ପାର୍ବଣରେ ପ୍ରଦୂଷଣ

ଡ. ବିଜୟଲକ୍ଷ୍ମୀ ଭୂୟଁା

ଯାହା ଆମକୁ ଚାରିପଟୁ ଘେରିରହିଛି ତାହା ହିଁ ପରିବେଶ। ଏହି ପରିବେଶକୁ ଅତ୍ୟଧିକ ପରିତ୍ୟକ୍ତ ଓ ଦୂଷିତ ପଦାର୍ଥ ପରିତ୍ୟାଗ କରିବାକୁ ପ୍ରଦୂଷଣ କୁହାଯାଏ। ଶିଳ୍ପାୟନ, ପରିବହନ ବ୍ୟବସ୍ଥା, ମଇଳା ଆବର୍ଜନା ଇତ୍ୟାଦି ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ନାଳ ନର୍ଦ୍ଦମାରୁ ନିର୍ଗତ ଅପରିଷ୍କାର ଜଳ, ଡାକ୍ତରଖାନା ବର୍ଜ୍ୟବସ୍ତୁ, ମୃତ୍ତିକାରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ, ପଚାଶଢ଼ା ପଦାର୍ଥ ଇତ୍ୟାଦି ବର୍ଷାପାଣିରେ ଜଳାଶୟଗୁଡ଼ିକରେ ପ୍ରବେଶ କରିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ। ପର୍ବପର୍ବାଣି ସମୟରେ ଏହି ପ୍ରଦୂଷଣ ଅତିମାତ୍ରାରେ ବୃଦ୍ଧି ପାଇଥାଏ। ଏଥିପାଇଁ ସଚେତନ ହୋଇ କିଛିଟା ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ନିଜେ ସୁରକ୍ଷିତ ରହିବା ସହ ପରିବେଶର ସୁରକ୍ଷା କରାଯାଇପାରିବ।
ଭାରତରେ ଯେତେ ଦେବଦେବୀଙ୍କୁ ଉପାସନା କରାଯାଏ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ତା’ ମଧ୍ୟରେ ମୁଖ୍ୟ ସ୍ଥାନ ଅଧିକାର କରେ। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ନଅଦିନ ଧରି ନବରାତ୍ରି ପାଳନ କରାଯାଏ। ଦଶମୀ ଦିନକୁ ଦଶହରା କୁହାଯାଏ। ଏହି ଦିନ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିଲେ। ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ ହେତୁ ଏହାକୁ ବିଜୟାଦଶମୀ ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀ ରାମଚନ୍ଦ୍ର ମା’ ଦୁର୍ଗାଙ୍କୁ ପୂଜା କରି ଲଙ୍କାର ରାଜା ରାବଣକୁ ବଧ କରିଥିଲେ ଓ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ଦଶହରା ପର୍ବ ପାଳନ ପରେ ବିଭିନ୍ନ ସ୍ଥାନରେ ‘ରାବଣପୋଡ଼ି’ ଉତ୍ସବ ପାଳନ କରାଯାଏ। ଏଥିପାଇଁ କାଠ, ବାଉଁଶ, ଶଗଡ଼, କନା, ବାଣ ଓ ଜରିରେ ନିିର୍ମିତ ବିରାଟକାୟ ରାବଣ ମୂର୍ତ୍ତି ଦହନ କରାଯାଏ। ସେଥିରେ ଖଞ୍ଜାଯାଇଥିବା ବାଣ ଫୁଟିବା ଓ ବାରୁଦ ଜଳିବା ଦ୍ୱାରା ବାୟୁମଣ୍ଡଳରେ ବହୁ ପରିମାଣରେ ବିଷାକ୍ତ ବାଷ୍ପ ମିଶିଥାଏ। ଦହନ ପରେ ଅବଶେଷ ପାଉଁଶ ଓ ଅନ୍ୟାନ୍ୟ ଦରପୋଡ଼ା ପଦାର୍ଥ ନିକଟସ୍ଥ ଜଳାଶୟ ବା ନଦୀରେ ନିକ୍ଷେପ କରିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଦେଖାଯାଇଛି ଦିଲ୍ଲୀରେ ଦଶହରା ପର୍ବ ପରେ ବାୟୁମଣ୍ଡଳ ପ୍ରଦୂଷଣ ଦ୍ୱିଗୁଣିତ ହୋଇଯାଏ।
ଦଶହରା ପରେ ଆସିଥାଏ ଭସାଣି ପର୍ବ। ଶହ ଶହ ମୃଣ୍ମୟୀ ପ୍ରତିମାଙ୍କୁ ବାଜା ବଜାଇ, ବାଣ ଫୁଟାଇ ବିରାଟ ପଟୁଆରରେ ନଦୀଘାଟକୁ ନେଇ ମା’ଙ୍କୁ ବିସର୍ଜନ କରାଯାଏ। ଏଥିରେ ବ୍ୟବହୃତ କାଠ, ନଡ଼ା, ରଙ୍ଗ, ବଳକା ବାସି ଭୋଗ, ଫୁଲ ଓ ପତ୍ର ଇତ୍ୟାଦି ମଧ୍ୟ ଜଳରେ ନିକ୍ଷେପ କରାଯାଇଥାଏ। ମୂର୍ତ୍ତିଗୁଡ଼ିକରେ ଲଗାଯାଉଥିବା ରାସାୟନିକ ରଙ୍ଗକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ କ୍ରୋମିୟମ୍‌, କୋବାଲ୍‌ଟ, ନିକେଲ, କପର, ପାରଦ ଇତ୍ୟାଦି ଧାତୁର ଯୌଗିକ ପଦାର୍ଥମାନ ମିଶାଯାଇଥାଏ। ମୂର୍ତ୍ତି ସହିତ ଏସବୁ ବିଷାକ୍ତ ପଦାର୍ଥ ଜଳରେ ମିଶେ ଓ ଏହି ଜଳକୁ ବ୍ୟବହାର କରିଲେ ବିଭିନ୍ନ ପ୍ରକାର ପେଟରୋଗ, କିଡ୍‌ନୀ ରୋଗ ଓ ଚର୍ମରୋଗ ଇତ୍ୟାଦିର ସମ୍ଭାବନା ଥାଏ। ମାଛ ଇତ୍ୟାଦି ଜଳଚର ପ୍ରାଣୀମାନେ ଏହି ବିଷାକ୍ତ ଜଳ ସମ୍ପର୍କରେ ଆସିବା ଦ୍ୱାରା ଏହାକୁ ଖାଦ୍ୟ ଭାବେ ଗ୍ରହଣ କରି ମଣିଷମାନେ ବିଭିନ୍ନ ରୋଗର ଶିକାର ହୁଅନ୍ତି।
ପ୍ରତିକାର ବ୍ୟବସ୍ଥାସ୍ବରୂପ କେତେକ ବିଷୟ ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଅତିମାତ୍ରାରେ ବାଣଫୁଟା ବନ୍ଦ କରିବା ଦ୍ୱାରା ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ, ସଲ୍‌ଫର ଓ ନାଇଟ୍ରୋଜେନ୍‌ର ଯୌଗିକ ପଦାର୍ଥରୁ ବାୟୁମଣ୍ଡଳକୁ ସୁରକ୍ଷା ପ୍ରଦାନ କରିପାରିବା। ଦେବୀଙ୍କ ମୂର୍ତ୍ତି ଚିକିଟା ମାଟିରେ ଗଠନ କରିବା ଆବଶ୍ୟକ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ମୂର୍ତ୍ତି ଗଠନ କଲେ ଅଧିକ ଆକର୍ଷଣୀୟ ହୋଇପାରେ ମାତ୍ର ଏହା ଜଳକୁ ଗୋଳିଆ କରିବା ସହିତ ନିମ୍ନସ୍ତରରେ ଚିକିଟା ଆସ୍ତରଣ ସୃଷ୍ଟି କରେ। ପ୍ରତିମାମାନଙ୍କୁ ଫୁଲ, ପତ୍ର, ରଙ୍ଗମାଟି ଇତ୍ୟାଦିରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗରେ ରଙ୍ଗ କରିବା ନିରାପଦ। ଭୋଜି ବା ପ୍ରସାଦ ଗ୍ରହଣ ସମୟରେ କାଗଜଥାଳି, କଦଳୀପତ୍ର କିମ୍ବା ମାଟିସରା ବ୍ୟବହାର କରିବା ଭଲ। ରାତି ଦଶଟା ପରେ ମେଲୋଡି, ମାଇକ୍ରୋଫୋନ୍‌, ଡ୍ରମ୍‌ ବାଜା କିମ୍ବା ଡିଜେ ବଜାଇବା ଉଚିତ ନୁହେଁ। ପ୍ରତିମାରୁ ବାହାରୁଥିବା ସାଜସଜ୍ଜା ସାମଗ୍ରୀ ଜଳରେ ନିକ୍ଷେପ ନ କରି ପୋଡ଼ିଦେବା ଉଚିତ। ଯେହେତୁ ମାନବିକତାର ସୁସ୍ଥତା ପ୍ରକୃତି ଓ ପରିବେଶ ଉପରେ ଅନେକାଂଶରେ ନିର୍ଭରଶୀଳ ତେଣୁ ପରମ୍ପରା, ବିଧିବିଧାନ ନାମରେ ଅବାଞ୍ଛିତ ମାତ୍ରାଧିକ କାର୍ଯ୍ୟକଳାପରୁ ବିରତ ରହିବା ଆବଶ୍ୟକ। ପ୍ରଦୂଷଣର କ୍ଷତିକାରକ ପ୍ରଭାବରୁ ଜଳ, ବାୟୁ, ମୃତ୍ତିକାର ଅବକ୍ଷୟକୁ ରକ୍ଷାକରି ପର୍ବପର୍ବାଣି ପାଳନ କରାଗଲେ ମାନବ ସମାଜ ପ୍ରକୃତି ସହ ନିଜକୁ ରକ୍ଷା କରିପାରିବ।
ମର୍କତ ନଗର, ସିଡିଏ, ସେକ୍ଟର-୬, କଟକ, ମୋ: ୯୮୬୧୩୫୫୬୨୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?