‌

ଜାକର୍ତ୍ତା,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଦି କାର୍ଯ୍ୟକାଳ ଶେଷ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ ଥିବା ଉପରାଷ୍ଟ୍ରପତି...

ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ

ସିଙ୍‌ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ...

Advertisement
Archives

Model This Week