ଡେଙ୍ଗୁ: ଗଞ୍ଜାମରେ ୩୮ ଆକ୍ରାନ୍ତ

ବ୍ରହ୍ମପୁର,୮ା୯-ଗଞ୍ଜାମ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାହାର ରାଜ୍ୟ ଓ ଜିଲାରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗଞ୍ଜାମ ଆସୁଥିବାରୁ ସଂଖ୍ୟା ବଢ଼ୁଛି। ଗୁରୁବାର ଦିନକରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବି.ନୂଆପଲ୍ଲୀର ଜଣେ ଯୁବକ ହାଇଦ୍ରାବାଦରେ କାମ କରୁଥିଲେ। ସେ ଜ୍ୱରରେ ଆକ୍ରାନ୍ତ ହୋଇ ଗାଁକୁ ଫେରିଥିଲେ। ଜ୍ୱର ନ କମିବାରୁ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି। ସେହିପରି ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ଯୁବକ ଜଣକ ଭୁବନେଶ୍ୱରରେ ଜ୍ୱରରେ ଆକ୍ରାନ୍ତ ହୋଇ ଫେରିଥିଲେ। ତୃତୀୟ ଆକ୍ରାନ୍ତ ଜଣକ ଗଜପତି ଜିଲା ମୋହନା ବ୍ଲକରେ ଶିକ୍ଷକତା କରନ୍ତି। ତାଙ୍କୁ ଜ୍ୱର ହେବାରୁ ବ୍ରହ୍ମପୁର ନିଳାଦ୍ରୀବିହାରସ୍ଥିତ ଘରକୁ ଫେରିଥିଲେ। ଏହି ୩ ଜଣଙ୍କୁ ମିଶାଇ ଜିଲାରେ ମୋଟ ୩୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ୩ ଡେଙ୍ଗୁ ଆକ୍ରାନ୍ତ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

ଛାତିରେ ହେଲା ଯନ୍ତ୍ରଣା, ଡାକ୍ତରଖାନା ନେବା ପରେ…

ଗଞ୍ଜାମ,୨୬ା୮(ବିଦ୍ୟାଧର ସାହୁ): ହୁମ୍ମା ଅଞ୍ଚଳର ଜଣେ ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ ଘଟିଛ। ସେ ହେଲେ ହୁମା ଗୋପୀନାଥ ସାହିର ବାବାଜୀ ସାହୁ l ଜଣେ ଶାନ୍ତ ସରଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri