ଚାପରେ ଗଣତନ୍ତ୍ର

ଏହା ଏକ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନୁହେଁ। ନିର୍ବାଚନରେ ରିଗିଂ ଓ ଫିକ୍ସିଂର ପ୍ରତିକ୍ରିୟା ଏବଂ ଜଟିଳ ପରିଣାମ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ମଧ୍ୟରେ ବି ଅନୁଭବ କରିହେବ। ଏହି ନିର୍ବାଚନ ଆମ ଗଣତନ୍ତ୍ରକୁ ନଷ୍ଟ କରିଦେଇଛି ଓ ଆଗକୁ ଅଧିକ କ୍ଷତି କରିବ। ନିର୍ବାଚନରେ ରିଗିଂ ହୋଇଛି ତାହା ବୁଝିବାକୁ ଜଣକୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଦୁଇ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି। କାହିଁକି? ସେମାନେ ଦୋଷୀ ସାବ୍ୟସ୍ତ ହେତୁ ନୁହେଁ ବରଂ ମୋଦିଙ୍କ ଦ୍ୱାରା ନିୟନ୍ତ୍ରିତ ଏଜେନ୍ସି ଦ୍ୱାରା ସେମାନଙ୍କୁ ଜେଲରେ ରଖାଯାଇଛି। କଂଗ୍ରେସ ଦଳ ଏହାର ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରିବାର କୌଣସି ସୁବିଧା ନାହିଁ। କାହିଁକି? ଏହା ଦୋଷୀ ସାବ୍ୟସ୍ତ ହେତୁ ନୁହେଁ ବରଂ ଏହା ମୋଦିଙ୍କ ଦ୍ୱାରା ନିୟନ୍ତ୍ରିତ ଏଜେନ୍ସି ଦ୍ୱାରା ପରିଚାଳିତ ହେଉଛି। ଯେଉଁମାନେ ପୂର୍ବରୁ ଏହିସବୁ ଏଜେନ୍ସି ଦ୍ୱାରା ଗିରଫ ହୋଇଥିଲେ, ସେମାନେ ବର୍ତ୍ତମାନ ଏନ୍‌ଡିଏ ମେଣ୍ଟକୁ ଯିବା ପରେ ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଛି। କୌଣସି ବାସ୍ତବ ଗଣତନ୍ତ୍ରରେ ଏହା ହୁଏ ନାହିଁ। ଆଶ୍ଚର୍ଯ୍ୟର କଥା, ଅଧିକାଂଶ ଲୋକ ଅନୁମାନ କରିଛନ୍ତି, ମୋଦି ୨୦୨୪ ରେ କ୍ଷମତାକୁ ଫେରିବେ। ତେବେ ଏହା କାହିଁକି ହେବ? ଏହା ପାଇଁ ଯେଉଁସବୁ ଘଟଣାକ୍ରମ ବାଟ ଦେଖାଇଛି ତାହାକୁ ଯେଉଁମାନେ ଲକ୍ଷ୍ୟ କରୁଛନ୍ତି ସେମାନେ ଭଲଭାବେ ବୁଝିପାରିଛନ୍ତି। ଏଥିରେ ଦେଶ ବାହାରେ ବିଶେଷକରି ଗଣତନ୍ତ୍ର ଉପରେ ଅଧ୍ୟୟନ କରୁଥିବା ଅନୁଷ୍ଠାନ ଅନ୍ତର୍ଭୁକ୍ତ। ସେମାନେ ଆମକୁ ବର୍ଷ ବର୍ଷ ଧରି କହୁଛନ୍ତି ଯେ ଭାରତ ସମ୍ପୂର୍ଣ୍ଣ ସ୍ବାଧୀନ ନୁହେଁ, ଏହାର ଗଣତନ୍ତ୍ର କ୍ଷୁଣ୍ଣ ହୋଇଛି ଏବଂ ଏହା ଏକଚ୍ଛତ୍ରବାଦୀ ହୋଇଯାଇଛି। ୨୦୧୮ରେ ଗୋଥେନ୍‌ବର୍ଗ ୟୁନିଭର୍ସିଟିର ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତକୁ ଏକ ‘ନିର୍ବାଚନୀ ଏକଚ୍ଛତ୍ରବାଦ’ ଭାବେ ଶ୍ରେଣୀଭୁକ୍ତ କରିଛି। ମାର୍ଚ୍ଚରେ ପ୍ରକାଶିତ ଏହାର ୨୦୨୪ ରିପୋର୍ଟରେ ସ୍ପଷ୍ଟ କରିଛି ଯେ, ଭାରତ ହେଉଛି ସବୁଠାରୁ ଖରାପ ଏକଚ୍ଛତ୍ରବାଦ। ୨୦୨୦ରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବରେ ବର୍ଗୀକୃତ କରି କହିଛି ଯେ, ୨୦୧୫ ପରଠାରୁ ଗଣତାନ୍ତ୍ରିକ ଆଦର୍ଶ ଚାପରେ ରହିଛି। ୨୦୨୧ରେ ୱାଶିଂଟନସ୍ଥିତ ଥିଙ୍କ୍‌ ଟ୍ୟାଙ୍କ୍‌ ଫ୍ରିଡମ୍‌ ହାଉସ୍‌ ପ୍ରକାଶ କରିଛି ଯେ ଭାରତ ଏବେ ପୂର୍ଣ୍ଣ ସ୍ବାଧୀନ ନୁହେଁ, କେବଳ ‘ଆଂଶିକ ସ୍ବାଧୀନ’। ଫ୍ରିଡମ୍‌ ହାଉସ୍‌ର ସିଦ୍ଧାନ୍ତକୁ ନେଇ ସରକାରଙ୍କ ପ୍ରତିକ୍ରିୟାରେ କୁହାଯାଇଥିଲା: ‘ଜାତୀୟ ସ୍ତରରେ ଗୋଟିଏ ଦଳ ବଦଳରେ ଭାରତର ଅନେକ ରାଜ୍ୟ ଏହାର ସଂଘୀୟ ଢାଞ୍ଚାରେ ବିଭିନ୍ନ ଦଳ ଦ୍ୱାରା ଶାସିତ ହୁଅନ୍ତିି, ଯେଉଁମାନେ ଏକ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୋଇଥାନ୍ତି, ଯାହା ଏକ ସ୍ବାଧୀନ ନିର୍ବାଚନ ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଏକ ସକ୍ରିୟ ଗଣତାନ୍ତ୍ରିକ କାର୍ଯ୍ୟକୁ ପ୍ରତିଫଳିତ କରିଥାଏ ଓ ଏହା ଭିନ୍ନ ଭିନ୍ନ ମତ ରଖିଥିବା ଲୋକଙ୍କୁ ସ୍ଥାନ ଦେଇଥାଏ’। ଏହା ଭୁଲ୍‌। ଫ୍ରିଡମ୍‌ ହାଉସ୍‌ ରିପୋର୍ଟର ଦୁଇଟି ଭାଗରୁ ପ୍ରଥମ ଭାଗ ରାଜନୈତିକ ଅଧିକାର ଉପରେ ୪୦% ମୂଲ୍ୟକୁ ଗୁରୁତ୍ୱ ଦେଇଥିଲା। ଏ କ୍ଷେତ୍ରରେ ଭାରତ ୪୦ରୁ ୩୪ ଅଙ୍କ ପାଇଥିଲା (୨୦୨୩ରେ ୩୩/୪୦କୁ ଖସି ଆସିଥିଲା)। ଏହି ଭାଗରେ, ହିଂସା ଦ୍ୱାରା ଭୋଟ ବାଧାପ୍ରାପ୍ତ ହୋଇଥିଲା କିି ନାହିଁ କିମ୍ବା ସାମ୍ପ୍ରଦାୟିକ ଉତ୍ତେଜନା ଦ୍ୱାରା ପ୍ରଭାବିତ ହୋଇଥିଲା କି ନାହିଁ, ସେ ନେଇ ଭାରତ ପୂରା ମାର୍କ ପାଇ ନ ଥିଲା। ବାସ୍ତବରେ ସରକାର ନିର୍ବାଚନ ସ୍ବଚ୍ଛତାରେ ୪ରୁ ୩ ମାର୍କ ପାଇଥିଲେ, ଯାହା ବୋଧହୁଏ ଆଶାଠାରୁ ଅତ୍ୟଧିକ ଥିଲା। ପ୍ରକୃତରେ ସ୍ବାଧୀନତାର ଏକ ଅଂଶ ଭାବେ ଜଣାଶୁଣା ନାଗରିକ ସ୍ବାଧୀନତା ପାଇଁ ଅବଶିଷ୍ଟ ୬୦%ରେ ଭାରତର ମୂଲ୍ୟାୟନ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଏହାର ପ୍ରଦର୍ଶନ ଖରାପ ଥିଲା (୩୩/୬୦)। ଅଭିବ୍ୟକ୍ତିର ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା, ଏକାଡେମିକ ସ୍ବାଧୀନତା, ସମାବେଶ ସ୍ବାଧୀନତା, କାର୍ଯ୍ୟ କରିବାରେ ଏନ୍‌ଜିଓଗୁଡ଼ିକର ସ୍ବାଧୀନତା, ଆଇନର ଶାସନ, ନ୍ୟାୟପାଳିକାର ସ୍ବାଧୀନତା ଏବଂ ପୋଲିସ ଦ୍ୱାରା ଉଚିତ ପ୍ରକ୍ରିୟା ପ୍ରସଙ୍ଗରେ ଭାରତର ମୂଲ୍ୟାୟନ ଖରାପ ଥିଲା। ଏହି ମୂଲ୍ୟାୟନଗୁଡ଼ିକ କେବଳ ବାସ୍ତବତାକୁ ପ୍ରତିଫଳିତ କରିଥିଲା।
ବାସ୍ତବରେ ରାଜନୈତିକ ଅଧିକାର କ୍ଷେତ୍ରରେ ସ୍କୋର ବା ପ୍ରାପ୍ତାଙ୍କ ବର୍ତ୍ତମାନ ଆହୁରି ଖରାପ ହେବ। ଏହା ମଧ୍ୟ ପାଠକେ ଲକ୍ଷ୍ୟ କରିପାରୁଥିବେ। ତୁମ ବିରୋଧୀଙ୍କୁ ଜେଲରେ ରଖିବା ଏବଂ ନିଜକୁ ରାଜନୈତିକ ଅଧିକାରଯୁକ୍ତ ଗଣତନ୍ତ୍ର ବୋଲି ଭାବିବା କେବେ ସମ୍ଭବ ନୁହେଁ। ଯେତେବେଳେ ପ୍ରଥମରୁ ପ୍ରାପ୍ତାଙ୍କ ହ୍ରାସ ପାଇବାରେ ଲାଗିଲା ସେତେବେଳେ ସରକାର ଫଳାଫଳକୁ ନେଇ ବିବ୍ରତ ହୋଇଥିଲେ, କାରଣ ମୋଦି ଭାବୁଥିଲେ ସେ ଭଲ କାମ କରୁଛନ୍ତି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ୱାରା ଭାରତର ମହତ୍ତ୍ୱକୁ କମ୍‌ କରି ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଶ୍ରେଣୀଭୁକ୍ତ କରିବାର କାରଣ ରିପୋର୍ଟରେ ସ୍ପଷ୍ଟଭାବେ ଦର୍ଶାଇଥିଲା। ତଥାପି ଏଥିରେ ବ୍ୟବହୃତ ପାରାମିଟର ସମ୍ପର୍କରେ ସବିଶେଷ ତଥ୍ୟ ସରକାର ମନ୍ତ୍ରଣାଳୟକୁ ମାଗିଥିଲେ। ରିପୋର୍ଟରେ କୁହାଯାଇଥିଲା ଯେ, ଏହାର ମୂଳ କାରଣ ହେଉଛି ନାଗରିକ ସ୍ବାଧୀନତା କ୍ଷୁଣ୍ଣ ଏବଂ ନାଗରିକତ୍ୱରେ ଧର୍ମର ପରିଚୟ। ଏସବୁ ପୂର୍ବରୁ ଦେଖାଯାଇଥିଲା। ବର୍ତ୍ତମାନ ନୂଆ ଭାରତରେ ଯାହା ନୂଆ ତାହା ଗଣତନ୍ତ୍ର ଏବଂ ଏହାର ବ୍ୟବସ୍ଥା ଉପରେ ପ୍ରତ୍ୟକ୍ଷ ଆକ୍ରମଣ।
ଏବେ ନିର୍ବାଚନରେ ଏବଂ ଏହା ପରେ ଆମେ କ’ଣ ଆଶା କରିବା ଉଚିତ? ଯଦି ମୋଦି ଦାବି କରୁଥିବା ବୃହତ୍‌ ସଂଖ୍ୟାଗରିଷ୍ଠତା ଏବଂ ୪୦୦ ସିଟ୍‌ ପାଇବାକୁ ସକ୍ଷମ ହୁଅନ୍ତିି, ତେବେ ଏହାକୁ ରୁଷିଆ ଏବଂ ଉତ୍ତର କୋରିଆର ନିର୍ବାଚନ ଭଳି ବିବେଚନା କରାଯିବ। କୌଣସି ବିଶ୍ୱସନୀୟତା ରହିବ ନାହିଁ। ଅନ୍ୟପକ୍ଷରେ ଯଦି ସେ ୨୦୧୯ ତୁଳନାରେ କମ୍‌ ସିଟ୍‌ ପାଇ ସାଧାରଣ ସଂଖ୍ୟାଗରିଷ୍ଠତା ପାଆନ୍ତି, ତେବେ ବିରୋଧୀଙ୍କୁ ସହଜରେ ଡରାଇ ପାରିବେ ନାହିଁ। ସେମାନେ ଜାଣନ୍ତି ଯେ, ଜେଲରେ ରଖିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ଅପବ୍ୟବହାର ଏବଂ କାର୍ଯ୍ୟାଳୟର ଦୁରୁପଯୋଗ କରିବେ। ଭାରତ ବାଂଲାଦେଶ ଭଳି ହୋଇଛି, ଏକ ଗଣତନ୍ତ୍ର ଯେଉଁଠାରେ ବିରୋଧୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇ ନାହିଁ। ୧୯୭୭ରେ ପାକିସ୍ତାନରେ ମଧ୍ୟ ଏହି ଅବସ୍ଥା ଘଟିଥିଲା। ମୋଦି ‘ଗଣତନ୍ତ୍ରର ଜନନୀ’ ପରି ଶବ୍ଦ ସୃଷ୍ଟି କରିପାରନ୍ତି, କିନ୍ତୁ ଏହା କେବଳ ଅସତ୍ୟ ନୁହେଁ ବରଂ ଏକ ଥଟ୍ଟା ବୋଲି ସମୟ ସମୟରେ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?