ନିର୍ବାଚନକୁ ଅସ୍ବୀକାର

ଜାନ୍‌ ଓ୍ବେର୍ନର ମୁଲେର୍‌

ଆସନ୍ତା ମାସରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଜୟେର ବୋଲ୍‌ସୋନାରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଥ ଆପଣାଇବାକୁ ପ୍ରସ୍ତୁତ ହେଉଛନ୍ତି। ଟ୍ରମ୍ପ୍‌ଙ୍କ ‘ବିଗ୍‌ ଲାଏ’, ଯାହା ଭୋଟିଂକୁ ଅବୈଧ ଓ ତ୍ରୁଟିପୂର୍ଣ୍ଣ ଦର୍ଶାଇଥିଲା, ବୋଲ୍‌ସୋନାରୋ ସେଭଳି ଦୃଷ୍ଟିକୋଣ ନେଉଥିତ୍ବା ଜଣାପଡ଼ୁଛି। କ୍ଷମତାରେ ଥିବା ବ୍ୟକ୍ତିବିଶେଷମାନେ ଏହି କୌଶଳ ଗ୍ରହଣକରି ଗଣତାନ୍ତ୍ରିକ ନିର୍ବାଚନକୁ ଅସ୍ବୀକାର କରନ୍ତି କିମ୍ବା ଅତି ବିପଜ୍ଜନକ ଭାବେ ଉପଦ୍ରବକୁ ପ୍ରୋତ୍ସାହିତ କରିବା ସହ ହିଂସାମତ୍କ ପଥ ଗ୍ରହଣ କରିବାକୁ ସେମାନଙ୍କ ସମର୍ଥକମାନଙ୍କୁ ଉସୁକାଇଥାଆନ୍ତି। ନିଜ ମତ ଉପସ୍ଥାପନ କରି ସାଧାରଣରେ ଲୋକପ୍ରିୟ ହେବାକୁ ଚାହଁୁଥିବା ଏବଂ ଲଗାତର ବ୍ୟବସ୍ଥା ଓ ରାଜନୈତିକ ଭାବନା ବିରୋଧୀ କାର୍ଯ୍ୟରେ ଜଡିତ ନେତାମାନେ ପପୁଲିଷ୍ଟ ଭାବେ ଜଣାଶୁଣା। ବୋଲ୍‌ସୋନାରୋ ଓ ଟ୍ରମ୍ପ୍‌ ଏହି ଗୋଷ୍ଠୀର। ଏବେ ବୋଲସୋନାରୋଙ୍କୁ ‘ଟ୍ରମ୍ପ ଅଫ୍‌ ଦି ଟ୍ରପିକ୍ସ’ ନାମ ଦିଆଯାଇଛି , କାରଣ ଟ୍ରମ୍ପ ଯାହା କରିଥିଲେ ତାହାଠାରୁ ବୋଲ୍‌ସୋନାରୋ ଅଧିକ କରିପାରିବେ। ନିର୍ବାଚନରେ ଜଣେ ପରାଜିତ ପ୍ରାର୍ଥୀ କିପରି କ୍ଷମତାଶାଳୀ ଓ ପ୍ରଭାବୀ ଏପରି କି ରାଜନୀତିରେ ଏକ ଶକ୍ତି ଭାବେ ରହିପାରନ୍ତି ତାହା ଟ୍ରମ୍ପ୍‌ ଦେଖାଇଦେଇଛନ୍ତି। କିନ୍ତୁ ନିର୍ବାଚନର ଫଳାଫଳକୁ ସ୍ବୀକାର କରିବା ଗଣତନ୍ତ୍ରର ଏକ ମୌଳିକ ତତ୍ତ୍ୱ। ଯଦି ନିର୍ବାଚନକୁ ଅସ୍ବୀକାର କରିବା ଏକ ବୈଶ୍ୱିକ ଧାରା ପାଲଟିଯାଏ, ତେବେ ନାଗରିକମାନେ ‘ଅବୈଧ’ ବୋଲି ଛଳନା କରୁଥିବା ଏମିତିକା ନେତାମାନଙ୍କୁ କାହିଁକି ଗ୍ରହଣ କରିବେ।
