ସବୁ ପ୍ରାର୍ଥୀଙ୍କ ମୁହଁରେ ବିକାଶ

ବରଗଡ଼ ଅଫିସ୍‌,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍‌ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା। ଏଠାର ଭୋଟର ସବୁଦଳକୁ ସୁଯୋଗ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଜଣେ ପୂର୍ବତନ ବିଧାୟକ ହୋଇଥିବାବେଳେ ଭାଜପାର ପ୍ରଦୀପ ପୁରୋହିତ ୨୦୧୪ରେ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ନବାଗତା ହେଲେ ମଧ୍ୟ ପଦ୍ମପୁର ତାଙ୍କ ବାପା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଗଡ଼ ଥିଲା। ଏସବୁ ସତ୍ତ୍ୱେ ପ୍ରକୃତ ବିକାଶ ପଦ୍ମପୁରକୁ ଛୁଇଁପାରିନାହିଁ।
ଦାଦନ କିମ୍ବା ଜଳସେଚନ କଥା ଉଠିଲେ ଜିଲାରେ ପ୍ରଥମେ ପଦ୍ମପୁର ଉପଖଣ୍ଡ ଆସିବ। ଏଠାରୁ ସର୍ବାଧିକ ଶ୍ରମିକ ଦାଦନ ଖଟିବାକୁ ଯାଇଥାନ୍ତି। ଜିଲାର ହୀରାକୁଦ ଅଣଜଳସେଚିତ କହିଲେ ପଦ୍ମପୁର ଉପଖଣ୍ଡକୁ ବୁଝାଯାଏ। କିନ୍ତୁ ଦାଦନ, ଜଳସେଚନ ଭଳି ବଡ଼ ସମସ୍ୟାର ସମାଧାନ କରିବାରେ କୌଣସି ଦଳ ସକ୍ଷମ ହୋଇନାହାନ୍ତି। ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ, ପଦ୍ମପୁର ଜିଲା ଗଠନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ଏବଂ ଇନପୁଟ୍‌ ସହାୟତା ରାଶି ଅଞ୍ଚଳବାସୀଙ୍କ ପ୍ରମୁଖ ଦାବି ରହିଛି। ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ଯେଭଳି ଅଞ୍ଚଳବାସୀଙ୍କ ଦଶନ୍ଧିର ଦାବି ଥିଲା, ଜଳସେଚନ ଏବଂ ଦାଦନ ସମସ୍ୟା ମଧ୍ୟ ଦୀର୍ଘଦିନର ଦାବି। କଂଗ୍ରେସ ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ଦାଦନ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ୍‌, ନିଯୁକ୍ତିକୁ ନେଇ ଦଳ ଭୋଟରଙ୍କ ପାଖକୁ ଯାଉଛି। କେନ୍ଦ୍ର ୨କୋଟି ଏବଂ ରାଜ୍ୟ ସରକାର ୨ଲକ୍ଷ ନିଯୁକ୍ତି ଦେବେ ବୋଲି ପୂର୍ବ ପ୍ରତିଶ୍ରୁତି ଫମ୍ପା ଆଓ୍ବାଜ ପାଲଟିଥିବା ସେ କହିଛନ୍ତି। ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଦାଦନ, ଜଳସେଚନ, ପାନୀୟଜଳ ଭଳି ସମସ୍ୟା ନିର୍ବାଚନମଣ୍ଡଳୀରେ ରହିଛି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଲେ ସମାଧାନ ପାଇଁ ବିଧାନସଭାରେ ସ୍ବର ଉଠାଇବେ ବୋଲି ଷଡ଼ଙ୍ଗୀ କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ବିକାଶ ଧାରାକୁ ନେଇ ବିଜେଡି ଭୋଟରଙ୍କ ପାଖରେ ପହଞ୍ଚୁଛି। ଜଳସେଚନ, ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସାମଗ୍ରିକ ବିକାଶ ପ୍ରସଙ୍ଗ ରହିଛି। ପ୍ରଧାନମନ୍ତ୍ରୀ ଫସଲବୀମା ନେଇ କେନ୍ଦ୍ରର ଭାଜପା ସରକାର କୁମ୍ଭୀର କାନ୍ଦଣା କରୁଥିବାବେଳେ ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳପଥକୁ ନେଇ ଭୁଆଁ ବୁଲାଉଛି ବୋଲି ସେ କହିଥିଲେ। ଲୋକେ ୩ ପ୍ରମୁଖ ଦଳର ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ରସମୁଣ୍ଡା ଗ୍ରାମର ଉମାକାନ୍ତ ଶତପଥି କହିଛନ୍ତି, ସବୁଦଳ ସବୁ ନିର୍ବାଚନରେ ପ୍ରତିଶ୍ରୁତି ଦେଇଆସୁଛନ୍ତି। ଏହା ବିଶ୍ୱାସଯୋଗ୍ୟ ନୁହେଁ। ଚାଷୀଙ୍କୁ ଯଦି ଠକୁଛନ୍ତି, ଅନ୍ୟମାନଙ୍କୁ କଣ କରୁଥିବେ ବୋଲି ସେ କହିଥିଲେ। ପାଇକମାଳର ଅନ୍ୟ ଜଣେ ଭୋଟର ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନବେଳେ ସବୁଦଳ ଏଭଳି ପ୍ରତିଶ୍ରୁତି ଦେଇଥାନ୍ତି। ଆମେ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ ନିର୍ବାଚନ ପରେ ସେମାନେ ଭୁଲି ଯାଇଥାନ୍ତି। ଆମେ ସବୁକଥାକୁ ସହୁଛୁ। ହେଲେ ପରବର୍ତ୍ତୀ ନିର୍ବାଚନରେ ପୁଣି ଭୋଟ୍‌ ଦେଉଛୁ। ଝାରବନ୍ଧ ବ୍ଲକ କୋତନାର ଭୋପାଳ ଚନ୍ଦ୍ର ସାହୁ କହିଛନ୍ତି, ଯେଉଁମାନେ ଅଞ୍ଚଳର ଉନ୍ନତି କରିବେ ବୋଲି ଅନୁଭବ କରୁଛୁ, ତାଙ୍କ ସପକ୍ଷରେ ଭୋଟ୍‌ ଦେବୁ। ପ୍ରଚାର ପାଇଁ ନେତା, ମନ୍ତ୍ରୀ ତ ଅନେକ ଆସୁଛନ୍ତି। ବହୁତ ଉନ୍ନତି କରିବୁ ବୋଲି କହୁଛନ୍ତି। ହେଲେ ସବୁଦିନ ଆମେ ଏହା ଶୁଣି ଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?