Posted inଫୁରସତ

ତ୍ୟାଗର ମୂଲ୍ୟ ଦେବାରେ ଓଡ଼ିଆ ଜାତି କୃପଣ ନ ଥିଲା

ଆମେ ଆଲୋଚନା କରିସାରିଛେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଦରବ କେଉଁମାନେ ଦେଇଥିଲେ। କେଉଁମାନେ ଚାରୋଟିଯାକ ଶିଳ୍ପୀ ଶିବିର ଓ ପାଇଟିଆଳଙ୍କ ଖାଦ୍ୟ ବ୍ୟବସ୍ଥା ସହିତ ଜଡ଼ିତ ଥିଲେ। ଆଶ୍ଚର୍ଯ୍ୟ ଲାଗେ ଥରେ ଅଧେ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ତ ଦେଇଥିଲେ, କିନ୍ତୁ ପ୍ରତିବର୍ଷ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଦେବାର ଉଦାହରଣ ବି ମିଳେ। ଆଢ଼ତିଆକରଣ ବୀରବର ପଟ୍ଟନାୟକ କେଉଁଠୁ କେଉଁଠୁ ଖାଦ୍ୟଦ୍ରବ୍ୟ ଯୋଗାଣ ହୋଇଥିଲା ତାହା ତଦାରଖ କରିଥିଲେ। ତଦାରଖ ପରେ ଜଣାପଡ଼ିଲା ରାହାଙ୍ଗ ଦକ୍ଷିଣ ରାଡ଼ସ ପକ୍ଷରୁ ୧,୦୩୪ ଭରଣ ଧାନ ଓ ୨୩୪ ଓଳିଆ ବିରି ପ୍ରତିବର୍ଷ କୋଣାର୍କ ଭଣ୍ଡାରକୁ ଆସୁଥିଲା। ସେହିପରି କୃତ୍ତିବାସ ଦଣ୍ଡପାଟରୁ ୨,୪୮୭ ଭରଣ ଧାନ ଓ ବିରି, କୋଠଦେଶର ବକ୍ରେଶ୍ୱର ଖମାରରୁ ୩,୧୪୦ ଭରଣ ଧାନ (ଭରଣକ ୮୦ ଗୌଣି, ଚାରିସେରିଆରେ ସେତେବେଳେ ହିସାବ ହେଉଥିଲା) ୨୦୦ ଛେଲା ନଡ଼ିଆ (ଛେଲାକ ୯ପଣ, ପଣକ ୨୦ ଗଣ୍ଡା) ୨୩୪ ଭରଣ ବିରି, ୩୩ ଭରଣ ଚମ୍ପାଧାନ ପ୍ରତିବର୍ଷ ଆସୁଥିଲା।
ବର୍ଷକୁ ଆସୁଥିବା ଚାଉଳକୁ ଛାଡ଼ି କେବଳ ଧାନ ଆସୁଥିଲା ୩୦,୨୧୪ ଭରଣ। ଆମେ ଉଦାହରଣ ଦେଲୁ ତିନୋଟି ବିଷୟରୁ (ଜିଲା) ଆସୁଥିବା ଧାନର ପରିମାଣ।
ଶ୍ରୀପୁରୁଷୋତ୍ତମ ମନ୍ଦିର ଭଣ୍ଡାରରୁ ଅର୍ଥାତ୍‌ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରୁ ବର୍ଷକୁ ଯୋଗାଇ ଦିଆଯାଉଥିଲା ୩,୪୦୮ ଭରଣ ଧାନ। ଗୋଟିଏ ନୂଆ ମନ୍ଦିର ନିର୍ମାଣ ପାଇଁ ପୁରାତନ ମନ୍ଦିରର ଅବଦାନ ରହିଥିଲା। ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଅତ୍ୟନ୍ତ ସମୃଦ୍ଧ ଥିଲା। ନଇଲେ ଏତେ ପରିମାଣର ଧାନ ମହାରଣା ତଥା ଶିଳ୍ପୀମାନଙ୍କ ଖାଦ୍ୟ ପାଇଁ ପ୍ରତିବର୍ଷ ଯୋଗାଇ ଦିଆଯାଉଥାନ୍ତା କିପରି? କେବଳ ଏତିକି ନୁହେଁ, ୩,୪୭୨ଟି ଛିଦ୍ରଯୁକ୍ତ ସୁନାମୋହର ମଧ୍ୟ ଶ୍ରୀପୁରୁଷୋତ୍ତମ ଭଣ୍ଡାରରୁ ପାରିଶ୍ରମିକ ପାଇଁ ଯୋଗାଇ ଦିଆଯାଉଥିଲା। ଐତିହ୍ୟ ଅଛି ୧୨ଶହ ବଢ଼େଇଙ୍କୁ ୧୨ ବର୍ଷ ଲାଗିଲା… ତାହା ନୁହେଁ, ନିର୍ମାଣରେ ୧୭୫୦ରୁ ଅଧିକ ଶିଳ୍ପୀ ଲାଗିଥିବା ଆମେ ପୂର୍ବରୁ ସୂଚନା ଦେଇଥିଲୁ। ୮୦୦ରୁ ଅଧିକ ପାଇଟିଆଳ, ୧୦୦ ଗାଈଆଳ, ୧୫୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ନିଯୁକ୍ତ ଥିଲେ। ଶିଳ୍ପୀଙ୍କୁ ପାଣି ଓ ପାନ ଯୋଗାଇବା ପାଇଁ ୧୦୦ରୁ ଅଧିକ ଲୋକ ଥିଲେ। ଚାରି ଶିବିରରେ ରାନ୍ଧିବା ଓ ଯୋଗାଇବା ପାଇଁ ୩୦ଜଣ ଲେଖାଏଁ ୧୨୦ଜଣ ଥିଲେ। ୟା ବାଦେ ଜଗୁଆଳି, ଘୋଡ଼ା ସବାର ଓ ହାତୀଆଳ ଥିଲେ। ଆମେ ୪,୨୨୦ ଜଣଙ୍କ ହିସାବ ଦେଇଛୁ। ପଥର ଚିହ୍ନଟ, ପଥର ଫଟାଇବା, ପଥର ବୋହିବା, ଚାପରେ ଲଦିବା, ଚାପରୁ ଓହ୍ଲାଇବା, ପଥରକୁ ଆବଶ୍ୟକ ଅନୁଯାୟୀ ଚଉପଟ କରିବା କାମ ହାରାହାରି କେତେଜଣ କରୁଥିଲେ ଆମେ ପୂର୍ବରୁ ଆଲୋଚନା କରିଛେ। ଏ ପର୍ଯ୍ୟନ୍ତ ଆମ ଅନୁସନ୍ଧାନ କହୁଛି ୬ ହଜାରରୁ ଅଧିକ ଲୋକ ନିୟୋଜିତ ଥିଲେ। ଆଗକୁ ଆମେ ଗାଈଆଳ ଓ ମହିଳ ଶ୍ରମିକଙ୍କ ଅବଦାନ ପ୍ରସଙ୍ଗ କ୍ରମେ ଆଲୋଚନା କରିବା।
ମନ୍ଦିର ନିର୍ମାଣ ସମୟରେ ଯେପରି ସତର୍କତାର ସହିତ ସମସ୍ତ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପ୍ରତି ଧ୍ୟାନ ଦିଆଯାଇଥିଲା, ତାହା ଅନୁସନ୍ଧାନ କଲେ ଜାଣିହେଉଛି ଗଜପତି ଏବଂ ରାଜକର୍ମଚାରୀ କେତେ ସଚେତନ ଥିଲେ। ମୁତ୍‌ଫରକା ଆଦେଶ କେବଳ ଜାରି କରାଯାଉ ନ ଥିଲା। ପାନଭାଙ୍ଗି ଯୋଗାଇବା ବ୍ୟବସ୍ଥା ସହିତ ବର୍ଷ ବର୍ଷ ଧରି ଗୋଟା ପାନ ଆଣି ଯୋଗାଇବାକୁ ଖୁର୍ଦ୍ଧା ମଲ୍ଲଙ୍କୁ ଦାୟିତ୍ୱ ଦିଆଯାଇଥିଲା। କାମ ଶେଷ ବେଳକୁ ତାଙ୍କୁ ‘ବାହାଣିଆ’ ଗଁାରେ ୭ମାଣ ୭ଗୁଣ୍ଠ ୭ ବିଶ୍ୱା ଜମି ଉପହାର ଦିଆଯାଇଥିଲା ଗଜପତିଙ୍କ ପକ୍ଷରୁ। ସେ ମାଗଣାରେ ପାନ ଯୋଗାଉ ନ ଥିଲେ, ତଥାପି ଦାୟିତ୍ୱ ଓ କର୍ତ୍ତବ୍ୟ ସେ ଯେପରି କରିଥିଲେ ସେଥିପାଇଁ ମର୍ଯ୍ୟାଦା ଦିଆଯାଇଥିଲା। କେବଳ ଏହା ଗୋଟିଏ ଉଦାହରଣ ନୁହେଁ, ପାଉଣା ନେଇ ବର୍ଷ ବର୍ଷ ଧରି କୋଣାର୍କର ରାସ୍ତା, ଶିବିର ସ୍ଥାନ, ପଥର ଖୋଦେଇ ସ୍ଥାନ, କାଠ ଅଡ଼ା ପ୍ରଭୃତି ୩୦ଜଣ ସଫେଇ କର୍ମଚାରୀ ସଫା କରିଚାଲିଥିଲେ। ତାଙ୍କ ମୁଖିଆ ଥିଲେ ଶ୍ରୀରାମ ରାଉଳ, ସେମାନଙ୍କୁ ଜମି ଉପହାର ଦିଆଯାଇଥିଲା। ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୂଲ୍ୟ ଦେବାରେ ଓଡ଼ିଆ ଜାତି କୃପଣ ନ ଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?