ବୋଲସୋନାରୋ ନିର୍ବାଚନରେ ଲୁଇଜ୍‌ ଇନାସିଓ ଲୁଲା ଡିସିଲଭା (ଲୁଲା ଭାବେ ଜଣାଶୁଣା)ଙ୍କୁ ସାମ୍ନା କରୁଛନ୍ତି। ଲୁଲା ବାମପନ୍ଥୀ ନେତା ଓ ପୂର୍ବତନ ରାଷ୍ଟ୍ରପତି। ସେ ଓପିନିଅନ୍‌ ପୋଲ୍‌ରେ ଲଗାତର ଆଗୁଆ ରହିଛନ୍ତି। ତେବେ ବ୍ୟବଧାନ କମ୍‌ ଥିବାରୁ ଚରମ ଦକ୍ଷିଣପନ୍ଥୀ ନେତା ବୋଲସୋନାରୋ ଏହି ନିର୍ବାଚନରେ ପରାଜିତ ହେବାର ସମ୍ଭାବନା ରହିଛି। କିନ୍ତୁ ସେହି ପରିଣାମକୁ ଗ୍ରହଣ ନ କରିବା ପାଇଁ ସେ ତାଙ୍କ ସମର୍ଥକମାନଙ୍କୁ ଉସୁକାଇ ଆସିଛନ୍ତି। ସବୁଠୁ ଖରାପ କଥା ହେଉଛି, ବୋଲସୋନାରୋ ବ୍ରାଜିଲରେ୨୦୦୦ ଠାରୁ ଲାଗୁ ହୋଇଥିବା ଇଲେକ୍‌ଟ୍ରୋନିକ ଭୋଟିଂ ବ୍ୟବସ୍ଥା ଉପରେ ସନ୍ଦେହର ବୀଜ ବୁଣିଦେଇଛନ୍ତି। ୬ ଜାନୁୟାରୀ ୨୦୨୧ରେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଓ୍ବାଶିଂଟନ ଡିସିରେ ହିଂସାମତ୍କ ବିଦ୍ରୋହ କରିଥିଲେ। ଏହି ଘଟଣା ପରେ ବୋଲସୋନାରୋ ପ୍ରତିକ୍ରିୟା ରଖିଥିଲେ। ଯଦି ୨୦୨୨ ନିର୍ବାଚନରେ ମୁଦ୍ରିତ ବାଲାଟ ପେପର ନ ରହେ, ତେବେ ଆମେ ଆମେରିକାଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛୁ ବୋଲି ସେ କହିଥିଲେ। ଏହାବାଦ୍‌ ଆମେରିକାର କ୍ୟାପିଟୋଲରେ ସଶସ୍ତ୍ର ବିଦ୍ରେୀମାନେ ଯଦି ଭଲ ଭାବେ ସଂଗଠିତ ହୋଇ ପ୍ରବେଶ କରିଥାନ୍ତେ ତେବେ ସେମାନେ ସଫଳ ହୋଇଥାଆନ୍ତେ ବୋଲି ରାଜନୀତିରେ ସକ୍ରିୟ ତାଙ୍କ ପୁଅ ଏଡୁରାର୍ଡୋ ବୋଲ୍‌ସୋନାରୋ ମତ ଦେଇଛନ୍ତି।
ନିର୍ବାଚନରେ ହାରୁଥିବା ପପୁଲିଷ୍ଟମାନେ ସାଧାରଣରେ ନିର୍ବାଚନକୁ ଅବୈଧ ବୋଲି ଦାବି କରିଥାନ୍ତି। ସେମାନଙ୍କ ଧାରଣା ଯେ,କେବଳ ସେମାନେ ହିଁ ବାସ୍ତବ ଲୋକମାନଙ୍କର ଅସଲି ପ୍ରତିନିଧି ଓ କ୍ଷମତା ଲାଗି ଅନ୍ୟସବୁ ଦାବିଦାର ହେଉଛନ୍ତିି ଦୁର୍ନୀତିଗ୍ରସ୍ତ। ପପୁଲିଷ୍ଟମାନଙ୍କ ବିଚାରରେ ଯେଉଁ ନାଗରିକମାନେ ପପୁଲିଷ୍ଟ୍‌ ନେତାମାନଙ୍କୁ ସମର୍ଥନ କରନ୍ତିନି, ସେମାନେ କେବେ ବି ବାସ୍ତବବାଦୀ ଲୋକ ଭାବେ ଗଣାହୁଅନ୍ତି ନାହିଁ କି ବୈଧ ଭୋଟ ଦିଅନ୍ତି ନାହିଁ । ଉଚ୍ଚପଦାଧିକାରୀଙ୍କୁ ସମାଲୋଚନା କରିବା ସହ ଲୋକମାନଙ୍କୁ ମତ ଦ୍ୱାରା ପ୍ରଭାବିତ କରି ସଂଗଠିତ ଭାବେ ରାଜନୈତିକ ବିଚାର ଓ ବ୍ୟବସ୍ଥା ଏବଂ ସମାଜର ମଙ୍ଗଳକାମୀ ବ୍ୟକ୍ତିମାନଙ୍କୁ ବିରୋଧ କରିଥାଏ ପପୁଲିଜମ୍‌। ଉଦାହରଣସ୍ବରୂପ ୨୦୦୨ରେ ହଙ୍ଗେରୀର ସାଧାରଣ ନିର୍ବାଚନରେ ଭିକ୍ଟର ଓର୍ବାନଙ୍କ ଦଳ ହାରିଯିବା ପରେ ସେ କହିଥିଲେ ଯେ, ତାଙ୍କ ମାତୃଭୂମି ବିରୋଧୀଙ୍କ ହାତରେ ରହିପାରିବ ନାହିଁ। ୨୦୦୬ରେ ମେକ୍ସିକୋ ରାଷ୍ଟ୍ରପତି ନିର୍ବାଚନରେ ଏବକାର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓର୍ବାଡୋର ହାରିଯିବା ପରେ ଘୋଷଣା କରିଥିଲେ ଯେ, ଦକ୍ଷିଣପନ୍ଥୀଙ୍କ ବିଜୟ ନୈତିକ ରୂପେ ଅସମ୍ଭବ। ମେକ୍ସିକୋ ସହରରେ ତାଙ୍କ ସମର୍ଥକମାନଙ୍କୁ ଏକ ରାଲିରେ ସମ୍ବୋଧନ କରିବା ଅବସରରେ ସେ ନିଜକୁ ମେକ୍ସିକୋର ନ୍ୟାୟସଙ୍ଗତ ରାଷ୍ଟ୍ରପତି ବୋଲି ଘୋଷଣା କରିଥିଲେ। ଗୋଟିଏ ଦେଶର ଗଣତାନ୍ତ୍ରିକ ତଥା ରାଜନୈତିକ ସଂସ୍କୃତିକୁ ପପୁଲିଷ୍ଟ ନେତାମାନଙ୍କ ବାକ୍‌ପଟୁତା କିଭଳି କ୍ଷତି କରେ ତାହା ଦେଖିବା କଥା। ପପୁଲିଷ୍ଟ ନେତାମାନେ ବ୍ୟବସ୍ଥା ପ୍ରତି ଆଦୌ ବିଶ୍ୱାସ ନ କରିବା ଲାଗି ସେମାନଙ୍କ ସମର୍ଥକମାନଙ୍କୁ ବାଧ୍ୟ କରିଥାନ୍ତି। ଏହା ବ୍ୟତୀତ ଅନ୍ୟ ପଦାଧିକାରୀମାନେ ପ୍ରଚ୍ଛଦରେ ରହି ନିର୍ବାଚନ ପରିଣାମକୁ ସବୁବେଳେ ହେର୍‌ଫେର କରିଥାନ୍ତି ବୋଲିି ସେମାନଙ୍କ ସମର୍ଥକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥାଆନ୍ତି।
ଏହା କହିବା ନିଷ୍ପ୍ରୟୋଜନ ଯେ, ନିର୍ବାଚନ ସମ୍ବନ୍ଧୀୟ ଆଇନ ଓ ପଦ୍ଧତି ନିନ୍ଦା ଏବଂ ସମାଲୋଚନାରୁ ଊର୍ଦ୍ଧ୍ୱରେ। ବ୍ୟବସ୍ଥାର ଅଗଣତାନ୍ତ୍ରିକ ପ୍ରସଙ୍ଗକୁ ସମାଲୋଚନା କରିବା ଏବଂ ନିର୍ବାଚନରେ ହାରିବା କାରଣରୁ ପୂରା ସଂସ୍ଥାକୁ ଅଗଣତାନ୍ତ୍ରିକ ବୋଲି ଘୋଷଣା କରିବା ମଧ୍ୟରେ ପ୍ରଭେଦ ରହିଛି। ପ୍ରଥମ ସମାଲୋଚନା ଗଣତନ୍ତ୍ରକୁ ମଜଭୁତ କରିପାରେ, କିନ୍ତୁ ଦ୍ୱିତୀୟଟି ଗଣତନ୍ତ୍ରକୁ ଦୁର୍ବଳ କରିବା ଲାଗି ଉଦ୍ଦିଷ୍ଟ। ଦେଶରେ ବିପରୀତ ବିଚାରଧାରାରେ ଥିବା ଦୁଇଗୋଷ୍ଠୀ ବାଣ୍ଟି ହୋଇଗଲେ ନିର୍ବାଚନକୁ ଅସ୍ବୀକାର କରିବା ସମ୍ଭାବନା ଅଧିକ ରହିଥାଏ। ଏଭଳି ସ୍ଥିତିରେ ଟ୍ରମ୍ପ୍‌ ଓ ବୋଲ୍‌ସୋନାରୋଙ୍କ ଭଳି ପପୁଲିଷ୍ଟମାନଙ୍କୁ ଏହା କରିବାକୁ ସୁଯୋଗ ଦିଏ। ଏମାନଙ୍କ ମଧ୍ୟରୁ କେହି ଗୋଟିଏ ରାଜନୈତିକ ଦଳରେ ବାନ୍ଧି ହୋଇ ରହିନାହାନ୍ତି। ବୋଲସୋନାରୋ ଦଳ ପରିବର୍ତ୍ତନ କରିଛନ୍ତି । ଟ୍ରମ୍ପ୍‌ ମଧ୍ୟ ଦଳ ପରିବର୍ତ୍ତନ କରିବା ପରେ ଏବେ ରିପବ୍ଲିକାନ ପାର୍ଟିରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଉଭୟେ ସୋସିଆଲ ମିଡିଆ ଅନୁସରଣ କରିବା ସଂସ୍କୃତି ଗଢିଛନ୍ତି । ଉଭୟଙ୍କର ମଧ୍ୟ କୌଣସି ବାସ୍ତବ ପ୍ରଶାସନିକ ବିଚାରଧାରା କିମ୍ବା ନୀତିଭିତ୍ତିକ କାର୍ଯ୍ୟକ୍ରମ ନାହିଁ। ଏହି ଦୁଇ ନେତା ଏକ ସୀମାହୀନ ବ୍ୟକ୍ତିତ୍ୱ ପ୍ରେରିତ ସଂସ୍କୃତି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି। ଯଦି ସେମାନଙ୍କର କିଛି ଦଳୀୟ କାର୍ଯ୍ୟକ୍ରମ ଥାଆନ୍ତା,ତେବେ ସେମାନେ ସେଥିପ୍ରତି ଯନତ୍ଶୀଳ ହୋଇଥାନ୍ତେ। ସେମାନେ ଆଗାମୀ ନିର୍ବାଚନ ଜିତିବା ଲାଗି ନିଶ୍ଚିତ ଭାବେ ଚାହଁିଥାନ୍ତେ ଏବଂ ସେମାନଙ୍କ କାର୍ଯ୍ୟକ୍ରମ ଲାଗୁ କରିବାକୁ ସକ୍ଷମ ହୋଇଥାନ୍ତେ। ଏହା ହେଲେ ସେମାନେ ଯାହାକୁ ବାସ୍ତବରେ ଦେଶର ଏକ କ୍ଷତି ଜାଣୁଛନ୍ତି ତାହାକୁ ଦୂର କରନ୍ତେ । ଅନ୍ୟମାନେ ଯାହା କରୁଛନ୍ତି ତାହାଠାରୁ ଏହା ଅଧିତ୍କ ପରିଣାମୀ ହୋଇପାରନ୍ତା। ଟ୍ରମ୍ପ୍‌ ‘ବିଗ୍‌ ଲାଏ’କୁ ସମର୍ଥନ କରି ହିଂସା ଭିଆଇବାକୁ ସଫଳ ହୋଇଛନ୍ତି। ତେବେ କଂଗ୍ରେସରେ ଥିବା ସଂଖ୍ୟାଧିକ ରିପବ୍ଲିକାନ, ସିନେଟର ଏବଂ ଗଭର୍ନର ପ୍ରାର୍ଥୀମାନେ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରାଜୟକୁ ସ୍ବୀକାର କରିବେ କି ନାହିଁ ତାହା କହିବାକୁ ମନା କରିଦେଇଛନ୍ତି। ବ୍ରାଜିଲରେ ବୋଲସୋନାରୋ ତାଙ୍କ ପକ୍ଷକୁ ସେନାକୁ ଆଣିବା ଲାଗି କୌଶଳ ପ୍ରୟୋଗ କରୁଛନ୍ତି ଓ ପୋଲିସରୁ ଅତ୍ୟଧିକ ସମର୍ଥନ ପାଉଛନ୍ତି।
ଗୋଟିଏ ଦେଶରେ ସାଧାରଣରେ ମତ ପ୍ରକାଶ କରୁ ନ ଥିବା ବିଶାଳ ଗୋଷ୍ଠୀର ନେତା ଭାବେ ନିଜକୁ ଉପସ୍ଥାପିତ କରୁଥିବା ପପୁଲିଷ୍ଟମାନଙ୍କ ମତକୁ ବହୁ ସମୟରେ କମ୍‌ ଲୋକ ଗ୍ରହଣ କରିଥାନ୍ତି, ଯାହା ଟମ୍ପ୍‌ ଏବଂ ବୋଲ୍‌ସୋନାରୋଙ୍କ କ୍ଷେତ୍ରରେ ଘଟିଛି। କମ୍‌ ଲୋକ ସେମାନଙ୍କ ମତରେ ପରିଚାଳିତ ହୋଇ ଗଣତନ୍ତ୍ର ବିରୋଧୀ ହେବା ଓ ନିର୍ବାଚନକୁ ଅସ୍ବୀକାର କରିବା ସହ ହିଂସୁକ ହେଉଥିବାବେଳେ ମତ ପ୍ରକାଶ କରୁ ନ ଥିବା ବୃହତ୍‌ ଗୋଷ୍ଠୀ ଓ ସେମାନଙ୍କ ପଦସ୍ଥ ବ୍ୟକ୍ତିମାନେ ନୀରବ ରହିବା ଉଚିତ ନୁହେଁ।
ପ୍ରଫେସର ଅଫ୍‌ ପଲିଟିକ୍ସ, ପ୍ରିନ୍ସଟନ୍‌ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?