ଛତିଶଗଡ଼ରେ କଳାହାଣ୍ଡି ଗୁଡ଼ର ଚାହିଦା

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡ, ଜୁନାଗଡ, ଜୟପାଟଟଣା, କଲମପୁର, ଗୋଲାମୁଣ୍ଡା ଆଦି ଅଞ୍ଚଳରେ ହାତୀ ଓ ତେଲ ନଦୀ କୂଳରେ ବ୍ୟାପକ ପରିମାଣରେ ଆଖୁଚାଷ ହୋଇଛି। ପୂର୍ବରୁ ଏଠାକାର ଆଖୁକୁ ଚାଷୀମାନେ ଜୁନାଗଡ ବ୍ଲକ ମଥୁରାଠାରେ ଥିବା ଚିନିକଳରେ ବିକ୍ରି କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଚିନିକଳ ବନ୍ଦ ହୋଇଯିବାରୁ ଚିନ୍ତାରେ ପଡିଥିଲେ ଆଖୁ ଚାଷୀ। ସେତେବେଳେ ଆଖୁ ବିକ୍ରି କରିବା ସହ ଅଳ୍ପ ପରିମାଣ ଗୁଡ ମଧ୍ୟ ତିଆରି କରୁଥିଲେ। ତେବେ ଧୀରେ ଧୀରେ ଗୁଡ ତିଆରି ପ୍ରତି ସେମାନଙ୍କ ଆଗ୍ରହ ବଢିଲା ଓ ବ୍ୟାପକ ପରିମାଣରେ ଗୁଡ ତିଆରି କରିବାକୁ ଲାଗିଲେ। ଗୁଡରୁ ଭଲ ରୋଜଗାର ହେବାରୁ ଆଜି ଚାଷୀମାନେ ଶହ ଶହ ଏକରରେ ଆଖୁ ଚାଷ କରି ସେଥିରୁ ଗୁଡ ତିଆରି କରୁଛନ୍ତି। ବର୍ତ୍ତମାନ ଉପରୋକ୍ତ ଅଞ୍ଚଳର ଗୁଡ଼ର ମାନ ଭଲ ଥିବାରୁ ଚାହିଦା ବେଶ ଭଲ ରହିଛି। ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଗୁଡ ବେପାରୀମାନେ ଏହି ଅଞ୍ଚଳକୁ ଆସି ଗୁଡ ନେଇଯାଉଛନ୍ତି। ଏହାଦ୍ୱାରା କଳାହାଣ୍ଡିର ଗୁଡ ବ୍ୟବସାୟୀ ଭଲ ରୋଜଗାର କରୁଥିବା ପ୍ରକାଶ କରିଛନ୍ତି।
ଜିଲାରେ ଆଖୁ ଚାଷୀ ବିଶେଷ କରି ଜାନୁଆରୀ, ଫେବୃଆରୀ ମାସରେ ଗୁଡ ତିଆରି କରିଥାନ୍ତି। ସେମାନେ ପ୍ରଥମେ ଆଖୁକୁ କାଟି କିଆରିରେ ଏକ ଅସ୍ଥାୟୀ କୁଡିଆ ନିର୍ମାଣ କରି ଆରମ୍ଭ କରିଥାନ୍ତି ଗୁଡତିଆରି ପ୍ରକ୍ରିୟା। ଆଖୁକୁ ଘାଣି ସାହାଯ୍ୟରେ ପେଷି ସେଥିରେ ବାହାରୁଥିବା ରସକୁ ଏକ ବଡ କଡେଇରେ ଘଣ୍ଟା ଘଣ୍ଟା ଧରି ସିଝାଇବା ପରେ ସେଥିରୁ ବାହାରିଥାଏ ଲେସା ଗୁଡ। ପରେ ସେହି ପାଣିଆ ଗୁଡ ଥଣ୍ଡା ହେଲା ପରେ ତିଆରି କରିଥାନ୍ତି ଭେଲା ଗୁଡ। ଏହି ରସରୁ ସେମାନେ ଲେସାଗୁଡ, ଚକି ଗୁଡ, ଭେଲାଗୁଡ, ସରଗୁଡ, ଲେଖାଗୁଡ ଆଦି ତିଆରି କରିଥାନ୍ତି। ସେହି ଗୁଡକୁ ମାଟି ହାଣ୍ଡିରେ ରଖି ବର୍ଷ ତମାମ ବିକ୍ରି କରି ନିଜ ଜିବୀକା ନିର୍ବାହ କରିଥାନ୍ତ। ବର୍ତ୍ତମାନ ଜିଲାରେ ଗୁଡ କିଲୋ ପିଛା ୧୦୦ ଟଙ୍କା ରହିଥିବା ବେଳେ ଏହି ଗୁଡରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଡ ବ୍ୟବସାୟୀ। ପୂର୍ବରୁ ଏହି ଗୁଡ ଜିଲାର ବିଭିନ୍ନ ବଜାରରେ ବିକ୍ରି ହୋଇଆସୁଥିବା ବେଳେ ସ୍ବାଦ ଓ ଉନ୍ନତ ମାନ ପାଇଁ ବର୍ତ୍ତମାନ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି। ଏଥିପାଇଁ ଆଖୁ ଚାଷ ପ୍ରତି ବେଶ ଆଗ୍ରହ ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି ଆଖୁ ଚାଷୀ। ଏହି ଗୁଡ ତିଆରି ସମୟରେ ବ୍ୟବସାୟୀମାନେ ସେଥିରୁ ଉଖୁଡା ମଧ୍ୟ ପ୍ରସ୍ତୁତ କରିଥାନ୍ତି। ପୁଣି ଉଖୁଡାକୁ ବଜାରରେ ବିକ୍ରି କରି ମଧ୍ୟ ଭଲ ଦି ପଇସା ରୋଜଗାର କରିଥାନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଚାଷୀମାନେ ଜୈବିକ ପ୍ରଣାଳୀରେ ଚାଷ କରିଥାନ୍ତି। ଆବଶ୍ୟକ ସ୍ଥଳେ କେବଳ ଗୋବର ଖତ ହିଁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି। ଚିନି କଳ ବନ୍ଦ ହେବା ପରେ ଏକଦା ଆଖୁ ଚାଷ ପ୍ରତି ବିମୁଖ ହୋଇଥିବା ଚାଷୀ ବର୍ତ୍ତମାନ ପୁଣି ଏହି ଚାଷ ପ୍ରତି ଆଗ୍ରହ ବଢାଉଥିବା ଦେଖିବାକୁ ମିଳିଛି। ତେବେ ସରକାରୀ ସ୍ତରରେ ଗୁଡର ବିକ୍ରି ବ୍ୟବସ୍ଥା କରାଗଲେ ବ୍ୟବସାୟୀମାନେ ଆହୁରି ଲାଭବାନ ହୋଇପାରନ୍ତେ ବୋଲି ଆଖୁଚାଷୀ ପୁରୁଷୋତ୍ତମ ନାଏକ, ଶୋଭାରାମ ସତନାମୀ, ଜୟନ୍ତ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri