Posted inଜାତୀୟ

ବୈଷୟିକ ତ୍ରୁଟି ଯାଞ୍ଚ୍‌ ପାଇଁ ବିମାନ କମ୍ପାନୀଗୁଡ଼ିକର ସ୍ବତନ୍ତ୍ର ଅଡ଼ିଟ ଆରମ୍ଭ କଲା ଡିଜିସିଏ…

ନୂଆଦିଲ୍ଲୀ,୨୫।୭ : ଗତ କିଛି ଦିନ ଧରି ବିଭିନ୍ନ ବୀମାନ କମ୍ପାନୀର ବିମାନରେ ଉଡ଼ାଣ ସମୟରେ ନାନା ପ୍ରକାର ବୈଷୟିକ ତ୍ରୁଟି ନେଇ ଖବର ପ୍ରକାଶ ପାଇବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ବୈଷୟିକ ତ୍ରୁଟି ଯାଞ୍ଚ୍‌ ପାଇଁ ବିମାନ କମ୍ପାନୀଗୁଡ଼ିକର ସ୍ବତନ୍ତ୍ର ଅଡ଼ିଟ ଆରମ୍ଭ କରିଛି ଡିଜିସିଏ। ଏହି ଦୁଇ ମାସର ସ୍ବତନ୍ତ୍ର ଅଡିଟରେ ବିମାନ କମ୍ପାନୀଗୁଡ଼ିକର ସମସ୍ୟାର ଖୋଳତାଡ଼ କରାଯିବ। ଯାଞ୍ଚ ସମୟରେ ବିମାନକୁ ପ୍ରମାଣପତ୍ର ଦେବା ପାଇଁ ପର୍ଯ୍ୟାପ୍ତ ତଥା ଅଯୋଗ୍ୟ ଇଞ୍ଜିନିୟରିଂ କର୍ମଚାରୀଙ୍କ ନୋଟିସ ଆସିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି।

ଗତ ୪୫ ଦିନ ମଧ୍ୟରେ ବିଭିନ୍ନ ବିମାନ କମ୍ପାନୀର ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ନାନା ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଡିଜିସିଏ ଗତ ମାସରେ ଏକ ସରପ୍ରାଇଜ୍‌ ଯାଞ୍ଚ କରିଥିଲେ। ଏହି ସମୟରେ ବହୁ ଗୁରୁତର ତ୍ରୁଟି ସାମ୍ନାକୁ ଆସିଥିଲା। ଡିଜିସିଏ ଏହାର ଜୁଲାଇ ୧୮ ଆଦେଶରେ କହିଥିଲେ ଯେ ଏହି ସ୍ବତନ୍ତ୍ର ଅଡିଟ ସମୟରେ ହ୍ୟାଙ୍ଗର ଏବଂ ଷ୍ଟୋରର ଅଭାବ, କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri