ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ସ୍ୱୟଂ ସ୍ତ୍ରୀ ହିଁ ରଚିଥିଲେ । ସ୍ୱାମୀଙ୍କୁ ନିଦ ବଟିକା ଖୁଆଇବା ପରେ ତାଙ୍କୁ କରେଣ୍ଟ ଲଗାଯାଇଥିଲା। ଦିଲ୍ଲୀ ପୋଲିସ ୫୫ ବର୍ଷୀୟ ମୁନ୍ନା ଲାଲଙ୍କ ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ମଞ୍ଜୁ ଓରଫ୍ ନାଜିଆ ଏବଂ ତାଙ୍କ ସହଯୋଗୀ ଚମନ୍‌କୁ ଗିରଫ କରିଛି। ଏହା ବ୍ୟତୀତ ଅଭିଯୁକ୍ତକୁ ଆଶ୍ରୟ ଦେଇଥିବା ଅଭିଯୋଗରେ କିଶନ ନାମକ ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ପୋଲିସର କହିବାନୁଯାୟୀ, ଅଗଷ୍ଟ ୧୦ ତାରିଖ ସକାଳ ପ୍ରାୟ ୫ଟା ସମୟରେ ରତିଆ ମାର୍ଗରେ ମୁନ୍ନା ଲାଲ୍ ରକ୍ତକ୍ଷତ ଅବସ୍ଥାରେ ପଡ଼ିଥିବା ମିଳିଥିଲେ । ପୋଲିସ ତାଙ୍କୁ ଏମ୍ସ (AIIMS) ଟ୍ରମା ସେଣ୍ଟରକୁ ନେଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତଦନ୍ତ ସମୟରେ ପୋଲିସ ଘଟଣାସ୍ଥଳରୁ ରକ୍ତଦାଗ ଲିଭାଇବା ଏବଂ ଚୋରିର ଏକ ମିଥ୍ୟା ପରିସ୍ଥିତି ସୃଷ୍ଟି କରିବାର ପ୍ରମାଣ ପାଇଥିଲା।

ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣେ ମହିଳା ଏବଂ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା। ଫୁଟେଜ୍‌ରେ ରାତି ପ୍ରାୟ ୧ଟା ୪୫ ମିନିଟ୍‌ରେ ଜଣେ ମୁଖାପିନ୍ଧା ବ୍ୟକ୍ତି ଘର ଭିତରକୁ ପ୍ରବେଶ କରୁଥିବା ଏବଂ ପ୍ରାୟ ୩ଟା ୧୫ ମିନିଟ୍‌ରେ ବାହାରକୁ ଆସୁଥିବା ନଜର ଆସିଥିଲେ।ପୋଲିସର କହିବାନୁଯାୟୀ, ପାରିବାରିକ ବିବାଦ, ଆର୍ଥିକ ଅସୁବିଧା ଏବଂ କଥିତ ମାର୍ପିଟ୍ କାରଣରୁ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିଲା। ଅଭିଯୋଗ ରହିଛି ଯେ ପ୍ରଥମେ ମୁନ୍ନା ଲାଲ୍‌ଙ୍କୁ ନିଦ ବଟିକା ଦିଆଯାଇଥିଲା ଏବଂ ପରେ ତଣ୍ଟି ଚିପି କରେଣ୍ଟ ଲଗାଯିବା ସହ କାଠ ବାଡ଼ିରେ ଆକ୍ରମଣ କରାଯାଇଥିଲା। ପୋଲିସ ଦାବି କରିଛି ଯେ ଚମନ୍ ୫ ଲକ୍ଷ ଟଙ୍କା ବଦଳରେ ଏହି ଅପରାଧରେ ସାମିଲ ହେବାକୁ ରାଜି ହୋଇଥିଲା ଏବଂ ତାଙ୍କୁ ଘଟଣାସ୍ଥଳରେ ୨୦,୦୦୦ ଟଙ୍କା ଦିଆଯାଇଥିଲା। ପୋଲିସ ୧୫,୦୦୦ ଟଙ୍କା ନଗଦ ମଧ୍ୟ ଜବତ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?