ପାର୍ବଣରେ ପ୍ରଦୂଷଣ

ଡ. ବିଜୟଲକ୍ଷ୍ମୀ ଭୂୟଁା

ଯାହା ଆମକୁ ଚାରିପଟୁ ଘେରିରହିଛି ତାହା ହିଁ ପରିବେଶ। ଏହି ପରିବେଶକୁ ଅତ୍ୟଧିକ ପରିତ୍ୟକ୍ତ ଓ ଦୂଷିତ ପଦାର୍ଥ ପରିତ୍ୟାଗ କରିବାକୁ ପ୍ରଦୂଷଣ କୁହାଯାଏ। ଶିଳ୍ପାୟନ, ପରିବହନ ବ୍ୟବସ୍ଥା, ମଇଳା ଆବର୍ଜନା ଇତ୍ୟାଦି ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ନାଳ ନର୍ଦ୍ଦମାରୁ ନିର୍ଗତ ଅପରିଷ୍କାର ଜଳ, ଡାକ୍ତରଖାନା ବର୍ଜ୍ୟବସ୍ତୁ, ମୃତ୍ତିକାରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ, ପଚାଶଢ଼ା ପଦାର୍ଥ ଇତ୍ୟାଦି ବର୍ଷାପାଣିରେ ଜଳାଶୟଗୁଡ଼ିକରେ ପ୍ରବେଶ କରିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ। ପର୍ବପର୍ବାଣି ସମୟରେ ଏହି ପ୍ରଦୂଷଣ ଅତିମାତ୍ରାରେ ବୃଦ୍ଧି ପାଇଥାଏ। ଏଥିପାଇଁ ସଚେତନ ହୋଇ କିଛିଟା ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ନିଜେ ସୁରକ୍ଷିତ ରହିବା ସହ ପରିବେଶର ସୁରକ୍ଷା କରାଯାଇପାରିବ।
ଭାରତରେ ଯେତେ ଦେବଦେବୀଙ୍କୁ ଉପାସନା କରାଯାଏ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ତା’ ମଧ୍ୟରେ ମୁଖ୍ୟ ସ୍ଥାନ ଅଧିକାର କରେ। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ନଅଦିନ ଧରି ନବରାତ୍ରି ପାଳନ କରାଯାଏ। ଦଶମୀ ଦିନକୁ ଦଶହରା କୁହାଯାଏ। ଏହି ଦିନ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିଲେ। ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ ହେତୁ ଏହାକୁ ବିଜୟାଦଶମୀ ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀ ରାମଚନ୍ଦ୍ର ମା’ ଦୁର୍ଗାଙ୍କୁ ପୂଜା କରି ଲଙ୍କାର ରାଜା ରାବଣକୁ ବଧ କରିଥିଲେ ଓ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ଦଶହରା ପର୍ବ ପାଳନ ପରେ ବିଭିନ୍ନ ସ୍ଥାନରେ ‘ରାବଣପୋଡ଼ି’ ଉତ୍ସବ ପାଳନ କରାଯାଏ। ଏଥିପାଇଁ କାଠ, ବାଉଁଶ, ଶଗଡ଼, କନା, ବାଣ ଓ ଜରିରେ ନିିର୍ମିତ ବିରାଟକାୟ ରାବଣ ମୂର୍ତ୍ତି ଦହନ କରାଯାଏ। ସେଥିରେ ଖଞ୍ଜାଯାଇଥିବା ବାଣ ଫୁଟିବା ଓ ବାରୁଦ ଜଳିବା ଦ୍ୱାରା ବାୟୁମଣ୍ଡଳରେ ବହୁ ପରିମାଣରେ ବିଷାକ୍ତ ବାଷ୍ପ ମିଶିଥାଏ। ଦହନ ପରେ ଅବଶେଷ ପାଉଁଶ ଓ ଅନ୍ୟାନ୍ୟ ଦରପୋଡ଼ା ପଦାର୍ଥ ନିକଟସ୍ଥ ଜଳାଶୟ ବା ନଦୀରେ ନିକ୍ଷେପ କରିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଦେଖାଯାଇଛି ଦିଲ୍ଲୀରେ ଦଶହରା ପର୍ବ ପରେ ବାୟୁମଣ୍ଡଳ ପ୍ରଦୂଷଣ ଦ୍ୱିଗୁଣିତ ହୋଇଯାଏ।
ଦଶହରା ପରେ ଆସିଥାଏ ଭସାଣି ପର୍ବ। ଶହ ଶହ ମୃଣ୍ମୟୀ ପ୍ରତିମାଙ୍କୁ ବାଜା ବଜାଇ, ବାଣ ଫୁଟାଇ ବିରାଟ ପଟୁଆରରେ ନଦୀଘାଟକୁ ନେଇ ମା’ଙ୍କୁ ବିସର୍ଜନ କରାଯାଏ। ଏଥିରେ ବ୍ୟବହୃତ କାଠ, ନଡ଼ା, ରଙ୍ଗ, ବଳକା ବାସି ଭୋଗ, ଫୁଲ ଓ ପତ୍ର ଇତ୍ୟାଦି ମଧ୍ୟ ଜଳରେ ନିକ୍ଷେପ କରାଯାଇଥାଏ। ମୂର୍ତ୍ତିଗୁଡ଼ିକରେ ଲଗାଯାଉଥିବା ରାସାୟନିକ ରଙ୍ଗକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ କ୍ରୋମିୟମ୍‌, କୋବାଲ୍‌ଟ, ନିକେଲ, କପର, ପାରଦ ଇତ୍ୟାଦି ଧାତୁର ଯୌଗିକ ପଦାର୍ଥମାନ ମିଶାଯାଇଥାଏ। ମୂର୍ତ୍ତି ସହିତ ଏସବୁ ବିଷାକ୍ତ ପଦାର୍ଥ ଜଳରେ ମିଶେ ଓ ଏହି ଜଳକୁ ବ୍ୟବହାର କରିଲେ ବିଭିନ୍ନ ପ୍ରକାର ପେଟରୋଗ, କିଡ୍‌ନୀ ରୋଗ ଓ ଚର୍ମରୋଗ ଇତ୍ୟାଦିର ସମ୍ଭାବନା ଥାଏ। ମାଛ ଇତ୍ୟାଦି ଜଳଚର ପ୍ରାଣୀମାନେ ଏହି ବିଷାକ୍ତ ଜଳ ସମ୍ପର୍କରେ ଆସିବା ଦ୍ୱାରା ଏହାକୁ ଖାଦ୍ୟ ଭାବେ ଗ୍ରହଣ କରି ମଣିଷମାନେ ବିଭିନ୍ନ ରୋଗର ଶିକାର ହୁଅନ୍ତି।
ପ୍ରତିକାର ବ୍ୟବସ୍ଥାସ୍ବରୂପ କେତେକ ବିଷୟ ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଅତିମାତ୍ରାରେ ବାଣଫୁଟା ବନ୍ଦ କରିବା ଦ୍ୱାରା ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ, ସଲ୍‌ଫର ଓ ନାଇଟ୍ରୋଜେନ୍‌ର ଯୌଗିକ ପଦାର୍ଥରୁ ବାୟୁମଣ୍ଡଳକୁ ସୁରକ୍ଷା ପ୍ରଦାନ କରିପାରିବା। ଦେବୀଙ୍କ ମୂର୍ତ୍ତି ଚିକିଟା ମାଟିରେ ଗଠନ କରିବା ଆବଶ୍ୟକ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ମୂର୍ତ୍ତି ଗଠନ କଲେ ଅଧିକ ଆକର୍ଷଣୀୟ ହୋଇପାରେ ମାତ୍ର ଏହା ଜଳକୁ ଗୋଳିଆ କରିବା ସହିତ ନିମ୍ନସ୍ତରରେ ଚିକିଟା ଆସ୍ତରଣ ସୃଷ୍ଟି କରେ। ପ୍ରତିମାମାନଙ୍କୁ ଫୁଲ, ପତ୍ର, ରଙ୍ଗମାଟି ଇତ୍ୟାଦିରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗରେ ରଙ୍ଗ କରିବା ନିରାପଦ। ଭୋଜି ବା ପ୍ରସାଦ ଗ୍ରହଣ ସମୟରେ କାଗଜଥାଳି, କଦଳୀପତ୍ର କିମ୍ବା ମାଟିସରା ବ୍ୟବହାର କରିବା ଭଲ। ରାତି ଦଶଟା ପରେ ମେଲୋଡି, ମାଇକ୍ରୋଫୋନ୍‌, ଡ୍ରମ୍‌ ବାଜା କିମ୍ବା ଡିଜେ ବଜାଇବା ଉଚିତ ନୁହେଁ। ପ୍ରତିମାରୁ ବାହାରୁଥିବା ସାଜସଜ୍ଜା ସାମଗ୍ରୀ ଜଳରେ ନିକ୍ଷେପ ନ କରି ପୋଡ଼ିଦେବା ଉଚିତ। ଯେହେତୁ ମାନବିକତାର ସୁସ୍ଥତା ପ୍ରକୃତି ଓ ପରିବେଶ ଉପରେ ଅନେକାଂଶରେ ନିର୍ଭରଶୀଳ ତେଣୁ ପରମ୍ପରା, ବିଧିବିଧାନ ନାମରେ ଅବାଞ୍ଛିତ ମାତ୍ରାଧିକ କାର୍ଯ୍ୟକଳାପରୁ ବିରତ ରହିବା ଆବଶ୍ୟକ। ପ୍ରଦୂଷଣର କ୍ଷତିକାରକ ପ୍ରଭାବରୁ ଜଳ, ବାୟୁ, ମୃତ୍ତିକାର ଅବକ୍ଷୟକୁ ରକ୍ଷାକରି ପର୍ବପର୍ବାଣି ପାଳନ କରାଗଲେ ମାନବ ସମାଜ ପ୍ରକୃତି ସହ ନିଜକୁ ରକ୍ଷା କରିପାରିବ।
ମର୍କତ ନଗର, ସିଡିଏ, ସେକ୍ଟର-୬, କଟକ, ମୋ: ୯୮୬୧୩୫୫୬୨୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri