ବଡ଼ଦାଣ୍ଡସାହି ରାସ୍ତା ନବୀକରଣ ଦାବି

ଆଠମଲ୍ଲିକ,୮।୫(ଡି.ଏନ.ଏ.): ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଆଠମଲ୍ଲିକ ସହରସ୍ଥିତ ବଡ଼ଦାଣ୍ଡର ନବୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଦୀର୍ଘଦିନ ହେବ ଏହି ରାସ୍ତା ମରାମତି କରାଯାଇ ନାହିଁ। ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ଖୋଳି ପାଇପ ପକାଇବା କାରଣରୁ ଖାଲଖମା ସୃଷ୍ଟି ହୋଇଛି। ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ରଥଯାତ୍ରା ହୋଇ ନ ଥିବାବେଳେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ତେଣୁ ଏହା ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ବଡ଼ଦାଣ୍ଡର ନବୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହେଉଛି। ସେହିପରି ବଡ଼ଦାଣ୍ଡର ଉଭୟ ପାର୍ଶ୍ୱ ଡ୍ରେନ ମୁକୁଳା ପଡିଥିବାରୁ ଏନଏସି ପକ୍ଷରୁ ଘୋଡ଼ଣି ପକାଯିବାକୁ ପଣ୍ଡିତ ରାଧାମୋହନ ତ୍ରିପାଠୀ ଓ ହୃଦାନନ୍ଦ ସାହୁ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ ସାହୁ କହିଛନ୍ତି, ବଡ଼ଦାଣ୍ଡର ନବୀକରଣ ପାଇଁ ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ଅନୁଦାନ ନେଇ ବାକ୍‌ଯୁଦ୍ଧ

ଅନୁଗୋଳ ଅଫିସ, ୩୦ା୧୨:ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ନେଇ ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଅନୁଗୋଳଠାରେ ଗୁରୁବାର ବିଭିନ୍ନ ଉଦ୍‌ଘାଟନ...

ଲିଙ୍କ୍‌ ପଠାଇ ଆକାଉଣ୍ଟରୁ ଲୁଟ୍‌

ଅନୁଗୋଳ ଅଫିସ, ୧୭।୧ (ଅମିତ କୁମାର ସାମଲ): ସମୟ ସହ ବଦଳୁଛି ସାଇବର ଅପରାଧର ପଦ୍ଧତି। ପୂର୍ବରୁ ଫୋନ କରି କୌଶଳରେ ଏଟିଏମ୍‌ ତଥ୍ୟ ନେଉଥିବା ଅପରାଧୀମାନେ...

ରେଞ୍ଜ ଅଫିସ ଘେରାଉ ଚେତାବନୀ

ବଇଣ୍ଡା,୨୮।୧(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ବିଡିସିଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ବୁଧବାର ୧୨ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ...

୫୪୫ ପ୍ରାର୍ଥିପତ୍ର ଦାଖଲ କଲେ ଆଶାୟୀ

ବଅଁରପାଳ/ ବଇଣ୍ଡା/ ଛେଣ୍ଡିପଦା, ୧୮।୧(ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହୋଇଛି। ନିୟମ ଅନୁଯାୟୀ ଏହା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।...

ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି...

ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ...

ମାନୁନାହାନ୍ତି ସାମାଜିକ ଦୂରତା

ଆଠମଲ୍ଲିକ ୬।୪(ଡି.ଏନ.ଏ.)- ଆଠମଲ୍ଲିକ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଓ ସରକାରଙ୍କ ଆର୍ଥିକ ସହାୟତା ନେବାକୁ ସୋମବାର ଭିଡ ଲାଗିଥିବା ଦେଖାଯାଇଥିଲା। ଏପରି...

ଦୀର୍ଘ ବର୍ଷ ହେଲା ଦୟନୀୟ

ଛେଣ୍ଡିପଦା, ୨୩ା୮ (ଡି.ଏନ.ଏ.): ମୂଲକୁ ନ ଗଲେ ମିଳେନି ଦାନା। ସେଥିପାଇଁ ମୁଣ୍ଡ ଉପରେ ଥିବା ଛପରର ହୋଇପାରୁନି ମରାମତି। ବିପଦ ଜାଣି ବି ଭଙ୍ଗା...

Advertisement
Archives

Model This Week