ପୁନରୁଦ୍ଧାର ହେଲା, ଗେଟ୍‌ ଲାଗିଲାନି

ଲୋଇସିଂହା,୨୫।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ବଙ୍ଗାବାହାଲ ଗଁାରେ ରହିଛି ଦେହେରୀ କଟାଁ। ୨୦ଏକର ପରିମିତ ଏହି ଜଳାଶୟର ପୁନରୁଦ୍ଧାର ଚଳିତ ବର୍ଷ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଇଛି। ହେଲେ ବନ୍ଧର ଜଳ ନିଷ୍କାସନ ପଥରେ ଗେଟ ଏଯାଏ ଲଗାଯାଇନାହିଁ । ଫଳରେ ଜଳାଶୟର ପାଣି ନିଷ୍କାସନ ପଥ ଦେଇ ଅଯଥାରେ ବାହାରକୁ ଚାଲି ଯାଉଛି। ବିଭାଗୀୟ ଅପାରଗତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବଙ୍ଗାବାହଲ ଗାଁମୁଣ୍ଡରେ ଥିବା ଦେହେରୀ କଟାଁ ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଛି। ଚଳିତ ବର୍ଷ ବିଭାଗ ପକ୍ଷରୁ ପ୍ରାୟ ୨୦ଲକ୍ଷ ଟଙ୍କା ପୁନରୁଦ୍ଧାରରେ ଖର୍ଚ୍ଚ କରାଯାଇଥିଲେ ହେଁ ଅନୁଦାନ ମୁତାବକ କାମ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି। ପ୍ରକଳ୍ପର ନିଷ୍କାସନ ପଥରେ ଏକ ଗେଟ ଲାଗିବାକୁ ଥିଲା । ହେଲେ ଠିକାଦାର ଗେଟ ନ ଲଗାଇ ଚାଲି ଯାଇଛନ୍ତି। ଏବେ ଲଘୁଚାପଜନିତ ବର୍ଷା ଲାଗିରହିଛି । ବର୍ଷା ହେବା ଫଳରେ ପ୍ରକଳ୍ପରେ ପାଣି ସଂରକ୍ଷିତ ହେବାରେ ଲାଗିଛି। ହେଲେ ଗେଟ ଲାଗି ନ ଥିବାରୁ ବର୍ଷା ପାଣି ସଂରକ୍ଷିତ ନ ରହି ନିଷ୍କାସନ ପଥରେ ବୋହି ଯାଉଛି। ଏଥିଯୋଗୁ ଆଗାମୀ ଦିନରେ ବର୍ଷା କମିଗଲେ ଦେହୁରୀ କଟାଁ ଶୁଖିଲା ପଡିବ। ବିଳମ୍ବିତ ଚାଷ ହୋଇଥିବାରୁ ପରିବର୍ତ୍ତୀ ସମୟରେ ବର୍ଷା ନ ହେଲେ ପ୍ରକଳ୍ପ ତଳମୁଣ୍ଡରେ ଥିବା ଚାଷଜମି ପ୍ରଭାବିତ ହେବା ନିଶ୍ଚିତ। ଗେଟ ପାଇଁ ଚାଷ ଓ ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ବଙ୍ଗାବାହାଲ ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି। ବର୍ଷା ସରିଲା ପରେ ପ୍ରକଳ୍ପରେ ଗେଟ ଲାଗିବ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦ୍ୱାର ଖୋଲାଯିବା ପରେ କ’ଣ ସବୁ ବ୍ୟବସ୍ଥା ରହିବ ଜାଣନ୍ତୁ…

ପୁରୀ,୧୨ା୬: ବୁଧବାର ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ କିଛି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ହେଲା...

ଥମୁନି କାଶୀପୁର ଶିଶୁ ମୃତ୍ୟୁ, ଆଉ ଜଣେ ପୀଡ଼ିତା ଆଖି ବୁଜିଲେ

ଟିକିରି,୧୨ା୬(ପ୍ରଫୁଲ୍ଲ କୁମାର ବେହେରା): କିଛି ଦିନ ବ୍ୟବଧାନରେ ଅଜଣା ରୋଗରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ରହିଛନ୍ତି। ମଙ୍ଗଳବାର ରାତିରେ ଆଉ...

ମନ୍ତ୍ରୀଶୂନ୍ୟ ବରଗଡ଼, ଜିଲାବାସୀ ନିରାଶ

ବରଗଡ଼,୧୨ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ପ୍ରଥମଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ଭାଜପା ସରକାର ଗଠନ କରିଛି। ଏହିକ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,...

ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): ନା ଅଛି ବର୍ଷା ନା ଅଛି ପବନ। କିନ୍ତୁ ବିରାଟକାୟ ଗଛ ପଡ଼ି ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୧୭ଟି ପଞ୍ଚାୟତର...

ବାଲୁକା କଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ବୁଧବାର ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସ୍ବାଗତ ଜଣାଇବା ପାଇଁ...

ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖୁସିରେ କେନ୍ଦୁଝରବାସୀ ମସ୍‌ଗୁଲ ଥିବା ବେଳେ କେନ୍ଦୁଝର...

ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ସନାତନ ମୁହାକୁଡ଼ଙ୍କ ଫଟୋକୁ ନେଇ ଚର୍ଚ୍ଚା

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତୃତ୍ୱ ରାଜ୍ୟରେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ପହଞ୍ଚିଛି। ଏପରିକି ରାତି ତମାମ...

ଡ୍ୟାମ୍‌ରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୧୨ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସୋସୋ ଥାନା ହଦଗଡ଼ ଶାଳନ୍ଦୀ ନଦୀ ଡ୍ୟାମ ବୁଲିବାକୁ ଆସିଥିବା ୭ ଜଣ ସାଙ୍ଗଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri